ଶ୍ରୀଜୀଉ ମାନଙ୍କର ରଥଯାତ୍ରା ପୂର୍ବରୁ ଚନ୍ଦନଯାତ୍ରା ଓ ଚାପଖେଳ ଏକ ପରମ୍ପରା

ଶ୍ରୀଜୀଉ ମାନଙ୍କର ରଥଯାତ୍ରା ପୂର୍ବରୁ ଚନ୍ଦନଯାତ୍ରା ଓ ଚାପଖେଳ ଏକ ପରମ୍ପରା। ଏହାକୁ ଭକ୍ତ ମାନେ ବିଭିନ୍ନ ନୃତ୍ୟ ଅନୁଷ୍ଠାନ ଏବଂ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାନେ ଭକ୍ତି ସହିତ ପାଳନ କରନ୍ତି।
ଶ୍ରୀ ମନ୍ଦିର ନିଳାଦ୍ରୀ ମହୋଦଧି, ଚନ୍ଦନ ଯାତ୍ରା ଅବସରରେ ମାହାରୀ ଦେବଦାସୀ ନୃତ୍ୟୋତ୍ସବ ଅନୁଷ୍ଠିତ।


ମର୍ଚିକୋଟ ଛକ ନିକଟରେ “ପୁରୀ ଡ୍ୟାନ୍ସ ଏକାଡେମୀ” ଚନ୍ଦନ ଯାତ୍ରାକୁ ପାଳନ କରିଛନ୍ତି। ଏହି ଅବସରରେ ପାରମ୍ପାରିକ ଦେବଦାସୀ ମାହାରୀ ନୃତ୍ୟୋତ୍ସବ ୨୦୨୫ ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ପ୍ରାୟ ୬୦ରୁ ଅଧିକ ନୃତ୍ୟ ଶିଳ୍ପୀ ମାନେ ସିଂହଦ୍ଵାର ସମ୍ମୁଖରୁ ଶ୍ରୀ ଜୀଉଙ୍କ ଚନ୍ଦନ ଶୋଭାଯାତ୍ରା ପଟୁଆରରେ ପାରମ୍ପରିକ ଦେବଦାସୀ ମାହାରୀ ନୃତ୍ୟ ପରିବେଷଣ କରିଥିଲେ। ସଂଧ୍ୟା ଘ ୬:୩୦ ମି ସମୟରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସାଂସ୍କୃତିକ କାର୍ଯକ୍ରମର ଶୁଭାରମ୍ଭ ହୋଇଥିଲା।

ମୁଖ୍ୟ ଅତିଥି ରୂପେ ପୁରୀ ଶ୍ରୀମନ୍ଦିର ଛତିଶା ନିଯୋଗ ମହାନାୟକ ଶ୍ରୀ ଜନାର୍ଦ୍ଦନ ପଟ୍ଟଯୋଷି , ସମ୍ମାନିତ ଅତିଥି ରୂପେ ଏସ.ପି, ଶ୍ରୀମନ୍ଦିର ପ୍ରଶାସକ ହେମନ୍ତ କୁମାର ପାଢ଼ୀ, ଶ୍ରୀମନ୍ଦିର ସହ ପ୍ରଶାସକ ଶ୍ରୀମତୀ ଶ୍ୱେତପଦ୍ମା ଶତପଥୀ, ବରିଷ୍ଠ ଦଇତାପତି ରାମଚନ୍ଦ୍ର ଦାସମହାପାତ୍ର, ବରିଷ୍ଠ ସିଂହାରୀ


ସେବାୟତ ମଧୁସୂଦନ ସିଂହାରୀ, ସମାଜ ସେବୀ ଡ଼ ହରି ବଲ୍ଲଭ ମହାପାତ୍ର ଓ ଗୁରୁ ଇଷ୍ଟେଟ ମୁଖ୍ୟ ନାରାୟଣ ଗୁରୁ ପ୍ରମୁଖ ମଞ୍ଚାସୀନ ଥିଲେ। ସଂଧ୍ୟା ଘ୭:୦୦ ସମୟରେ ସାଂସ୍କୃତିକ କାର୍ଯକ୍ରମ ଆରମ୍ଭ ହୋଇଥିଲା।ପୁରୀ ଡ୍ୟାନ୍ସ ଏକାଡେମୀର କଳାକାର ମାନଙ୍କ ଦ୍ବାରା ଜଗନ୍ନାଥ ଆଧାରିତନୃତ୍ୟ, ରାଧା ରାଣୀ ସଙ୍ଗେ ନାଚନ୍ତି ମୁରଲୀ ପାଣି, ଦେଖ- ଗୋ, ଗୀତ ଗୋବିନ୍ଦ, ସାରି ବାରି ବିହାର, ଆଦି ନୃତ୍ୟ ମାହାରୀ ଶୈଳୀ ରେ ପରିବେଷଣ କରି ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।

ଅତିଥି କଳାକାର ରୂପେ କୃଷ୍ଣ ମଣି କଳାପିଠ, ଚାରୁନର୍ତ୍ତନ, ନାଚଘର, ବୈଭବି କଳା କେନ୍ଦ୍ରର କଳାକାର ମାନେ ପାରମ୍ପରିକ ଦେବଦାସୀ ମାହାରୀ ନୃତ୍ୟ ପରିବେଷଣ କରିଥିଲେ। ଅନୁଷ୍ଠାନର ସମ୍ପାଦକ ଗୁରୁ ନାରାୟଣ ପାଣ୍ଡେ ସଭା କାର୍ଯ୍ୟ ପରିଚାଳନା କରିଥିଲେ।
ପୁରୀରୁ ଫଟୋ ନ୍ୟୁଜ ଟାଇମସ୍ ର ଜିଲ୍ଲା ସାମ୍ବାଦିକ ପ୍ରସନ୍ନ କୁମାର ଲେଙ୍କାଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *