ଲଘୁଖଣିଜ ପଦାର୍ଥ ଚୋରି ଯୋଗୁଁ ବହୁ ସମସ୍ୟା ଉପୁଜୁଛି। ପରିବେଶ ଦୂଷିତ ହେଉଛି, କାରଣ ଏହାର ଖନନ ସରକାରଙ୍କ ଅଧିନିୟମ ଅନୁଯାୟୀ ହେଉନାହିଁ। ଏହି ଚୋରା ବ୍ୟବସାୟରେ ଲିପ୍ତ ଥିବା ବ୍ୟକ୍ତି ବିଶେଷ ମାନେ ମଧ୍ୟ ଅସୁରକ୍ଷିତ। ଏଥିସହିତ ସରକାର ମଧ୍ୟ ରଏଲିଟି ଏବଂ ଟିକସ ପାଇବାରୁ ବଞ୍ଚିତ ହେଉଛନ୍ତି। ଏସବୁ ପଛରେ ବିଭାଗୀୟ ଅଫିସର ମାନଙ୍କର କାର୍ଯ୍ୟରେ ଅବହେଳା ଯୋଗୁଁ ଏହା ହଇଥାଏ। ଆମର ଏହି ନ୍ୟୁଜ ସେଗମେଣ୍ଟ ହେଉଛି “ସରକାର ତମେ ସଚେତନ ହୁଅ”।
ରାଜଗାଙ୍ଗପୁର ସହର ଓ ଆଖପାଖ ଅଞ୍ଚଳର ବିଭିନ୍ନ ଖଣିଖାଦାନ, ନଦୀ ଘାଟ ରୁ ପ୍ରତିଦିନ ଡମ୍ପର ଟ୍ରକ ଟ୍ରାକ୍ଟର ଯୋଗେ ବାଲି ବେଆଇନ୍ ଚୋରା ଚାଲାଣ ହେଉଅଛି। ପୂର୍ବରୁ ବହୁବାର ଅଭିଯୋଗ ହୋଇଆସୁଥିଲେ ମଧ୍ୟ ଖଣିବିଭାଗ ପକ୍ଷରୁ ସେପରି କାର୍ଯ୍ୟନୁଷ୍ଠାନ ହେଉନଥିବାରୁ ଚୋରା ବ୍ୟାପାରି, କ୍ରସର ମାଳିକ,ଟ୍ରକ ମାଲିକ ଓ କିଛି ଅସାଧୁ ବିଭାଗୀୟ ଅଧିକାରୀ ମାନେ ମାଲମାଲ ହେଉଛନ୍ତି। ଉକ୍ତ ଅଭିଯୋଗ କୁ କେନ୍ଦ୍ର କରି ବିଶେଷ ସୁତ୍ରରୁ ଖବର ପାଇ ରାଜଗାଙ୍ଗପୁର ପୋଲିସ, ଜିଲ୍ଲା ଖଣି ବିଭାଗ ଓ ତହସିଲଦାରଙ୍କ ମିଳିତ ଆନୁକୁଲ୍ୟରେ ରାଜଗାଙ୍ଗପୁର ସହର,ପଦା ଜାମପାଲି ,ରାଣିବନ୍ଧ ମାଟି ଗେଟ୍ ରାମାବାହାଲ ଅଞ୍ଚଳ ରେ ଅତର୍କିତ ଚଢ଼ାଉ କରି ଚାରୋଟି ଡମ୍ପର ଜବତ କରାଯାଇଅଛି। ଉକ୍ତ ଗାଡ଼ିରେ ଚୋରାରେ ବେ ଆଇନ୍ ବାଲି ପଥର ଚାଲନ ଅଭିଯୋଗ ପରେ ଖଣି ବିଭାଗ ପକ୍ଷରୁ ବିଭିନ୍ନ ମାମଲାରେ କେସ ରୁଜୁ କରି ସମସ୍ତ ଗାଡି କୁ ପୋଲିସ ହେପାଜତରେ ରଖାଯାଇଥିଲା।
ଏକ ପ୍ରେସ ରିଲିଜ ମାଧ୍ୟମରେ ସୁଚନା ଦେଇଥିଲେ ରାଜଗାଙ୍ଗପୁର ବଡ଼ଗାଁ ଏସଡିପିଓ ବିଭୁତି ଭୁଷଣ ଭୋଇ। ଉକ୍ତ ଘଟଣା ରାଜଗାଙ୍ଗପୁର ଅଞ୍ଚଳ ରେ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ଏବଂ ଏହିଭଳି କାର୍ଯ୍ୟକୁ ଅନ୍ୟ ଜିଲ୍ଲାମାନଙ୍କରେ କାର୍ଯ୍ୟକାରୀ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ରାଜଗାଙ୍ଗପୁର ର ଚୋରା ଚାଲାଣ ଏବଂ ବିଭାଗୀୟ ମିଳିତ ଚଢ଼ାଉ ଏକ ଉଦାହରଣ ମାତ୍ର।
ରାଜଗାଙ୍ଗପୁର ରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ଦେବବ୍ରତ ମିତ୍ରଙ୍କ ରିପୋର୍ଟ।