ସମସ୍ତ ସୁରକ୍ଷା ବଳୟରେ ଧୁମ ଧାମରେ ପାଳିତ ହେଉଛି ମା ଘଟଗାଁ ତାରିଣୀଙ୍କ ଚଇତି ପର୍ବ।

ସମସ୍ତ ସୁରକ୍ଷା ବଳୟରେ ଧୁମ ଧାମରେ ପାଳିତ ହେଉଛି ମା ଘଟଗାଁ ତାରିଣୀଙ୍କ ଚଇତି ପର୍ବ। ଆଜି ପବିତ୍ର ଓଡ଼ିଆ ନବ ବର୍ଷ ଓ ମହା ବିଷୁବ ପଣା ସଂକ୍ରାନ୍ତି। କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀଙ୍କ ସୁନା ବେଶ। ଭକ୍ତ ମାନେ ଦର୍ଶନ କରି ଓଡ଼ିଆ ନବ ବର୍ଷରେ ପରିବାର ତଥା ସମାଜର ମଙ୍ଗଳ କାମନା ନିମନ୍ତେ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଲାଗି ରହିଛି। ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ତରଫରୁ ୮00ସ୍ୱେଚ୍ଛାସେବୀ ଓ ୨୫0 ସୁରକ୍ଷା କର୍ମୀ ନିୟୋଜିତ କରାଯାଇଛି। ଏହି ପର୍ବ ‘ସୁନାବେଶ ‘ରେ ଶାନ୍ତି ଶୃଙ୍ଖଳl ର ସହିତ ଦର୍ଶନ କରିବା ନିମନ୍ତେ ବ୍ୟାରିକେଟ ବ୍ୟବସ୍ଥା ସାଙ୍ଗକୁ ୧୬ଟି ଧାଡି ହୋଇଛି। ତେବେ ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ପଦେକ୍ଷେପ ହେଉଛି ଯେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଦିବ୍ୟାଙ୍ଗ ଓ ବରିଷ୍ଠ ମାନଙ୍କ ନିମନ୍ତେ ମନ୍ଦିର ପ୍ରଶାସନ ତରଫରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ମା ଙ୍କର ଏହି ୮୯ ତମ ଚଇତି ପର୍ବରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦର୍ଶନ କରିବା ଯୋଜନା ଥିବାରୁ ପୋଲିସ ପ୍ରଶାସନ ତରଫରୁ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଘଟଗାଁ ରୁ ଫଟୋ ନ୍ୟୁଜ ଟାଇମ୍ସ ର ସାମ୍ବାଦିକ ମନୋଜ କୁମାର ପାତ୍ର ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *