ରାୟଗଡାରେ ରେଳ ଷ୍ଟେସନରୁ ପୋଲିସ ଷ୍ଟେସନ ପରିବେଶବିତ୍ ମେଧା ପାଠକର

ଆମର ଏହି ନ୍ୟୁଜ ସେଗମେଣ୍ଟ “We State You Investigate”।
“ବିଶ୍ଵ ପରିବେଷ ଦିବସ” ପାକୃତିକ ସମ୍ପଦ ସମାବେଶରେ ଯୋଗଦେବାକୁ ଯାଉଥିବା ବେଳେ ପରିବେଶବିତ ମେଧା ପାଠକରଙ୍କୁ ରାୟଗଡା ପୋଲିସ ରେଳ ଷ୍ଟେସନରୁ ପୋଲିସ ଷ୍ଟେସନକୁ ଆଣିଥିଲେ।
ମେଧା ପାଠକର କାଶୀପୁର ବ୍ଲକର ସୁଙ୍ଗେର ହାଟପଦାରେ ବିଶ୍ବ ପରିବେଶ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା।ସେଠାରେ ଖଣି ଖାଦାନ ଅଞ୍ଚଳ ଲୋକେ କିପରି କମ୍ପାନୀ ଗୁଡିକର ଜୁଲୁମର ଶିକାର ହେଉଛନ୍ତି, ଏବଂ କିପରି କମ୍ପାନୀ ପ୍ରତିଷ୍ଠା ପରେ ବିଶେଷ କରି ଅଞ୍ଚଳର କିପରି ପାଣି ପବନ ଉପରେ ନିର୍ଭର କରି ବଞ୍ଚୁଥିବା ଆଦିମ ଜନଜାତି ଭୋଗୁଥିବା ସମସ୍ୟା ଏବଂ ସେମାନଙ୍କ ସୁସ୍ଥ ଜୀବିକା ଜୀବନ ଉପରେ ଆଲୋଚନା ହୋଇଥାନ୍ତା। ବିଶେଷକରି ବେଦାନ୍ତ ଏବଂ ମୈତ୍ରୀ କମ୍ପାନୀ ଯୋଗୁ ନଷ୍ଟ ହେଉଥିବା ପରିବେଶ ଉପରେ ଅଲୋଚନ ହେବାର ଥିଲା। ହେଲେ ସଭାସ୍ଥଳକୁ ଯିବା ପୂର୍ବରୁ ପୋଲିସ ତାଙ୍କୁ ଉଠାଇ ନେଇଛି। ରାୟଗଡା ପୋଲିସ ମେଧା ପାଠକରଙ୍କୁ ଅନ୍ୟ ଏକ ସ୍ଥାନରେ ରଖି ସଭାକୁ ନଯିବା ପାଇଁ ବୁଝାସୁଝା କରୁଥିଲା।

କାଶୀପୁର ବ୍ଲକର ସିଜିମାଳି ଖଣି ଖନନକୁ ବିରୋଧ କରି ଉକ୍ତ ଅଞ୍ଚଳର ଲୋକେ ଦୀର୍ଘ ଦିନ ହେବ ଆନ୍ଦୋଳନ ଜାରି ରଖିଛନ୍ତି। ତେବେ ପୂର୍ବରୁ ଅନେକ ଥର ଖଣି ଖନନକୁ ନେଇ ଉକ୍ତ ସ୍ଥାନରେ ଅଶାନ୍ତକର ପରିବେଶ ସୃଷ୍ଟି ହୋଇଛି। ଆଇନଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟିରେ ରଖି ଅନେକ ଆଦିବାସୀ ଆନ୍ଦୋଳନ କାରୀଙ୍କୁ ପୋଲିସ ଗିରଫ୍ ମଧ୍ଯ କରିଛି। ତେବେ ବିଶ୍ବ ପରିବେଶ ଦିବସ ଅବସରରେ ସୁଙ୍ଗେର ହାଟପଦାରେ ମା ମାଟି ପାଣି ସୁରକ୍ଷା କମିଟି ପକ୍ଷରୁ ବିଶାଳ ସମାବେଶ ଆୟୋଜନ ହେବାର ଥିଲା। ଏହି କାର୍ଯ୍ୟକ୍ରମ ରେ ଅନ୍ଯମାନଙ୍କ ମଧ୍ଯରେ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଏ ଓ କୃଷକ ନେତା ଲିଙ୍ଗରାଜ, ଜନ ଆନ୍ଦୋଳନ ସମନ୍ୱୟର ରାଷ୍ଟ୍ରୀୟ ଆବାହକ ଲିଙ୍ଗରାଜ ଆଜାଦ ଓ ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି ଯୋଗ ଦେବାର ଥିଲା।
ଉକ୍ତ ଜିଲ୍ଲାରେ ଗୋଟିଏ ପଟେ ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟକ୍ରମ ହେଉଛି କିନ୍ତୁ ଅନ୍ୟପଟେ ବିଶ୍ଵସ୍ତରୀୟ ପରିବେଶବିତ୍ ମେଧା ପାଠକରଙ୍କୁ ସରକାର ପୋଲିସ ମାଧ୍ୟମରେ କମ୍ପାନୀ ମାନଙ୍କ ସ୍ୱାର୍ଥପାଇଁ ଅଟକାଇବା ଏକ ନୀନ୍ଦନୀୟ ଘଟଣା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।
ରାୟଗଡ଼ାରୁ ଫଟୋ ନ୍ୟୁଜ ଟାଇମସ୍ ର ସାମ୍ବାଦିକ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ୍।

 

Leave a Reply

Your email address will not be published. Required fields are marked *