ଆମର ଏହି ନୂୟୁଜ ସେଗମେଟ ହେଉଛି ଟ୍ରାଫିକ ପୋଷ୍ଟ ।ଏହା ଆମ ଚାନେଲ ର ଅପରାଧ ରୋକିବା ପାଇଁ ଏକ ପ୍ରୟାସ ।ସଡ଼କ ପରିବହନ ବିଭାଗ ର ତ୍ରୁଟିପୂର୍ଣ୍ଣ ନିଷ୍ପତି ଏବଂ ଅସାଧୁ କାର୍ଯ୍ୟ ଯୋଗୁଁ ବହୁତ୍ ଜନସାଧାରଣଙ୍କ ଜୀବନ ଯାଉଚି ।ଏଭଳି ୨ ଟୀ ଦୁର୍ଘଟଣା ଘଟିଛି ।ପ୍ରଥମଟି ବୌଦ୍ଧ ଜିଲ୍ଲା ରେ। ଟ୍ରକ ଓ ବୋଲେରୋ ମୁହାଁ ମୁହିଁ ଧକ୍କା ଜଣେ ମୃତ, ୩ ଜଣ ଗୁରୁତର। ପୁରୀ ରୁ ଜଗା ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣା ଗ୍ରସ୍ତ।
ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ୫୭ ନମ୍ବର ଜାତୀୟ ରାଜପଥ ର ଖଜୁରୀ ପଡ଼ା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ମୃତ ହୋଇଥିବା ବେଳେ ୩ ଜଣ ଗୁରୁତର।ଗୁରୁତର ଓ ଆହତ ଙ୍କୁ ଉଦ୍ଧାର କରାଯାଇ ବୌଦ୍ଧ ମେଡିକାଲ ରେ ଭର୍ତ୍ତି କରାଯାଇଛି l ଘଟଣା ସ୍ଥଳରେ ବୌଦ୍ଧ ଆଦର୍ଶ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି l ତେଵେ ବୋଲେରୋ ଟି ପୁରୀ ରୁ ବରଗଡ଼ ବରପାଲି ଅଭିମୁଖେ ଫେରୁଥିବା ସୂଚନା ମିଳିଥିବା ବେଳେ ଦୁର୍ଘଟଣା ରେ ମୃତକ ହେଲେ ସରଣ୍ଡା ଗ୍ରାମର ଟୁନା ପ୍ରଧାନ ଓ ସମସ୍ତ ଆହତ ବରଗଡ ଜିଲ୍ଲା ର ସରଣ୍ଡା ଗ୍ରାମ ର ହୋଇଥିବା ସୂଚନା ମିଳିଛି l
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ, ଫଟୋ ନ୍ୟୁଜ୍ ଟାଇମ୍ସ
୧୬ନଂ ଜାତୀୟ ରାଜପଥ ରେ ଓଲଟିଲା ଘରୋଇ ଯାତ୍ରୀବାହୀ ବସ। ଡ୍ରାଇଭର ଭାରସାମ୍ଯ ହରାଇ ଡିଭାଇଡର ରେ ପିଟି ହୋଇ ରାସ୍ତାରେ ଓଲଟିଲା। ୭ଗୁରୁତର, ୩୦ରୁ ଉର୍ଦ୍ଧ୍ବ ଆହତ। ଶିଳ୍ପାଞ୍ଚଳ ଥାନା ୧୬ନଂ ଜାତୀୟ ରାଜପଥ ପିତାପଲ୍ଲୀ ଛକ ଜୋର ଶଙ୍ଖ ନିକଟରେ ଏହି ଦୃର୍ଘଟଣା ଘଟିଛି। ଆଜି ଅପରାହ୍ନ ଦୁଇ ଟା ରେ ଏହି ଦୃର୍ଘଟଣା ଘଟିଛି। ଶିଳ୍ପାଞ୍ଚଳ ପୋଲିସ, ଖୋର୍ଦ୍ଧା ଅଗ୍ନିଶମ କର୍ମଚାରୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ରେ ମେଡିକାଲ ରେ ଭତ୍ତି କରିଛନ୍ତି।
ଭୁବନେଶ୍ବର ରୁ ଅପରାହ୍ନ ପ୍ରାୟ ଗୋଟାଏ ବେଳେ ନୀଳକଣ୍ଠ ନାମକ ବସ ଗଞ୍ଜାମ ଜିଲା ଆସ୍କା ଅଭିମୁଖେ ବାହାରିଥିଲା। ଖୋର୍ଦ୍ଧା ରୁ ଫୋଟୋ ନିୟୁଜ ଟାଇମ୍ସ ର ସାମ୍ବାଦିକ ସୂର୍ଯ୍ୟ ନାରାୟଣ ମହାନ୍ତି ଙ୍କ ରିପୋର୍ଟ୍।