ରାୟଗଡା ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବି ମା ମାଝୀ ଗୌରୀ ମନ୍ଦିର ରେ ଚୈତ୍ର ପର୍ବ ଆରମ୍ଭ ହୋଇଛି

ରାୟଗଡା ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବି ମା ମାଝୀ ଗୌରୀ ମନ୍ଦିର ରେ ଚୈତ୍ର ପର୍ବ ଆରମ୍ଭ ହୋଇଛି l ଆସନ୍ତା ୧୨ତାରିଖ ପର୍ଯନ୍ତ ପାଞ୍ଚ ଦିନ ବ୍ୟାପି ଏହି ପର୍ବ ଅନୁଷ୍ଠିତ ହେବ l ସକାଳୁ ଝଞ୍ଜାବତୀ ନଦୀ କୂଳ ରୁ ଗଙ୍ଗା ଆବାହନ କରି ମା ଙ୍କ ପାଦ ପୂଜା ହୋଇ ଥିଲl l ତା ପରେ ମୁଖ୍ୟ ମନ୍ଦିର ରେ ଆବାହନ ଓ ଅଜ୍ଞା ମାଳ ଆଣି ଯଜ୍ଞ କର୍ମ ଆରମ୍ଭ କରି ଥିଲେ ପୂଜକ l ପାଞ୍ଚ ଦିନ ବ୍ୟାପି ଯଜ୍ଞ ସମେତ ସ୍ୱତନ୍ତ୍ର ପୂଜା ଅର୍ଚନା ଅନୁଷ୍ଠିତ ହେବ l ଚୈତ୍ର ମଙ୍ଗଳ ବାର ମା ଙ୍କ ପୂଜା ଆରମ୍ଭ ହୋଇ ଥିବାରୁ ପ୍ରବଳ ଭିଡ ଜମି ଥିଲା। ମଙ୍ଗଳ ବାର ଦିନ ଭକ୍ତମାନେ ମା ଙ୍କୁ ସୁନା ବେଶ ରେ ଦର୍ଶନ କରିଥିଲେ l ମା ଙ୍କ ପ୍ରତି ଅଗାଢ଼ ଭକ୍ତି ଓ ବିଶ୍ୱାସ ରହିଛି l ଦର୍ଶନ କଲେ ମାନସିକ ପୂରଣ ହୁଏ ବୋଲି ବିଶ୍ବlସ ରହିଛି l ରାୟଗଡା ର ମଧ୍ୟ ଭାଗରେ ମା ଙ୍କ ମନ୍ଦିର ଥିବା ରୁ ମା ଙ୍କ ନାମ ମାଝୀ ଗୌରି ମା ରହିଅଛି l ଚୈତ୍ର ପର୍ବ ଓ ଦଶହରା ନବରାତ୍ର ମା ଙ୍କ ଦୁଇ ଟି ମୁଖ୍ୟ ପରବ l ସେହି ପରି ଦଶହରା ନବ ରାତ୍ର ପୂଜା ଆରମ୍ଭ ପୂର୍ବ ରୁ ମା ଙ୍କ ଖଣ୍ଡା ପୂଜା ଆରମ୍ଭ ହୋଇ ଥାଏ l ମା ଙ୍କ ପାଖରେ ବଳି ପ୍ରଥା ପ୍ରଚଳିତ ରହିଛି। ଦଶହରା ଓ ଚୈତ୍ରପର୍ବ ଅବସରରେ ମା ଙ୍କ ପୀଠ ସଜାଇ ହୁଏ l ହୋମଯଜ୍ଞ ସହ ଅଖଣ୍ଡଦୀପ ଜଳା ଯାଏ l ଦଶହରା ମହାଷ୍ଟମୀର ମଧ୍ୟ ରାତ୍ର ରେ ବଳି ପୂଜା ହୁଏ। ମା ଦଶହରା ଓ ଚୈତ୍ର ପର୍ବ ବେଳେ ମା ସୁନା ବେଶ ରେ ଭକ୍ତ ଙ୍କୁ ଦର୍ଶନ ଦିଅନ୍ତି l ଏହି ଦର୍ଶନ ପାଇଁ ଓଡିଶା, ଆନ୍ଧ୍ର,ତେଲlଙ୍ଗlନା ,ଓ ଛତିଶ ଗଡ଼ ରାଜ୍ୟରୁ ବହୁ ଭକ୍ତଙ୍କ ସମାଗମ ହୋଇଥାଏ l ଚୈତ୍ର ଶୁକ୍ଳ ପକ୍ଷ ଏକାଦଶୀ ଠାରୁ ପୁର୍ଣିମା ପର୍ଯନ୍ତ ସ୍ୱତ୍ରନ୍ତ୍ର ପୂଜା ଉପାସନା ହୁଏ l ଗତ କିଛି ବର୍ଷ ହେଲା ବିଶ୍ୱଶାନ୍ତି ଉଦେଶ୍ୟ ରେ ହୋମ କାର୍ଯ୍ୟ ହୋଇ ଆସୁଅଛି l ନବ ଗ୍ରହ ଶାନ୍ତି, ସୂର୍ଯ୍ୟପୂଜା,ଚଣ୍ଡୀପୂଜା ଓ ଚଣ୍ଡୀପାଠ ହଉ ଥିବା ବେଳେ ଶେଷ ରେ ଅଗ୍ନି ପୂଜା ସହ ପୂର୍ଣ୍ଣ ଆହୁତି ଦିଆଯାଏ l ଗଞ୍ଜାମ, ପୁରୀ,କଳାହାଣ୍ଡୀ ଜିଲ୍ଲା ମାନଙ୍କ ରୁ ପଣ୍ଡିତ ମାନେ ଆସି ହୋମ କରିଥାନ୍ତି l ଏହି ଦିନ ଗୁଡିକ ରେ ମା ନିଜ ଭଉଣୀ ମାନଂକୁ ସାକ୍ଷତ ପାଇଁ ଯାଇ ଥାନ୍ତିl ଏଥି ସହ ନଗର ପରିକ୍ରମl କରନ୍ତି l ଏହା ପ୍ରଥା ମୁତାବକ ଚାଲି ଆସିଛି ବୋଲି ମନ୍ଦିର ପୂଜକ ମତବ୍ୟକ୍ତ କରିଛନ୍ତି l ସୁନା ବେଶ ପାଇଁ ମନ୍ଦିର ରେ ବହୁତ ଭିଡ ଦେଖି ବାକୁ ମିଳି ଥାଏl ରାୟଗଡା ରୁ ଫଟୋ ନ୍ୟୁଜ ଟାଇମ୍ସ ର ଜିଲ୍ଲା ପ୍ରତିନିଧି ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *