ରାୟଗଡା ସହର ରେ ଏ ସି ଏସ ଟି ସମାଜ ପକ୍ଷ ରୁ ଭାରତ ରତ୍ନ ବାବା ସାହେବ ଆମ୍ବେଦକରଙ୍କ ୧୩୪ତମ ଜନ୍ମ ଜୟନ୍ତୀ ବଡ ଧୁମ ଧାମ ରେ ପାଳିତ ହୋଇଯାଇଛି l ଏହି ଅବସର ରେ ସ୍ଥାନୀୟ କୋରାପୁଟ ଛକ ଠାରୁ ଏକ ଶୋଭା ଯାତ୍ରା ରାମା ଟକିଜ ପର୍ଯନ୍ତ ବାହାରି ସେଠାରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟlଅର୍ପଣ କରି ଥିଲେ l ପରେ ସ୍ଥାନୀୟ ବସଷ୍ଟାଣ୍ଡ ନିକଟ ରେ ଥିବା ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ବହୁଜନ ସମାଜ ବାଦୀ ପାର୍ଟିର ଜିତୁ ଜାକାଶିକା, କୋରାପୁଟ ଲୋକସଭା ସାଂସଦ ଙ୍କ ପ୍ରଭାରୀ ସଂଜୀବ ନାୟକ,ଆମ୍ବେଦକର ଜୟନ୍ତୀ କମିଟି ସମ୍ପାଦକ, ବହୁଜନ ସମାଜବାଦୀ ମହିଳା ମୋର୍ଚା ର ଭୂଷଣ ବିଡ଼ିକା, ହର ପ୍ରସାଦ,ଗଙ୍ଗାଧର ପୁଆଲା, ଅଶୋକ ପୁଆଲା,ସତ୍ୟ ମଣ୍ଡାଙ୍ଗୀ ଓ ରାୟଗଡାର ପୂର୍ବତନ ବିଧାୟକ ମକରନ୍ଦ ମୁଦୁଲିଙ୍କ ସହିତ ବହୁବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।
ରାୟଗଡା ରୁ ଜିଲ୍ଲା ସାମ୍ବାଦିକ ମନୋରଞ୍ଜନ ଶତପଥି ଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମ୍ସ