ରାୟଗଡ଼l ଜିଲ୍ଲା ରେ ନବ ବର୍ଷ ର ପ୍ରଥମ ମାସ ର ଅଭିଯୋଗ କକ୍ଷ କୁ ଆଜି ବିଲମ୍ୱ ରେ ଆସିଲେ ଜିଲ୍ଲା ର ବିଭିନ୍ନ ବିଭାଗ ର ୧୨ଜଣ ଅଧିକାରି। ଠିକ୍ ସମୟ ଅର୍ଥାତ ଦିନ ୧୦ ଘଣ୍ଟା ସମୟରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣୀ ପହଞ୍ଚି ଥିଲେ, କିନ୍ତୁ ଅଧିକାଂଶ ଜିଲ୍ଲା ସ୍ତରୀୟ ଅଧିକାରି ଅଭିଯୋଗ କକ୍ଷ କୁ ପହଞ୍ଚି ନଥିଲେ ।

ଏହା ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆସିଲା ପରେ, ସୁରକ୍ଷା ଅଧିକାରିଙ୍କୁ ନିର୍ଦେଶ ଦେଇଥିଲେ ଯେ ବିଳମ୍ବରେ ଆସିଥିବା ଅଧିକାରୀ ମାନଙ୍କୁ ଅଭିଯୋଗ କକ୍ଷକୁ ନ ଛାଡିବା ପାଇଁ। ଜିଲ୍ଲା ଅବକାରୀ ଅଧିକାରି, ଉପନିବନ୍ଧକ ଡି ଆର ସି ଏସ, ଜିଲ୍ଲା ପଞ୍ଚାୟତ୍ ଅଧିକାରି, ଜିଲ୍ଲା ସମାଜ ସୁରକ୍ଷା ଅଧିକାରି, ଜିଲ୍ଲା ମଙ୍ଗଳ ଅଧିକାରୀ, ରାୟଗଡ଼ ବି ଡି ଓ, ଜଙ୍ଗଲ ବିଭାଗ ଅଧିକାରି ଏ ସି ଅଫ, ଓ ଜିଲ୍ଲା ପାନୀୟ ଜଳ ଅଧିକାରି ଙ୍କୁ ଅଭିଯୋଗ କକ୍ଷ କୁ ଛଡା ଜାଇ ନଥିଲା। ଅଧିକାରି ମାନେ ବାଧ୍ୟ ହେଇ ଅଭିଯୋଗ କକ୍ଷ ପାର୍ଷ ରେ ବସିଥିଲେ। ଅଭିଯୋଗ କକ୍ଷ ରେ ଶୁଣାଣି ପ୍ରାୟ୧ ଘଣ୍ଟା ରୁ ଉର୍ଦ୍ଧ ହେଇଥିଲେ ମଧ୍ୟ ଅଧିକାରି ମାନେ ବାହାରେ ଅପେକ୍ଷା କରି ଥିବାର ଦେଖିବାକୁ ମିଳିଥିଲା। ଦେଖିବାକୁ ବାକି ରହିଲା ଯେ ଜିଲ୍ଲାପାଳଙ୍କ ତାଗିତ ପରେ ଅଫିସର ମାନେ ସୁଧୁରୁଛନ୍ତି ନା ନାଇଁ।
ରାୟଗଡାରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
