ରାଜ୍ୟ ସରକାରଙ୍କର ଗରିମା ଯୋଜନା ଅଧୀନରେ ରାଜଗାଙ୍ଗପୁର ପୌରପାଳିକା ପକ୍ଷରୁ ଆଇନ ଗତ ସଫେଇ ସୁରକ୍ଷିତ ସଫେଇ ବିଶେଷ ଅଭିଯାନ ଘରେ ଘରେ ସଚେତନ କାର୍ଯ୍ୟକ୍ରମ ୧୫ ଅଗଷ୍ଟରୁ ଶୁଭାରମ୍ଭ କରାଯାଇ ୩୧ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ଆୟୋଜନ କରାଯାଉଛି।ସେହି

ପରିପ୍ରେକ୍ଷୀରେ ଜନସାଧାରଣ ଙ୍କୁ ସଚେତନ କରିବା ଉଦ୍ଧେଶ୍ୟରେ ପୈରପାଳିକା ଅନ୍ତର୍ଗତ ପ୍ରତି ୱାର୍ଡରେ ମାଇକ ଗାଡ଼ି ଘରକୁ ଘର ବୁଲି ରାଜ୍ୟ ସରକାରଙ୍କର ସଚେତନତା ପତ୍ରିକା ଓ ପୋଷ୍ଟର ବଣ୍ଟା ଯାଉଛି। ଏହି ବିଶେଷ ଅଭିଯାନ ର ମୁଖ୍ୟ ଲକ୍ଷ୍ୟ ସ୍ବଚ୍ଛତା ସେବା କର୍ମୀ ଙ୍କ ସୁରକ୍ଷା ମର୍ଯ୍ୟାଦା ସନ୍ନମାନ ସୁନିଶ୍ଚିତ କରିବା ସହ ସୁରକ୍ଷିତ ଶେପ୍ଟି ଟ୍ୟାଙ୍କିକୁ ପ୍ରହସୋନ ରାଜ୍ୟ ସରକାରଙ୍କର ପକ୍ଷରୁ ସୁଚିତ କରାଯାଇ ରାଜଗାଙ୍ଗପୁର ପୌରପାଳିକା ଅନ୍ତର୍ଗତ ସମସ୍ତ ୱାର୍ଡରେ ଜନସାଧାରଣଙ୍କୁ ଅଧୂକୃତ ଶେପ୍ଟି ଟ୍ୟାଙ୍କିକୁ ସଫେଇ ସେବା ବେବହାର କରିବାକୁ ଅନୁରୋଧ କରାଯାଉଛି।୩୧ ଅଗଷ୍ଟ ସ୍ବାୟତ ଶାସନ ଦିବସ ଅବସର ରେ ରାଜଗାଙ୍ଗପୁର ପୌରପାଳିକା ଦ୍ବାରା ପ୍ରମୁଖ ପରିମଳ କର୍ମଚାରୀ ଙ୍କ ପାଇଁ ଉକ୍ତ ବିଶେଷ ଅଭିଯାନ ଅନୁଷ୍ଠିତ କରାଯାଉଥୁବା ପୈରପାଳିକା ପକ୍ଷରୁ ସୁଚନା ଦିଆଯାଇଛି। ଗରିମା ଯୋଜନା ର ବିଶେଷ ଅଭିଯାନ ଅଂଶ ଭାବେ ରାଜ୍ୟ ସରକାରଙ୍କର ମୁଖ୍ୟ ସଚିବ ଓ ମାନ୍ୟବର ଗୃହ ଏବଂ ସହର ବିକାଶ ମନ୍ତ୍ରୀ ଡ଼ଃ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଏହା ହେଉଛି ବାର୍ତ୍ତା।
ରାଜଗାଙ୍ଗପୁରରୁ ଦେବବ୍ରତ ମିତ୍ରଙ୍କ ରିପୋର୍ଟ।
