ସତ୍ୟ ମହିମା ଆଶ୍ରମ ଜନକଲ୍ୟାଣ ସେବା ସମିତି ଗୁଡ଼ାରୀ ତରଫରୁ ଚତୁର୍ଦଶୀ ସହ ନବାନ୍ନ ନୁଆଁଖାଇ ଉତ୍ସବ ପାଳିତ ହୋଇଯାଇଛି

ସତ୍ୟ ମହିମା ଆଶ୍ରମ ଜନକଲ୍ୟାଣ ସେବା ସମିତି ଗୁଡ଼ାରୀ ତରଫରୁ ଚତୁର୍ଦଶୀ ସହ ନବାନ୍ନ (ନୁଆଁଖାଇ) ଉତ୍ସବ ପାଳିତ ହୋଇଯାଇଛି। ସତ୍ୟ ମହିମା ଆଶ୍ରମ ଜନକଲ୍ୟାଣ ସମିତି ଗୁଡ଼ାରୀ ତରଫରୁ ମନ୍ଦିର ପରିଚାଳକ ବାବା ଅନାଦି ଚରଣ ଦାସଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଦୁଇଦିନ ଧରି ଏହି ଉତ୍ସବ ପାଳିତ ହୋଇଥିଲା।

ଏହି ପରିପ୍ରେକ୍ଷୀରେ ମହିମା ଗାଦିରୁ ବାବା ମହିମା ସାଗର ଦାଶ, ପଦ୍ମପୁର ମହିମା ମନ୍ଦିର ପରିଚାଳକ ବାବା ପବିତ୍ର ଦାଶ ଯୋଗଦେଇ ମହିମା ଧର୍ମର ନିଷ୍କାମ ପୂର୍ଣ୍ଣାଙ୍ଗ ପବିତ୍ର ଭକ୍ତି ଭାବ ଆବେଗରେ ପ୍ରତି ମାସ ଭଳି ଗତ ୦୬.୦୯. ୨୦୨୫ ତାରିଖ, ବ୍ରାହ୍ମ ମୁହୂର୍ତ୍ତ ୪ ଘଣ୍ଟିକା ଠାରୁ ପ୍ରାତଃ ଶରଣ ଦର୍ଶନ, ପ୍ରାତଃ ଅଖଣ୍ଡ ବତୀ ପ୍ରଜ୍ବଳନ,ଅଖଣ୍ଡ ଘୃତ ବତୀ ପ୍ରଜ୍ବଳନ,ବ୍ରହ୍ମଧ୍ଵନି ସ୍ଥାପନ, ପ୍ରଭୁ ନାମ ଭଜନ, ବାଲ୍ୟଲୀଳା ସମ୍ବରଣ ସହ ଚତୁର୍ଦ୍ଧଶୀ ପାଳନ ଆରମ୍ଭ ହୋଇଥିଲା।

ଦିନ ତମାମ ପ୍ରଭୁନାମ ଭଜନରେ ମନ୍ଦିର ପରିବେଶ ମୁଖରିତ ହୋଇ ଉଠିଥିଲା। ପୁଣି ସନ୍ଧ୍ୟା ସମୟରେ ସାଧୁଙ୍କ ମେଳରେ ନିଷ୍କାମ ଟୁଙ୍ଗୀରେ ଅଖଣ୍ଡ ଘୃତ ବତୀ ପ୍ରଜ୍ବଳନ, ମାନସିକଧାରୀ ମାନଙ୍କ ଉଦ୍ଦେଶ୍ୟରେ ଅଖଣ୍ଡ ଘୃତବତୀ ପ୍ରଜ୍ବଳନ, ବ୍ରହ୍ମଧ୍ଵନି ପ୍ରଜ୍ବଳନ ସହ ପ୍ରଭୁନାମ ଭଜନ କରିଥିବା ଦେଖିବାକୁ ମିଳିଛି।ସେହିପରି ଆଜି ପ୍ରାତଃ ସମୟରେ ନିତ୍ୟକର୍ମାଦି ସମାପନ, ପ୍ରାତଃ ଶରଣ ଦର୍ଶନ ପରେ ନବାନ୍ନ (ନୁଆଁଖାଇ) ପ୍ରସାଦ ପ୍ରଭୁଙ୍କୁ ଅର୍ପଣ କରି ସମସ୍ତ ଭକ୍ତଙ୍କ ପନ୍ତି ଭୋଜନ ମଧ୍ୟରେ ଗ୍ରହଣ କରିଥିଲେ। ପରେ ପରେ ଆଶ୍ରମ ତରଫରୁ ଉପସ୍ଥିତ ଭକ୍ତଙ୍କ ମେଳରେ ସକାଳ ଭୁରି ଭୋଜନ କରିଥିଲେ।

ଏହି ଧର୍ମ ଗୁଡ଼ାରୀ ଅଞ୍ଚଳରେ ବହୁ ବର୍ଷ ଧରି ଚାଲିଥିଲେ ହେଁ ୦୨.୦୧.୧୯୮୪ ମସିହାରେ ସମାଧିତ ସାଧୁବାବା ବିଶ୍ୱମ୍ବର ଦାଶଙ୍କ ତତ୍ୱାବଧାନରେ ଆଜକୁ ପ୍ରାୟ ୪୫ବର୍ଷ ହେବ ଏଠାରେ ଅଲେଖ ମହିମା ଟୁଙ୍ଗି ସ୍ଥାପିତ ହୋଇଥିବା ସୂଚନା ମିଳିଛି। ଟୁଙ୍ଗି ପ୍ରତିଷ୍ଠାତା ସାଧୁବାବା ବିଶ୍ୱମ୍ବର ଦାସଙ୍କ ଡିସେମ୍ବର ୨୦୧୭ ମସିହାରେ ସମାଧି ପରେ ବାବା ଅନାଦି ଚରଣ ଦାଶ ମହିମା ଟୁଙ୍ଗୀ ଓ ଆଶ୍ରମ ପରିଚାଳନା ଦାୟିତ୍ୱରେ ରହିଥିବା ସୂଚନା ମିଳିଛି। ସତ୍ୟ ଧର୍ମ ମହିମା ଆଶ୍ରମ ଜନକଲ୍ୟାଣ ସେବା ସମିତି ଗୁଡ଼ାରୀର ସଭାପତି ଗଙ୍ଗାଧର ଚାଲାଣ, ଉପସଭାପତି ମୀନା ଶବର ସମ୍ପାଦକ କେ.ଦୁର୍ଗା ଆଚାରୀ ସମେତ ସମସ୍ତ ସଦସ୍ୟ ଭକ୍ତ ବୃନ୍ଦ ସହଯୋଗ କରିଥିବା ବେଳେ ଶତାଧିକ ଜନସାଧାରଣ ମାନେ ଉପସ୍ଥିତ ରହି ଅଂଶ ଗ୍ରହଣ କରିବା ଦେଖିବାକୁ ମିଳିଛି।


ରାୟଗଡା ରୁ ପ୍ରସାଦ ଲିମାଙ୍କ ରିପୋର୍ଟ….।

Leave a Reply

Your email address will not be published. Required fields are marked *