ରାୟଗଡ଼ା ନିର୍ବାଚନ ମଣ୍ଡଳୀ କାଶିପୁର ବ୍ଲକ ନୂଆଗାଁ ଠାରେ କ୍ରିକେଟ୍ ଫାଇନାଲ ମ୍ୟାଚ୍।ଖେଳରେ ହାରିବା ଓ ଜିତିବା ଅଛି। କିନ୍ତୁ ବିଫଳତାରେ ଦୁଃଖ ନାହିଁ, ଜିତିବାରେ ଆନନ୍ଦ ଥାଏ।ଖେଳ ହେଉଛି ଦର୍ଶକ ଏବଂ ଖେଳାଳିଙ୍କ ପାଇଁ ଏକ ଖୁସିର ମୁହୂର୍ତ୍ତ। ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ଖେଳ ଦେଖିବା ସମୟରେ ଯୁବକ ହୋଇ ଯାଆନ୍ତି। ଆମ ରାଜ୍ୟ ସରକାର ଖେଳ ଓ ଖେଳ ପଡ଼ିଆ ପ୍ରତି ଯତ୍ନବାନ। ଆସନ୍ତୁ ଦେଖିବା ଓ ଜାଣିବା ଆମ ରାୟଗଡା ପ୍ରତିନିଧି ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ ଏବଂ ଭିଜୁଆଲ ଗୁଡିକୁ।

ରାୟଗଡା ଜ଼ିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ମାଇକଞ୍ଚ ପଞ୍ଚାୟତ ନୂଆଗାଁ ଖେଳ ପଡ଼ିଆ ଠାରେ ଗତ ୨୬ ତାତିଖ ରେ ଆରମ୍ଭ ହେଇଥିବା ବ୍ଲକସ୍ତରୀୟ ନୂଆଗାଁ ପ୍ରୀମିୟର୍ ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟନ ହେଇଅଛି। ଉକ୍ତ ଲିଗ ମ୍ୟାଚ ରେ ୧୦ ଟି ଟିମ ମଧ୍ୟରେ ଲିଗ୍ ପର୍ଯ୍ୟାୟରେ ମ୍ୟାଚ୍ ଖେଳାଯାଇଅଛି। ସମସ୍ତ ମ୍ୟାଚ୍ ଗୁଡ଼ିକ ନକ ଆଉଟ୍ ପର୍ଯ୍ୟାୟରେ ହୋଇଥିବା ବେଳେ ଫାଇନାଲ ମ୍ୟାଚ୍ ରେ ରୟାଲ କିଙ୍ଗ ଓ ମନଷ୍ଟାର୧୧ ଟିମ୍ ମଧ୍ୟରେ ଅନୁଷ୍ଠିତ ହେଇଯାଇଅଛି। ଉକ୍ତ ମ୍ୟାଚ ରେ ରୟାଲ କିଙ୍ଗ ପ୍ରଥମ ବ୍ୟାଟିଂ କରି ୧୨ ଓଭର୍ ରେ ୯୭ ରନ ସଂଗ୍ରହ କରିଥିଲେ। ଦ୍ୱତୀୟ ପାଳି ବ୍ୟାଟିଂ ମନଷ୍ଟାର୧୧ ୧୦.୫ ଓଭର୍ ରେ ୧୦୦ରନ ସଂଗ୍ରହ କରି ଚାମ୍ପିଅନ ହୋଇଥିଲେ ।

ଏହି ଫାଇନାଲ ଦିବସରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ଯୁବ ନେତା ତଥା ବିଜେପି ଯୁବ ମୋର୍ଚ୍ଚା ଉପ ସଭାପତି ପ୍ରିତମ କୁମାର୍ ଓ ସମ୍ମାନୀୟ ଅତିଥି ଭାବେ କୁମ୍ବିକୋଟା ମଣ୍ଡଳ ସଭାପତି ମାଧବ ସାମଲ,ପୁରୁଷୋତ୍ତମ ଡଙ୍ଗରି, ଶ୍ରାବଣ ତାଡିଙ୍ଗି, ପ୍ରଶନ୍ନ ଦିଶାରି, ପ୍ରଭୁଦାନ, ସଚିଦାନନ୍ଦ ରାୟ ନlୟକ,ସୁରେଶ ବାରିକ, ମକର ପୂଜାରୀ ଓ ହରିଶ୍ ଚନ୍ଦ୍ର ଦଳେଇ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରୀତମ୍ କହିଛନ୍ତି ଯେ ଗାଁ ଗହଳି ରେ ବର୍ତ୍ତମାନ କ୍ରୀଡ଼ାକୁ ଯେଉଁଭଳି ଭାବେ ଗୁରୁତ୍ଵ ଦିଆଯାଇଛି ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ। ସେଥିପାଇଁ ଆମ ସରକାର ଖୁବ୍ ଶୀଘ୍ର ପ୍ରତ୍ୟେକ ପଞ୍ଚାୟତ ରେ ଷ୍ଟାଡିୟମ୍ କରି କ୍ରୀଡାର ଉନ୍ନତି ଦିଗରେ ଚେଷ୍ଟା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ପରିଶେଷରେ ପ୍ରଥମ ସ୍ଥାନ ହାସଲ କରିଥିବା ଟିମ୍ କୁ ବିଜେପି ଯୁବ ନେତା ପ୍ରିତମ କୁମାର୍ ପୁରସ୍କାର ବିତରଣ କରିଥିଲେ।
