ଶ୍ରାବଣ ମାସରେ ଶୈବପୀଠ ଗୁଡିକ ଚଳଚଞ୍ଚଳ ହୋଇଉଠେ।
ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଐତ୍ୟିହ୍ୟ ରେ ଭରପୁର ବୌଦ୍ଧ ଜିଲ୍ଲା । ଏକ ପର୍ଯ୍ୟଟନସ୍ଥଳି ଭାବେ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିବା ସହ ଅନେକ ପୁରାତନ ଇତିହାସ ଓ ପୁରାଣରଗାଥା ବଖାଣିଥାଏ ରେଘାମୁଣ୍ଡାର ଦେଢଶୁର, ଭାଇବୋହୂ ଭୀମ ପାହାଡ଼ । ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଉମା ପଞ୍ଚାୟତର ରେଘାମୁଣ୍ଡା ଠାରେ ଥିବା ଦେଢଶୁର, ଭାଇବୋହୁ ଭୀମପାହାଡ଼ ଏକ ଅନ୍ୟତମ ପର୍ଯ୍ୟଟନସ୍ଥଳି ଭାବେ ବେଶ ପରିଚିତ । ଅନେକ ପୁରାଣର ଗାଥା ବଖାଣୁଥୁବା ଏହି ପାହାଡ଼ ତାର ସବୁଜିମା ଓ କିମ୍ବଦନ୍ତୀ ରେ ବାନ୍ଧିରଖେ ପଯ୍ୟଟକ ମାନଙ୍କୁ । ପାହାଡ଼ରେ ପାଖାପାଖି ୫୦ଫୁଟ ଉପରେ ଦୁଇଟି ପଥର ଯାହା ଦେଖିବାକୁ ବେଶ ମନୋରମ । ପାହାଡ଼ର ତଳେ ପୂଜା ପାଉଛନ୍ତି ବାବା ଗୁପ୍ତେଶ୍ବର ।
ତେବେ ଶ୍ରାବଣ ଆସିଲେ ଭକ୍ତ ଓ କାଉଡ଼ିଆ ଙ୍କ ବେଶ ଭିଡ଼ ଜମେ ଏହି ପୀଠରେ । ଶହ ଶହ ଭକ୍ତ ଓ କାଉଡିଆ ଏହି ପୀଠ କୁ ଆସି ବାବା ଗୁପ୍ତେଶ୍ୱର ଙ୍କୁ ଦର୍ଶନ କରବା ସହ ପ୍ରଭୁ କୃପା ଲାଭ କରନ୍ତି।
ଜିଲ୍ଲାରେ ରହିଛି ଅନେକ ଛୋଟବଡ ନଦୀ ଓ ପାହାଡ଼ । ତେବେ ବିଶେଷ କରି ଏଇ ପାହାଡ଼କୁ ନେଇ ଅନେକ କିମ୍ବଦନ୍ତୀ ରହିଥିବା କୁହାଯାଏ । ତେବେ ଶୁଣିବାକୁ ଯେ – ପଞ୍ଚୁପାଣ୍ତବ ଯେତେବେଳେ ଅଜ୍ଞାତ ବାସରେ ଥିଲେ ଏହି ପାହାଡ଼ ରେ ରହି ଶୈବ ଉପାସନା କରିଥିଲେ l ଏହି ପାହାଡ଼ରେ ଗୁପ୍ତେଶ୍ବର ବାବା ଙ୍କୁ ପୂଜା କରିଥିଲେ । ବର୍ତମାନ ମଧ୍ଯ ଏଠାରେ ଶୈବପୀଠ ରହିଛି । ଏଠାରେ ପଞ୍ଚୁପାଣ୍ଡବ ରହୁଥିବା ସମୟ ରେ ମହାବଳି ଭୀମ ପାହାଡ଼ ଉପରକୁ ଯିବା ବେଳର ବାଡ଼ିର ଭାରଛାପ ଓ ପାଦଚିହ୍ନ ଏବେବି ରହିଛି । ହିନ୍ଦୁ ପରମ୍ପରା ଅନୁଯାଇ ଦେଢଶୁର ଓ ଭାଇବୋହୁ ସମ୍ପର୍କ ହିନ୍ଦୁଧର୍ମର ସମ୍ପର୍କ ଅନୁସାରେ ଅଛୁଆଁ ହୋଇଥାଏ ।
ତେବେ ପଞ୍ଚୁପାଣ୍ତବ ରହୁଥିବା ସମୟରେ ଥରେ ବର୍ଷା ହୋଇଥିଲା ପାହାଡ଼ ଉପରେ ଏକ ଗଛମୂଳେ ଦେଢଶୁର ଓ ଭାଇବୋହୂ ଏକାଠି ଥିବାର ଭୀମଙ୍କ ନଜର କୁ ଆସିଥିଲା ଏହା ଦେଖି ତାଙ୍କୁ ଭୀମ ଅଭିଶାପ ଦେଇଥିଲେ l ସେଇ ଦେଢ଼ସୁର ଓ ଭାଇବୋହୁ ଙ୍କୁ ପାଷାଣ କରିଦେଇ ଥିଲେ । ଯାହା ପାହାଡ଼ ଉପରେ ଆଜିବି ଦୁଇଟି ପଥର ହୋଇ ଦଣ୍ଡାୟ ମାନ ହୋଇ ରହିଥିବା କୁହାଯାଏ l ସେବେଠୁ ଏଇ ପାହାଡ଼ର କିଛି ଦୂରତାରେ ଦଣ୍ଡାୟମାନ ଦୁଇଟି ପଥର ବା ଦେଢଶୁର ଓ ଭାଇବୋହୂ । ସେବେଠାରୁ ଏହି ପାହାଡ଼ ର ନାଁ ଦେଢଶୁର ଭାଇବୋହୁ ପାହାଡ଼ ବୋଲି କୁହାଯାଏ । ପାହାଡ଼ର ୫୦ ଫୁଟ ଉପରେଥିବା ଏଇ ଦୁଇଟି ପଥରକୁ ଦେଖିବାକୁ ପର୍ଯ୍ୟଟଙ୍କ ବେଶ ଭିଡ଼ ଜମେ । ଯେତେ ଝଡ଼ ପବନ ଆସିଲେ ମଧ୍ୟ ଏଇ ଦୁହି ପଥର ଝୁଲନ୍ନାଭାବେ ପାହାଡ଼ ଉପରେ ଠିଆହୋଇ ରହିଛି । କୁହାଯାଏ ଭାଇବୋହୁ ପଥରରୁ ହଳଦୀ ବାହାରେ ଯାହାକୁ ଲଗାଇଲେ ଅନେକ ରୋଗ ଉପଶମ ହୁଏ । ଏହା ଶହ ପାହାଡ଼ ଉପରେ ଏକା ପ୍ରକାର ୫ଟି ପାହାଡ଼ ରହିଛି ଯାହାକୁ ପଞ୍ଚୁପାଣ୍ଡବ ଣ୍ଡବ ମଧ୍ୟ କୁହାଯାଏ। ବାବା ଗୁପ୍ତେଶ୍ବରଙ୍କୁ ଦର୍ଶନ କରିବା ଶହ ବିଭିନ୍ନ ଓ ଐତ୍ୟିହ୍ୟ ସୌନ୍ଦର୍ଯ୍ୟ କୁ ନେଇ ପର୍ଯ୍ୟଟକଙ୍କୁ ବାନ୍ଧି ରଖୁଥୁବା ଏଇ ଦେଢଶୁର, ଭାଇବୋହୁ ପାହାଡ଼ କୁ ଆସିଲେ ଯେକେହି ହଉନା କାହିଁକି ନିଜ ମନକୁ ଏହାର ସୌନ୍ଦର୍ଯ୍ୟ ରେ ହଜେଇ ଦେବ।
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।