ରାୟଗଡାରେ ନାରୀସୁରକ୍ଷା ପାଇଁ ବିଜେଡ଼ିର ବିକ୍ଷୋଭ

ବିଜୁ ଜନତା ଦଳ ପକ୍ଷରୁ ବିକ୍ଷୋଭ।
ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ପୁଲିସ ଡିଜିଙ୍କ ଉଦ୍ଦେଶ୍ୟରେ ରାୟଗଡା ଏସପିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ସହ ନାରୀ ଓ ଛାତ୍ରୀ ମାନେ ଅସୁରକ୍ଷିତ ମନେ କରୁଛନ୍ତି। ରାଜ୍ୟରେ ଦୁଷ୍କର୍ମ, ଗଣଦୁଷ୍କର୍ମ, ଅସଦାଚରଣ ବଢିଚାଲିଛି ବୋଲି ବିଜେଡି କର୍ମୀମାନେ ଦାବି କରୁଛନ୍ତି। ନାରୀ ସୁରକ୍ଷା ପାଇଁ ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଯୁବ ଛାତ୍ର ଜନତା ଦଳପକ୍ଷରୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି। ବିଜୁ ଛାତ୍ର ଜନତା ଦଳର ରାୟଗଡା ନଗର ସଭାପତି ପ୍ରବୀଣ କୁମାରଙ୍କ ନେତୃତ୍ବରେ ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପୋଲିସ୍ ଡିଜିଙ୍କ ଉଦ୍ୟେଶ ରାୟଗଡା ଏସପି ସ୍ଵାତି ଏସ କୁମାରଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି I ଏହି ଦାବିପତ୍ର ପ୍ରଦାନ କରାଗଲା ବେଳେ ରାୟଗଡା ସହରର ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।
ବିଜେଡ଼ି ଦଳର ପ୍ରବୀଣ କୁମାର ଏବଂ ସାଇ ସ୍ୱରୂପା ନିଜର ପ୍ରତିକ୍ରିୟା ରଖିଛନ୍ତି।
ରାୟଗଡାରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *