କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକରେ ଶାନ୍ତିକୁଞ୍ଜ ହରିଦ୍ୱାରରୁ ଆସିଥିବା ଶକ୍ତି ଜ୍ୟୋତିକଳସକୁ ଭବ୍ୟ ସ୍ୱାଗତ କରାଯାଇଛି l ଏହି ଶକ୍ତି ଜ୍ୟୋତି କଳସ ଶାନ୍ତିକୁଞ୍ଜ ହରିଦ୍ୱାରରୁ ଓଡିଶାକୁ ତିନିଟି ରଥ ପହଞ୍ଚିବା ପରେ ପୁରୀ ଜଗନ୍ନାଥ ମନ୍ଦିରରେ ପୂଜାର୍ଚନା କରାଯାଇଥିଲା। ତିନିଟି ଭବ୍ୟ ରଥ ଓଡ଼ିଶାର ଉତ୍ତର, ଦକ୍ଷିଣ ଏବଂ ପାଶ୍ଚିମ ପ୍ରାନ୍ତକୁ ବାହାରି ଥିଲାବେଳେ ପଶ୍ଚିମ ପ୍ରାନ୍ତ ଅଭିମୁଖେ ବାହାରିଥିବା ରଥ କଳାହାଣ୍ଡି, ନୂଆପଡା, ବଲାଙ୍ଗୀର, ସୋନପୁର, ବରଗଡ଼, ସମ୍ବଲପୁରୀ, ଦେବଗଡ଼, ଝାରସୁଗୁଡା, ଏବଂ ସୁନ୍ଦର ଗଡ଼ ଜିଲ୍ଲା ପରିକ୍ରମା କରିଥିଲା l ଅଞ୍ଚଳ ବାସୀ ଶାନ୍ତିକୁଞ୍ଜ ହରିଦ୍ୱାର ପରି ବ୍ରାଜକ ଅଶୋକ ପେଣ୍ଟଇ ସ୍ୱାଗତ କରିଥିଲେ। ଉକ୍ତ ଜ୍ୟୋତି କଳସର ଏକଶହ ବର୍ଷ ପୂର୍ତ୍ତି ଅବସରରେ ଏହାର ପରିକ୍ରମା କରାଯାଇଥିଲା l ଏହି ରଥକୁ ପ୍ରତ୍ୟେକ ପରିବାର ପୂଜାର୍ଚନା କରିଥିଲେ l କେବଳ ଓଡିଶା ନୁହେଁ ସମଗ୍ର ଭାରତ ବର୍ଷରେ ଏହି ଶକ୍ତିଜ୍ୟୋତି କଳସ ପରିକ୍ରମା କରୁଥିବା ବେଳେ ଲାଞ୍ଜିଗଡରେ ୮୦୦ ମହିଳା ମଣ୍ଡଳ ୩ ଯୁବ ମଣ୍ଡଳ ୭ ବୃକ୍ଷରୂପଣ ସଂକଳ୍ପ, ୧୦୦ଝୁଲା ପୁସ୍ତକ ୩ ବାଳ ସଂସାର ଶାଲା ୬ ଦେବସ୍ଥାପନ ୭୬୦ ଗାୟତ୍ରୀ ମନ୍ତ୍ର ଲିଖନ ୩୮୧ ଅଞ୍ଚଳ ପରିକ୍ରମା କରିଥିଲା l
ଲାଞ୍ଜିଗଡ଼ ରୁ କଳାହାଣ୍ଡି ଜିଲ୍ଲା ପ୍ରତିନିଧି ସୁଶାନ୍ତ ମାଝୀଙ୍କ ରିପୋର୍ଟ୍।
ଶାନ୍ତିକୁଞ୍ଜ ହରିଦ୍ୱାରରୁ ଆସିଥିବା ଶକ୍ତି ଜ୍ୟୋତିକଳସକୁ ଭବ୍ୟ ସ୍ୱାଗତ କରାଯାଇଛି
