ସ୍ବାମୀ ଆୟପ୍ପା ଙ୍କ ଆରତ୍ତ୍ନମ ପର୍ବ। ଆଜି ରାୟଗଡ଼ା ସ୍ବାମୀ ଆୟାପା ମନ୍ଦିର ରେ ଆରତ୍ତମ୍ ପର୍ବ ମହା ଆଡ଼ମ୍ବରରେ ପାଳିତ ହୋଇ ଯାଇଛି। ମନ୍ଦିର ରେ ବହୁ ସଂଖ୍ୟକ ଅୟପ୍ପା ଭକ୍ତ ମାନେ କାଉଡ଼ି ଧରି ଗୁରୁସ୍ୱାମି ପ୍ରସାଦ ସ୍ବାମୀ ଙ୍କ ମାଧ୍ୟମରେ ସହର ପରିକ୍ରମା କରି ନାଗାବଳୀ ନଦୀ ରେ ସ୍ନାନ କରିବାକୁ ଯାଇଥିଲେ। ଏହି ପର୍ବ ଆୟାପା ସବାରୀମାଲା ସ୍ବାମୀ ଙ୍କ ଏକ ମୂଖ୍ୟ ପର୍ବ।

ଆଜିଠୁ କେରଳ ର ସବାରିମଲା କ୍ଷେତ୍ର ରେ ମନ୍ଦିର ଖୋଲିବାର ନିୟମ ରହିଛି। ଆଜିଠାରୁ ମଣ୍ଡଳ ପୂଜା ର ପ୍ରାରମ୍ଭ ବୋଲି କୁହାଯାଇଥାଏ। ରାୟଗଡ଼ା ର ଆୟପ୍ପା ମନ୍ଦିର ଜିଲ୍ଲା ର ଏକ ପ୍ରସିଦ୍ଧ ମନ୍ଦିର ରୁପେ ପରିଗଣିତ ହୋଇଛି। ସେହି ପରି ରାୟଗଡା ଜିଲ୍ଲା ର ଯେ କେ ପୁର ଠାରେ ମଧ୍ୟ ଆୟପା ସ୍ୱାମୀ ଭକ୍ତ ମାନେ ସ୍ଥାନୀୟ ବାଲଜି ମନ୍ଦିର ଠାରୁ ଏକ ଶୋଭା ଯାତ୍ରା ରେ ବାହାରି ଠାକୁର ଙ୍କ ପ୍ରତିମା ନେଇ ଘଣ୍ଟ ଘଟି ବାଜା ବଜାଇ ରୋଷଣୀ କରି ବିସି ରୋଡ଼ ମଣ୍ଡପ ପ୍ରତିଷ୍ଠା କରି ପୂଜା ଅର୍ଚନା କରି ଥିଲେ l

ପୂଜା ରେ ବହୁ ସଂଖ୍ୟକ ଭକ୍ତ ଓ ଆୟପା ସ୍ୱାମୀ ଦୀକ୍ଷା ନେଇ ଥିବା ବକ୍ତ ଉପସ୍ଥିତ ଥିଲେ l
ରାୟଗଡାରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
