ଶିଶୁ ବୈଜ୍ଞାନିକ ଚୟନ

 

ରାୟଗଡ଼ ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ତଥା ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ରବିବାର ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଳାପାଳ ନବିନ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ଯ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ ମୁଖ୍ଯ ଅତିଥିଭାବେ ଯୋଗଦେଇଥିଲେ । ବରେଣ୍ଯ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭଜନଲାଲ ମାଝୀ ଓ ଶାନ୍ତିଲତା ମୁନୀ, ମଙ୍ଗଳ ବିଭାଗ ଶିକ୍ଷା ନିରୀକ୍ଷକ ଶ୍ୟାମଘନ ଭୂୟାଁ, ସହକାରୀ ଜିଲ୍ଲାପାଳ କୈଳାସ ଚନ୍ଦ୍ର ସ୍ଵାଇଁ, ରାମନଗୁଡ଼ା ଶିକ୍ଷାଧିକାରୀ ସୃଜନ ମଲିକ,ଚନ୍ଦ୍ରପୁର ଶିକ୍ଷାଧିକାରୀ ଗଣେଶ ଶବର, ପ୍ରଧାନ ଶିକ୍ଷୟିତ୍ରୀ ସୁନିତା ଭୋଇ ଏବଂ ବିଜ୍ଞାନ ପରିଦର୍ଶକ ଦୀପକ ବେହେରା ମଞ୍ଚାସୀନ ଥିଲେ ।

ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ନାଏକ ଶିଶୁଙ୍କ ଜୀବନ କୌଶଳକୁ ଯୁକ୍ତିଯୁକ୍ତ ଭାବେ ବୈଜ୍ଞାନିକ ଦୃଷ୍ଟିକୋଣର ବୃଦ୍ଧି କରିବା ନିମନ୍ତେ ସଚେତନ କରାଇଥିଲେ । ସେହିପରି ଉଦଯାପନୀ ଉତ୍ସବରେ ଶାଗୁଣାର ଦୂରଦୃଷ୍ଟି, ରବର୍ଟ ଫର୍ଷ୍ଟଙ୍କ ଇଂରାଜୀ କବିତା, ଡ: ଏ ପି ଜେ ଅବଦୁଲ କଲାମଙ୍କ ଜୀବନୀର ଉଦାହରଣ ମାଧ୍ୟମରେ ଆବିଷ୍କାର ଓ ଉଦ୍ଭାବନ, କୂତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଅନେକ ରାସ୍ତା ଅତିକ୍ରମ କରିବାକୁ ଅଛି । ନିତୀ ଆୟୋଗଙ୍କ ମାପକାଠିରେ ରାୟଗଡ଼ ଜିଲ୍ଲାରେ ଶିକ୍ଷାର ଅଗ୍ରଗତି ପାଇଁ ନୂତନ ଉପାୟ, ଚିନ୍ତାଧାରା ଶିକ୍ଷକ, ଶିକ୍ଷାବିତ ଓ ଶିଶୁଙ୍କ ଠାରୁ ଆହ୍ବାନ କରିଥିଲେ।


ସାତୋଟି ଉତ୍କୃଷ୍ଟ ପ୍ରକଳ୍ପ କେନ୍ଦୁଝରସ୍ଥିତ ଡି.ଏନ ଉଚ୍ଚବିଦ୍ୟାଳୟରେ ଚଳିତ ଡିସେମ୍ବର ୨୬ ରୁ ୨୮ ତାରିଖ ମଧ୍ଯରେ ଅନୁଷ୍ଠିତ ହେବାକୁଥିବା ରାଜ୍ୟ ସ୍ତରୀୟ ପ୍ରଦର୍ଶନୀରେ ଅଂଶଗ୍ରହଣ କରିବେ ବୋଲି ବିଜ୍ଞାନ ପରିଦର୍ଶକ ଦୀପକ ବେହେରା ପ୍ରକାଶ କରିଛନ୍ତି । ସେମାନେ ହେଲେ ସିରିଆପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନିକିତା ମହାନନ୍ଦିଆ, କୋଲନରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରିୟଙ୍କା ସେଠୀ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ମିନତି ବିଭୋର, ଗୁଣୁପୁର ଓଡିଶା ଆଦର୍ଶ ବିଦ୍ୟାଳୟର ସ୍ବରୁପ ତ୍ରିପାଠୀ, କେ ସିଂପୁର ଓଡିଶା ଆଦର୍ଶ ବିଦ୍ୟାଳୟର ରୁପେଶ ମହାନନ୍ଦିଆ, କନ୍ଧ ମାଲିଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବିଶ୍ବରେଖା ସାମଲ ଓ ବଡ ଇନକୁବେଟର ଉଚ୍ଚ ବିଦ୍ୟାଳୟର ଚାନ୍ଦିନୀ ବାଚେଲି । ସମସ୍ତ କୃତି ପ୍ରତିଯୋଗୀଙ୍କୁ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଶୁଭେଚ୍ଛା ଜ୍ଞାପନ କରିଛନ୍ତି।


ରାୟଗଡାରୁ ମନୋରଞ୍ଜନ ଶତପଥୀ ଏବଂ କମଳ ଲୋଚନଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *