ରେଳ ବିଭାଗର ଏହି ତ୍ରୁଟି ଯୋଗୁଁ ବହୁ ଧନଜୀବନ ନଷ୍ଟ ହେଉଛି। ଏଭଳି ଏକ ଘଟଣା ଘଟିଛି ରାୟଗଡା ଜିଲ୍ଲାରେ।

କାର୍ଯ୍ୟରେ ଅବହେଳା ଯୋଗୁଁ ସହକର୍ମୀ ମାନଙ୍କର ଜୀବନ ଚାଲିଯିବା ଘଟଣା ବହୁବାର ପ୍ରକାଶିତ ହୋଇଅଛି। କେବଳ ଜଣଙ୍କର ଅବହେଳା ଯୋଗୁଁ ଏହା ହେଇନଥାଏ। ରେଳ ବିଭାଗର ଏହି ତ୍ରୁଟି ଯୋଗୁଁ ବହୁ ଧନଜୀବନ ନଷ୍ଟ ହେଉଛି। ଏଭଳି ଏକ ଘଟଣା ଘଟିଛି ରାୟଗଡା ଜିଲ୍ଲାରେ।
ମାଡ଼ିଗଲା ଟ୍ରେନ୍‌ ଜଣେ ମୃତ, ୨ ଜଣ ଗୁରୁତର।


ରାୟଗଡ଼ା ରେଳ ଷ୍ଟେଶନରେ ଘଟିଛି ଦୁର୍ଘଟଣା। ବିଶାଖାପାଟଣାଠାରୁ ଦୁର୍ଗ ଅଭିମୁଖେ ଯାଉଥିବା ଟ୍ରେନ୍‌ ନମ୍ବର ୫୮୫୨୮ ରେଳଷ୍ଟେଶନ ପୂର୍ବରୁ ୩ ନମ୍ବର ପ୍ଲାଟ୍‌ଫର୍ମରେ ଏକ ଲାଇଟ ମୋଟର ଟ୍ରଲିକୁ ପଛପଟୁ ଧକ୍କା ଦେଇଥିଲା। ରେଳଧାରଣାରେ ସମାନ ସମୟରେ ଟ୍ରେନ୍‌ ଓ ଟ୍ରଲ୍ଲୀ ରହିବାରୁ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଟ୍ରଲିରେ ରହିଥିବା ରେଳବାଇ ଇଞ୍ଜିନିୟରିଂ ବିଭାଗର ତିନି ଠିକା କର୍ମଚାରୀଙ୍କ ମଧ୍ୟରୁ ଜଣେ ମୃତ ଏବଂ ଦୁଇ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ମୃତ କର୍ମଚାରୀ ଜଣକ ହେଲେ ସୁନ୍ଦରଗଡ଼ ଜିଲାର ଦେବର୍ଷି କିଶାନ। ଆହତମାନେ ହେଲେ ସୁଶାନ୍ତ ଦାସ ଓ ବାବୁଲା ସାହା।

ସେମାନଙ୍କ ଅବସ୍ଥା ଗୁରୁତର ରହିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଉଭୟଙ୍କ ଚିକିତ୍ସା ଚାଲିଛି। ମୃତକ ଓ ଆହତମାନେ ଟ୍ରଲିରେ କାର୍ଯ୍ୟ କରୁଥିଲେ। ତେବେ କେଉଁଠି ତ୍ରୁଟି ଯୋଗୁ ଏହି ଦୁର୍ଘଟଣା ଘଟିଲା ତାହାର ତଦନ୍ତ ଆରମ୍ଭ ହୋଇଛି। ଡିଆରଏମ୍‌ ଅମିତାଭ ସିଂଘଲଙ୍କ ସମେତ ବରିଷ୍ଠ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।


ରାୟଗଡ଼ାରୁ ସନ୍ତୋଷ ସାହୁଙ୍କ ରିପୋର୍ଟ।

 

Leave a Reply

Your email address will not be published. Required fields are marked *