“ଶିକ୍ଷା ହେଉଛି ମହାଧନ” ଏହାକୁ କେହି ଚୋରି କରି ନେଇପାରନ୍ତି ନାହିଁ। ଯେତେ ବାଣ୍ଟିଲେ ସେତେ ବଢେ। ଏହି ଉକ୍ତିକୁ କେବଳ ଛାତ୍ରମାନେ ନୁହଁନ୍ତି ଅଭିଭାବକ ମାନେ ମଧ୍ୟ ବୁଝିବା ଦରକାର। ଚଳିତ ବର୍ଷ +2 ର ପରୀକ୍ଷା ଫଳ ବାହାରିବା ପରେ ରାୟଗଡା ଜିଲ୍ଲା ବାରିଝୋଲା ଗ୍ରାମ ରେ “ଜୁପୀଟର ହାୟରସେକେଣ୍ଡାରି ସ୍କୁଲ”ରେ ପ୍ରଥମ ଥର ପାଇଁ ୨୫ ଜଣ ଛାତ୍ର ଛାତ୍ରୀ +୨ ବାଣିଜ୍ୟ ରେ ପରୀକ୍ଷା ଦେଇଥିଲେ। ସେଥି ମଧ୍ୟରୁ ୨୩ ଜଣ ପ୍ରଥମ ଡିଭିଜନ, ଦୁଇ ଜଣ ଦ୍ୱିତୀୟ ଡିଭିଜନ ଓ ତିନି ଜଣ ଟପର ସ୍ଥାନ ଗ୍ରହଣ କରିଛନ୍ତି l ସେଥି ମଧ୍ୟରୁ ରୋହନ ସାଇ କୁମାର ୮୯.୩୩%. ସୋନୀ ବାତ୍ରାମ ୯୩. ୩୩ % ଓ ଅଙ୍କିତ କୁମାର ବେଉରା ୯୪.୬୭% ମାର୍କ ରଖି ସାରା ଜିଲ୍ଲାରେ ଗୌରବ ଆଣିଛନ୍ତି।
ଅଙ୍କିତ କୁମାର ବେଉରା ପ୍ରକାଶ କରିଛନ୍ତି ଯେ ତାଙ୍କ ସଫଳତା ପଛରେ ଜୁପୀଟର କଲେଜ ରେ ଅଧ୍ୟୟନ ଓ ଗେମ୍ସ ଇନଷ୍ଟିଚ୍ୟୁଟ୍ ରେ କୋଚିଂ ନେବା ଯୋଗୁ ସମ୍ଭବ ହୋଇ ପାରିଛି l ସେହି ପରି ରାୟଗଡା ମହା ବିଦ୍ୟାଳୟର ଛାତ୍ରୀ ଅଞ୍ଜଳି ସିଂହ ବାଣିଜ୍ୟ ରେ ୯୧. ୫%ରଖି କୃତିତ୍ୟ ହାସଲ କରିଛନ୍ତି।
ଛାତ୍ରଛାତ୍ରୀ ମାନେ ପ୍ରକାଶ କରିଛନ୍ତି ଯେ ବାପା ମା ମାନଙ୍କ ଆଶ୍ରିବାଦ ଏବଂ କଠିନ ପରିଶ୍ରମ ଯୋଗୁଁ ସେମାନେ ଏହି ସଫଳତା ପାଇଛନ୍ତି l ପିଲା ମାନଙ୍କ ଏହି ସଫଳତା ଦେଖି ରାୟଗଡା ଗେମ୍ସ ଇନଷ୍ଟିଚ୍ୟୁଟ୍ ର ଅଧ୍ୟାପକ ଏ.ବି. ଗିରି ରାୟଗଡା କଲେଜ ର ପ୍ରିନ୍ସପାଲ ସରସ୍ବତୀ ରାୟ ,ଉଦୟ ନାୟକ, ଜିତୁ ଯାକକା, ସୁବ୍ରତ କୁମାର ପ୍ରଧାନ ଏବଂ ଅନ୍ୟାନ୍ୟ ଅଧ୍ୟାପକ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ରାୟଗଡ଼ାରୁ ଫଟୋ ନ୍ୟୁଜ ଟାଇମସ୍ ର ଜିଲ୍ଲା ସାମ୍ବାଦିକ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ୍।