୧୩ତମ କ୍ରିକେଟ୍ କ୍ରୀଡ଼ା ପ୍ରତିଯୋଗିତା ଫାଇନାଲ ଶେଷ ହେଇଯାଇଛି। ଲଣ୍ଡାଗାଁ ଗ୍ରାମ ପଞ୍ଚାୟତ ର ସମସ୍ତ ଦର୍ଶକ ଙ୍କ ଗହଳିରେ , ଫାଇନାଲରେ ୨ଦଳର ଅଧିନାୟକଙ୍କ ପରିଚାଳନାରେ ଖେଳ ଶାନ୍ତିର ସହିତ ଜାରି ରଖିଥିଲେ। ଦୁଇ ଅମ୍ପେୟାର ଏମ ଆର୍ ରବିନ୍ଦ୍ର କୁଦେଇ, ଏମ୍ ଆର୍ ବୈକୁଣ୍ଠ ନାୟକ,ଫାଇନାଲ ଦିବସ ର ଖେଳକୁ ଦେଖି ,ନିରେଖି ସୁନ୍ଦର ଭାବରେ ଖେଳାଳି ଙ୍କୁ ଆତ୍ମନିର୍ଭରଶୀଳ ସୁଚନା ଜାରି ରଖିଥିଲେ। ଗୋପବନ୍ଧୁ ଖେଳପଡିଆ ରେ ବହୁତ ଲୋକପ୍ରିୟ ସମାଜ ସେବି ସ୍ବଚ୍ଛା ସେବି , ପଞ୍ଚାୟତ ର ସରପଞ୍ଚ ତୁଳସୀ ଝାଙ୍କର ଯୋଗଦେଇଥିଲେ।

ବାଲିଗୁଡ଼ା କର୍ଣିବେଡା ଏବଂ ଵଉଦ ମନ ମୁଣ୍ଡା ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା। ମନ ମୁଣ୍ଡା ୧୧୪ରନ ସଙ୍ଗ୍ରହ କରିଥିଲେ ଏବଂ ୬୫ ରନ୍ ରେ ପରାଜିତ ହୋଇଥିଲେ। ମନମୁଣ୍ଡା ବିଜୟ ହୋଇ ବିରାଟେଶ୍ବର କ୍ରିକେଟ କ୍ଲବ ର୧୩ତମ ମ୍ୟାଚ ର ଟ୍ରଫି ସହିତ ନଗଦ ୫୦.୦୦୦ ଟଙ୍କା ର ପୁରସ୍କୃତ ରାଶି ଗ୍ରହଣ କରିଥିଲେ। ରନର୍ ଟ୍ରଫି ସହିତ ନଗଦ ୩୦.୦୦୦ ଟଙ୍କା କର୍ଣିବେଡା ଦଳକୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ଉଭୟ ଦଳକୁ ସମ୍ମାନୀତ ଅତିଥି, ଲଣ୍ଡାଗାଁ ସରପଞ୍ଚ ତୁଳସୀ ଝାଙ୍କର, ପୁର୍ବତନ ମହିଳା ଜିଲ୍ଲାପରିଷଦ କନ୍ଧମାଳ ଚନ୍ଦ୍ରମା କହଁର,କଣ୍ଟାମାଳ ର ମହିଳା ଜିଲ୍ଲାପରିଷଦ ସୁମିତ୍ରା ସାହୁ, ଖମନମୁଣ୍ଡା ସରପଞ୍ଚ ଅଳକା ପ୍ରଧାନ, ଭା.ଜ.ପା.ଜିଲ୍ଲା ସଭାପତି କନ୍ଧମାଳ ପଣ୍ଡିତ ବିସି ମାଝୀ, ସମସ୍ତଙ୍କ ସୁପରିଚିତ ଶିକ୍ଷକ ନିକାଞ୍ଚନ ଭୋଇ, ବରିଷ୍ଠ ଭା.ଜ.ପା. ନେତା, ଜଗନ୍ନାଥ ସାହୁ, ପୂର୍ବତନ ଭାଇସଚେୟାରମ୍ୟାନ, କବିରାଜ ରଣା, ଉପାଧ୍ୟକ୍ଷ ଫିରିଙ୍ଗିଆ ଅଜିତ ସାହୁ,ସାଂସଦ ପ୍ରତିନିଧି ବାଲିଗୁଡା ରଣଜିତ କୁମାର ସାହୁ, ଆଦିକନ୍ଦ ପଟ୍ଟନାୟକ,ଜାଦବ ସମାଜରେ ସୁପରିଚିତ ଜିତେନ୍ଦ୍ର କୁଦେଇ, ସମିତି ସଭ୍ୟ ହେମସାଗର ମାଝୀ, ପୁର୍ବତନ ସମିତି ସଭ୍ୟ ପରମଖଠେଲା, ମଣ୍ଡଳ ସଭାପତି ସୁଶାନ୍ତ ମଲିକ,ଲ୍ୟାମ୍ପ, ଏମ୍ ଡି,ସ୍ୟାମଳ କୁମାର , ଏବଂ ବିରାଟେଶ୍ବର କ୍ରିକେଟ କ୍ଲବ ର ସମସ୍ତ ଯୁବକଙ୍କ, ଆନନ୍ଦ ର ସହିତ ପୁରସ୍କାର ପ୍ରଦାନ କରିଥିଲେ।

ବ୍ୟୁରୋ ରିପୋର୍ଟ ପ୍ରଭାତ କୁମାର ମଟାଲି, ଫଟୋ ନ୍ୟୁଜ ଟାଇମସ।
