ଗଞ୍ଜେଇକୁ ଏକ ଅର୍ଥକାରୀ ଫସଲ ଭାବେ ରାୟଗଡା, ବୌଦ୍ଧ, କନ୍ଧମାଳ ଏବଂ ମାଲକାନାଗିରି ଆଦି ଉପାନ୍ତ ଜିଲ୍ଲା ଗୁଡିକରେ ଚାଷ କରାଯାଉଛି। ଏହା ଦ୍ୱାରା ଏହି ବେନିୟମ ଚାଷ ନକସଲ ମାନଙ୍କୁ ପ୍ରୋତ୍ସାହନ ଯୋଗାଉଛି ଏବଂ ସମାଜର ବହୁ କ୍ଷତି କରୁଅଛି। ଏହା ଏବେ ପୋଲିସ ଏବଂ ଅବକାରୀ ବିଭାଗ ପାଇଁ ମୁଣ୍ଡ ବିନ୍ଧାର କରଣ ହୋଇଅଛି। ତେଣୁ ଏହି ଚାଷ ରୋକିବା ପାଇଁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି।
ରାୟଗଡାରେ ଅବାଧ ଗଞ୍ଜେଇ ଚାଷ ବନ୍ଦ କରି ବିକଳ୍ପ ଜୀବିକା ଉପାର୍ଜନର କର୍ମଶାଳା।

ଦିନକୁ ଦିନ ପାରମ୍ପରିକ ଚାଷକୁ ଦୁରେଇ ଅବାଧ ଗଞ୍ଜେଇ ଚାଷରେ ଲିପ୍ତ ରହି ଆଇନ ହାତକୁ ନେଇ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା, ଜିଲ୍ଲା ପ୍ରଶାସନର ନଜିର ରହିଛି। ସେଥିପ୍ରତି ଦୃଷ୍ଟି ଦେଇ ଜିଲ୍ଲା ପ୍ରଶାସନ ରାୟଗଡାଙ୍କ ନିର୍ଦ୍ଦେଶରେ ବ୍ଲକ ପ୍ରଶାସନ ଗୁଡ଼ାରୀ ତରଫରୁ ବିଡ଼ିଓ ଶୁଚିସ୍ମିତା ବେହେରାଙ୍କ ତତ୍ୱାବଧାନରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ।

ମଧୁବନ ସଦଭାବନା କକ୍ଷରେ ଅବାଦ୍ଧ ଗଞ୍ଜେଇ ଚାଷର ନିରାକରଣ ସହ ବିକଳ୍ପ ଜୀବିକା ଉପାର୍ଜନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବ୍ଲକ ପ୍ରଶାସନ ଗୁଡ଼ାରୀ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ବିଡ଼ିଓ ଶୁଚିସ୍ମିତା ବେହେରାଙ୍କ ଅଧ୍ୟକ୍ଷତାରେ ଗୁଣୁପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ବାବୁଲି ନାୟକ, ତହସିଲଦାର ଏ. ସ୍ନେହଲତା,ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀମତି ସମର୍ପିତା ସ୍ୱାଇଁ, ସିଡିପିଓ ଶ୍ରୀମତି ଅନିତା ପାଣିଗ୍ରାହୀ, ବନାଞ୍ଚଳ ଅଧିକାରୀ ଦିଲ୍ଲୀପ କୁମାର ପଟ୍ଟନାୟକ, ସିଟିଟିସି ରାୟଗଡା ଅରୁଣ ପ୍ରସାଦ ରଥଙ୍କ ସମେତ ବ୍ଲକ ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ। ଉକ୍ତ କର୍ମଶାଳାରେ ଏସଡିପିଓ ଶ୍ରୀ ନାୟକ ନିଜ ମନ୍ତବ୍ୟରେ ଅବାଧ ଗଞ୍ଜେଇ ଚାଷ ଏକ ଦଣ୍ଡନୀୟ ଅପରାଧ।ଗଞ୍ଜେଇ ଚାଷ କରି ଆଇନ ହାତକୁ ନନେଇ ତା’ଠାରୁ ଦୁରେଇ ରହିବା ଭଲ ବୋଲି କହିଥିବା ବେଳେ ଉପସ୍ଥିତ ବିଭାଗୀୟ ଅଧିକାରୀ ମାନେ ଅବାଧ ଗଞ୍ଜେଇ ଚାଷ ପରିବର୍ତ୍ତେ ବିଭିନ୍ନ ପ୍ରକାରର ଚାଷ, ଦୋକାନ, ବ୍ୟବସାୟ, ମେକାନିକ, ଡ୍ରାଇଭର, ଇତ୍ୟାଦି ବିକଳ୍ପ ଜୀବିକା ଉପାର୍ଜନ କରି ପରିବାର ପ୍ରତିପୋଷଣ କରିବା ପାଇଁ ସରକାରଙ୍କ ତରଫରୁ ପ୍ରୋତ୍ସାହନ ରହିଛି ବୋଲି ମତ ପ୍ରକାଶ କରିଥିଲେ ।

ଏହି ପରିପ୍ରେକ୍ଷୀରେ ମଧୁବନ ଗ୍ରାମପଞ୍ଚାୟତର ଗଞ୍ଜେଇ ପ୍ରଭାବିତ ଅଞ୍ଚଳ ବଣ୍ଡଲି, କତଲି, ଗାମ୍ବରୀ, ରାଚାମ, ଗୁଞ୍ଜୁଗୁଡା, ହିରିକିବାଡି ଓ ଉଲାପଦର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ମାନେ ଉପସ୍ଥିତ ରହିଥିଲେ। ଏହି ଅବସରରେ ଦକ୍ଷତା ବିକାଶ କେନ୍ଦ୍ର ରାୟଗଡା, ଗ୍ରାମ ତରଙ୍ଗ ଗୁଣୁପୁର, ଓ ଦିନ ଦୟାଳୁ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟା ଯୋଜନାର ଅଧିକାରୀ ମାନେ ଯୋଗଦେଇ ମାଗଣାରେ ବିଭିନ୍ନ ତାଲିମ୍ ମାଧ୍ୟମରେ ଦକ୍ଷତା ବୃଦ୍ଧି କରିବା ସହିତ ଜୀବିକା ଅର୍ଜନ ପାଇଁ ଚାକିରୀ ବ୍ୟବସ୍ଥା ରହିଥିବା ମତାମତ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ପାଇକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ଶେଷର ଘୋଷଣା କରିଥିଲେ।
ରାୟଗଡାରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ପ୍ରସାଦ ଲିମାଙ୍କ ରିପୋର୍ଟ।
