ଶୁଣିଲେନି ପ୍ରଶାସନ,ତେଲ ବ୍ରିଜ ର ଖାଲ କୁ ପୋତିଲେ ସ୍ବେଛାସେବୀ ସଂଗଠନ।

ଦୀର୍ଘ ବର୍ଷ ରୁ ଅବହେଳିତ ହୋଇ ପଡ଼ିଥିବା ସୁବର୍ଣ୍ଣପୁର ବୌଦ୍ଧ ଜିଲ୍ଲା କୁ ସଂଯୋଗ କରୁଥିବା ସର୍ବ ପୁରାତନ ତେଲ ବ୍ରିଜ ର ରକ୍ଷଣା ବେକ୍ଷଣl ର ଅଭାବ ଯୋଗୁଁ ବ୍ରିଜ ର ଉଭୟ ପଟ ରେ ଅନେକ ଗାତ ହୋଇ ପଡିଛି l ଯାହା ଦ୍ବାରା କି ପଶ୍ଚିମ ଓଡ଼ିଶା ରୁ ପୂର୍ବ ଓଡ଼ିଶା କୁ ପ୍ରତ୍ୟକ ଦିନ ଯିବା ଆସିବା କରୁଥିବା ହଜାର ହଜାର ଯାନ ବାହନ ଓ ସଧାରଣ ଲୋକ ବହୁ ସମୟରେ ଦୁର୍ଘଟଣା ର ଶିକାର ହେଉଥିବା ଜଣା ପଡ଼ିଛି l ବୌଦ୍ଧ ଏନ୍ ଏଚ ବିଭାଗ ଓ ଜିଲ୍ଲା ପ୍ରଶାସନ କୁ ପବ୍ଲିକ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ମଧ୍ୟ ଜିଲ୍ଲା ପ୍ରଶାସନ ଏ ଦିଗରେ ଧ୍ୟାନ ଦେଉନି l ଆଜି ସ୍ୱଚ୍ଛ ଭାରତ ସଂଗଠନ ସୋନପୁର ମନମୁଣ୍ଡା ର ସ୍ବେଛାସେବୀ ତେଲ ବ୍ରିଜ ରେ ଥିବା ବଡ ବଡ ଖାଲ କୁ ଇଟା ପଥର ପକାଇ ପୋତିଛନ୍ତି l

ଏ କାର୍ଯ୍ୟରେ କିଛି ସମୟ ରାସ୍ତା ରେ ଗାଡ଼ି ମଟର ଅଟକି ଯାଇ ଥିଲା ହେଲେ ଲୋକେ ବିରକ୍ତି ପ୍ରକାଶ ନ କରି ଓଲୋଟା ସ୍ବେଛାସେବୀ ଙ୍କୁ ପ୍ରଶଂସା କରି ଜିଲ୍ଲା ପ୍ରଶାସନ ପାଇଁ ଏହା ଲଜ୍ଜା ବୋଲି ସମାଲୋଚନା କରିଥିଲେ l ଏ ମହତ୍ କାର୍ଯ୍ଯ ରେ ରାସ୍ତା ରେ ଯିବା ଆସିବା କରୁଥିବା ଗୋଟାଏ ଜେସିପି ଗାଡି ଓ କିଛି ସାଧାରଣ ଲୋକ ବି ସହଯୋଗ ର ହାତ ବଢ଼ାଇ ଛନ୍ତି l ସ୍ୱଚ୍ଛ ଭାରତ ସଂଗଠନ ର ସଭାପତି ସାୟଦ ଅଲିମୁଲ୍ ଇସଲାମ, ଉପ ସଭାନେତ୍ରୀ ଇନ୍ଦୁମତି ପୁରୋହିତ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵlବଧାନ ରେ ଓ ମନୋରଞ୍ଜନ ତ୍ରୀପାଠୀ ଙ୍କ ସଂଯୋଜନା ରେ ଅନୁଷ୍ଟିତ

ଏହି କାର୍ଯ୍ୟକ୍ରମ ରେ ସ୍ବେଛାସେବୀ ପ୍ରମୋଦ କୁମାର ସାହୁ, ରବୀନ୍ଦ୍ର ଜେନା, ପ୍ରହଲ୍ଲାଦ ମିଶ୍ର, କଳା କାହୁଁ ଦାଶ, ରାମ ଚନ୍ଦ୍ର ଅଗ୍ରୱାଲା, ପ୍ରମୋଦ ମହାଣା, ନାରାୟଣ ରଥ, ନିଲୁ ଖଣ୍ଡଗିରି, ରତନ ନାଗ ପ୍ରମୁଖ ସଙ୍ଗଠନ ର ସମସ୍ତ ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ l ପ୍ରକାଶ ଥାଉ କି ଯେ ବିଗତ ୨୦୧୪ ମସିହା ରୁ ଏ ସଂଗଠନ ର କର୍ମକର୍ତା ଏଇ ତେଲ ବ୍ରିଜ ର ବାଲି ସଫେଇ, ପୋଲ ର ଖାଲ ପୋତିବା ସେବା କାମ କରି ଆସୁଛନ୍ତି l ଯାହାକି ଉଭୟ ଜିଲ୍ଲା ର ଲୋକେ ଓ ହଜାର ହଜାର ଯାତ୍ରୀ ଏ ସ୍ବେଛାସେବୀ ଙ୍କୁ ପ୍ରଶଂସା କରିଛନ୍ତି।

ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।

Leave a Reply

Your email address will not be published. Required fields are marked *