“ରାୟଗଡାରେ ଚଣ୍ଡାଶୋକରୁ ଧର୍ମାଶୋକ” ର ପ୍ରଚାର ଓ ପ୍ରସାର।

ରାୟଗଡ଼ା ଜିଲ୍ଲା ଗୁଣପୁର ଗୌତମ ନଗରରେ ଶ୍ରୀ ଗୌତମବୁଦଙ୍କର ଜନ୍ମ ଉତ୍ସବ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଶତାଧିକ ଲୋକ ଉପସ୍ଥିତ ଥିଲେ ଏବଂ ଏଠାରେ ଅନେକ ବୁଦ୍ଦାଚାର୍ଯ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଯେଉଁ ବୁଦ୍ଦାଚାର୍ଯ୍ୟମାନେ ଉପସ୍ଥିତ ଥିଲେ ସେମାନେ ବୁଦ୍ଧଦେବଙ୍କ ବାଣିକୁ ବହୁତ ସୁନ୍ଦର ଭାବେ ଶୁଣାଇଥିଲେ। ବୁଦ୍ଧଦେବଙ୍କ ଜୀବନି କଥା, ତାଙ୍କର ନୀତି ବାଣୀ ଓ ସଂସାରର ମାନବ ଜାତିରେ ପ୍ରେମ କରିବା, ଭକ୍ତି କରିବା, ସେବା କରିବା ଓ ମନୁଷ୍ୟତ୍ବ କିପରି ବଜାୟ ରଖିବା ସେସବୁ ସୁନ୍ଦର ଉଦାହରଣ ଗୁଡ଼ିକ ଦେଇ ବୂଝାଇଥିଲେ । ବାସ୍ତବରେ ସମ୍ରାଟ ଅଶୋକ ମହାରାଜା ଏତେ କୃର ଶାସକ ଥିଲେ ପ୍ରଥମେ କଳିଙ୍ଗ ଜୟ କରିଥିଲେ ଓ ପରବର୍ତ୍ତୀ ସମୟରେ ସାରା ଅଖଣ୍ଡ ଭାରତକୁ ଜୟକରି ଶାସନ କରିଥିଲେ।


କିନ୍ତୁ ଶେଷରେ ସେ ଖଡ଼ଗ ଛାଡି ବୌଦ୍ଦ ଧର୍ମ ଅବଲମ୍ବନ କରିଥିଲେ ଏବଂ ସାରା ଏସିଆ ମହାଦେଶର ବହୁ ଦେଶରେ ବୌଦ୍ଧ ଧର୍ମର ପ୍ରଚାର କରିଥିଲେ।
ଭାରତ ଦେଶର ଅର୍ଥାତ୍ ଆମ ଦେଶର ସମ୍ବିଧାନ ପ୍ରଣୟନ କର୍ତ୍ତା, ବି.ଆର. ଆମ୍ବେଦକର ମଧ୍ୟ ବୌଦ୍ଧ ଧର୍ମାବଲମ୍ବୀ ଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା କିଛି ବ୍ୟକ୍ତିବିଶେଷ ମଧ୍ୟ ବୌଦ୍ଧ ଧର୍ମ ଅବଲମ୍ବନ କରିବାପାଇଁ ଇଚ୍ଛାପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ବୁଦ୍ଦାଚାର୍ଯ୍ୟ ପ୍ରଶାନ୍ତ ବୌଦ୍ଧ, ଆଇନଜୀବୀ ବିଶିକେଷନ ଟାକିରି , ଧମ୍ମମୀତ୍ର ସଙ୍କେତ, ଧମ୍ମମୀତ୍ର ସୁଧାଂଶୁ, ସମାଜ ସେବୀ ଜେମସ ଭର୍ଗିସ , ଚନ୍ଦନ ବେବର୍ତ୍ତା, ବୁଦ୍ଧାଚାର୍ଯ୍ୟ କାହ୍ନୁଚରଣ ଲିମା ମୁଖ୍ୟ ଶିକ୍ଷୟିତ୍ରୀ ପଦ୍ମାବତୀ ବାଉରୀ , ଅତିଥି ଭାବେ ଓ ରାମା ପାଣି, ହରିଶ୍ଚନ୍ଦ୍ର ପାଚିକା, ସୁରେନ୍ଦ୍ର ବିଡିକା, କରୁଣାକର ଲିମା, ଜଗବନ୍ଧୁ ଲିମା, ପ୍ରଶାନ୍ତ ପାସ୍ପୁରେଡ଼ି, ସନ୍ତୋଷ ପାଳ , ଅକ୍ଷୟ ପାଳ ଓ ଅନକ ବୁଦ୍ଦପ୍ରେମି ଉପସ୍ଥିତ ଥିଲେ।
ଗୁଣପୁରରୁ ଫଟୋ ନ୍ୟୁଜ ଟାଇମସ୍ ର ସାମ୍ବାଦିକ ଗଣେଶ କୋଲଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *