ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ଉପଲକ୍ଷେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ମଞ୍ଜୁଷାଠାରେ ଏକଦିବସୀୟ ଆଲୋଚନା ଚକ୍ର

“ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ” ପାଇଁ ଆଲୋଚନା ଚକ୍ର ।
ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ଉପଲକ୍ଷେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ମଞ୍ଜୁଷାଠାରେ ଏକଦିବସୀୟ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି।
“ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଭୂମିକା ” ଶୀର୍ଷକ ଏହି ଆଲୋଚନାଚକ୍ରରେ ବହୁ ବୁଦ୍ଧିଜୀବୀ ଓ ସାହିତିକମାନେ ଅଂଶଗ୍ରହଣ କରି ଆମ ଓଡ଼ିଆ ଭାଷା, ସାହିତ୍ୟ, କଳା, ଐତିହ୍ୟ ଓ ସଂସ୍କୃତି ସମ୍ବନ୍ଧରେ ସବିସ୍ତୃତ ଆଲୋଚନା କରିଥିଲେ। ଏଥିସହିତ ଆଲୋଚନା ଚକ୍ରରେ ଭାଗନେଇଥିବା କବି ଓ କବୟିତ୍ରୀମାନେ କବିତା ପାଠ ମଧ୍ୟ କରିଥିଲେ।
ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଚିବ ଡ଼.ଚନ୍ଦ୍ର ଶେଖର ହୋତା କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏଥିସହ ଓଡ଼ିଆ ଭାଷାରେ ପ୍ରତିଷ୍ଠିତ ସାହିତିକମାନଙ୍କ ଦ୍ୱାରା ରଚିତ ପ୍ରସିଦ୍ଧ ସାହିତ୍ୟ କୃତି ସମ୍ବନ୍ଧରେ ସେ ଆଲୋକପାତ କରିଥିଲେ।
ଅମ୍ଳାନ ଦାସଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *