ଲାଞ୍ଜିଗଡ ଦୁର୍ଗମ ଅଞ୍ଚଳରେ ଜଙ୍ଗଲୀ ହାତୀଙ୍କ ଉପଦ୍ରଵ।

ଲାଞ୍ଜିଗଡ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ଅଞ୍ଚଳରେ ବର୍ଷ ସାରା ଜଙ୍ଗଲୀ ହାତୀ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। ଦିନକୁ ଦିନ ଜଙ୍ଗଲୀ ହାତୀପଲ ଗାଁ ମୁହାଁ ହୋଇ ଫସଲ ନଷ୍ଟ କରିବା ସହ ଅନେକ ଲୋକଙ୍କ ଘରଦ୍ୱାର ଭଙ୍ଗାରୁଜା କରୁଛନ୍ତି ହାତୀପଲ l ହାତୀ ମଣିଷ ଲଢେ଼ଇ ଭିତରେ ଦୁର୍ଗମ ଅଞ୍ଚଳରେ ଲୋକେ ତ୍ରାହିତ୍ରାହି ଡାକୁଥିବା ବେଳେ ଚୁପଚାପ ନିଦବିଷ୍ଣୁ ସାଜିଛି ବନ ବିଭାଗ। ଏହି ଭଲି ଏକ ଅଭାବନୀୟ ଘଟଣା ଘଟିଛି ମୂଷାନାଲ ସେକ୍ସନ ବେନଗାଁ ପଞ୍ଚାୟତ ଅନ୍ତର୍ଗତ ଘୋଡା ପୋଖରୀଗାଁ ରେ। ସୂଚନା ମତେ ବେନଗାଁ ପଞ୍ଚାୟତ ଅନ୍ତର୍ଗତ ଘୋଡାପୋଖରୀ ଗାଁର ଶଶୀଳା ହରିଜନ ଙ୍କ ପରିବାର କିଛି ବର୍ଷ ହେବ ବେନଗାଁ ପଞ୍ଚାୟତ ଅନ୍ତର୍ଗତ ଘୋଡାପୋଖରୀ ଗାଁରେ ରହି ଆସୁଥିଲେ l ହେଲେ ମଙ୍ଗଳ ବାର ବିଳମ୍ବିତ ରାତିରେ ୨୨ଟିକିଆ ହାତୀ ପଲ ଝିମିରି ଜଙ୍ଗଲରୁ ଗାଁ ମୁହାଁ ହୋଇ ଗାଁ ନିକଟରେ ଭୀଷଣ ଗର୍ଜନ କରିଥିଲେ l ଗର୍ଜନ ଶୁଣି ଦୁଇ ପରିବାର ଜୀବନ ବିକଳରେ ଘର ଛାଡି ନିକଟସ୍ଥ ପୋଡ଼ସୀ ଘରେ କୁ ପଳାଇବାରୁ ଅଳ୍ପକେ ବର୍ତ୍ତୀ ଯାଇଥିଲେ। କିନ୍ତୁ ସକାଳୁ ଘରକୁ ଆସିକି ଦେଖିଲା ବେଳକୁ ଏପଟେ ସର୍ବସ୍ୱାନ୍ତ କରି ଧନୁର୍ଜ ହରିଜନଙ୍କ ଘର ସମ୍ପୂର୍ଣ ଭାଙ୍ଗିବା ସହିତ ଧାନ,ଚାଉଳ, ମାଣ୍ଡିଆ, ବିରି ଓ ଆସବାବ ପତ୍ରକୁ ମାଡି ଚକଟି ଦେଇଥିବା ଦେଖିବାକୁ ମିଳିଛି l ବର୍ତମାନ ହାତୀପଲ ଗାଁ ନିକଟରେ ଥିବା ଝିମିରି ଜଙ୍ଗଲରେ ରହିଥିବା ବେଳେ ଲୋକେ ଲାଞ୍ଜିଗଡ ଠାରୁ ବେନଗାଁ ଦେଇ ସେହି ରାସ୍ତାରେ ଯାତାୟାତ ପାଇଁ ଭୟଭୀତ ହୋଇପଡିଛନ୍ତି l ଘଟଣା ସ୍ଥଳକୁ କୋଣସି ବନ ବିଭାଗର କର୍ମଚାରି କି ପ୍ରଶାସନିକ ଅଧିକାରୀ ଆସୁନାହାନ୍ତି। ତେବେ ଉକ୍ତ ଅଞ୍ଚଳରେ ଏହି ଭଲି ଘଟଣା ବାରମ୍ବାର ଘଟୁଥିବା ବେଳେ କ୍ଷତିଗ୍ରସ୍ତ ପରିବାର କୁ ସରକାର ପକ୍ଷରୁ କ୍ଷତିପୂରଣ ଦେବାକୁ ଏକ ପରିବାର ଆକୁଳ ନିବେଦନ କରିଛନ୍ତି l ଏଠାରେ ଆମ କ୍ୟାମେରା ଟିମକୁ ଘୋଡା ପୋଖରୀ ଗ୍ରାମର ସ୍ଥାନୀୟ ବାସିନ୍ଦା ସୁଶୀଲା ହରିଜନ ନିଜର ମତ ଓ ମନ୍ତବ୍ୟ ରଖିଛନ୍ତି।
କଳାହାଣ୍ଡି ଜିଲ୍ଲାରୁ ଫଟୋ ନ୍ୟୁଜ ଟାଇମ୍ସର ପ୍ରତିନିଧି ସୁଶାନ୍ତ ମାଝୀ ଙ୍କ ରିପୋର୍ଟ।

 

Leave a Reply

Your email address will not be published. Required fields are marked *