ବିଜୁ ଜନତା ଦଳରେ ସୃଷ୍ଟି ହେଇଛି କମ୍ପନ। ଏଥିରେ ଦୁଇଭାଗ ହୋଇଛନ୍ତି ବିଜେଡିର ନେତା ଓ କର୍ମୀମାନେ। ଗୋଟିଏ ଗ୍ରୁପରେ ଅଛନ୍ତି ଶ୍ରୀମତୀ ସୁଜାତା କାର୍ତ୍ତିକିଆନ, ଭୈରବ ପାଣ୍ଡିଆନ ଏବଂ ବିଜେଡ଼ି ଦଳର ଟଙ୍କା ଦ୍ୱାରା ପ୍ରଭାବିତ କିଛି ନେତା ଓ କର୍ମୀ।

ଅନ୍ୟପକ୍ଷରେ ଓଡିଶାକୁ ଭଲ ପାଉଥିବା, ବିଜେଡିକୁ ଭଲ ପାଉଥିବା ନେତା ଓ କର୍ମୀମାନେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଶ୍ରୀ ପାଣ୍ଡିଆନଙ୍କ ସହିତ ଥିବା ରାଜ୍ୟସଭା ସାଂସଦ ସୁବାଶିଷ ଖୁଣ୍ଟିଆ,ବିଧାୟକ ନଳିନୀ ପ୍ରଧାନ ସେମାନଙ୍କ ବକ୍ତବ୍ୟରେ ରଖିଥିଲେ ନୂଆପଡାରେ ବିଜେଡିର ସ୍ଥିତି ଭଲ ଥିଲା।

ବାସ୍ତବ କ୍ଷେତ୍ରରେ ଅନ୍ୟ ନିର୍ବାଚନ ମଣ୍ଡଳୀର ଲୋକମାନଙ୍କୁ ଆଣି ସଭାସ୍ଥଳକୁ ପୂର୍ଣ୍ଣ କରୁଥିଲେ।

ଦେଖନ୍ତୁ ନବୀନ ପଟନାୟକଙ୍କ ନିର୍ବାଚନୀ ସଭାରେ ରହିଥିବା ଜଣେ ଦର୍ଶକ କଣ କହୁଛନ୍ତି।
ବର୍ତମାନ ସମୟ ଆସିଛି ବିଜେଡ଼ି ଦଳରେ ଆତ୍ମସମୀକ୍ଷା କରିବାର।

ମିଡିଆରେ ବିଜେଡ଼ି ଦଳବିରୋଧୀ ପ୍ରଚାରକୁ ରୋକିବାର ଆବଶ୍ୟକତା ଅଛି, ନଚେତ ଦଳ ନିମ୍ନଗାମି ହେବ। ସୋସିଆଲ ମିଡ଼ିଆ, ଖବରକାଗଜ ଏବଂ ଟିଭି ଚ୍ୟାନେଲ ଗୁଡିକ ନିରପକ୍ଷ ଖବର ପ୍ରକାଶ କଲେ ଓଡିଶା ବାସୀଙ୍କର ମଙ୍ଗଳ ହେବ ଏବଂ ମିଡ଼ିଆ ସାଧାରଣରେ ପ୍ରଶଂସିତ ହେବ ବୋଲି “ଫଟୋ ନ୍ୟୁଜ ଟାଇମ୍ସ”ର ସର୍ଭେ ରିପୋର୍ଟ କହୁଅଛି।
ଭୁବନେଶ୍ୱରରୁ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
