ସମସ୍ୟା ଘେରରେ ଇରିଗେସନ୍ ସରକାରୀ ପ୍ରାଥମିକ ବିଦ୍ୟାଳୟ

ଫୁଲବାଣୀ ସହର ୱାର୍ଡ ନ. ୯ ର ଇରିଗେସନ୍ କଲୋନୀ ମଧ୍ୟରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ବିଭିନ୍ନ ପ୍ରକାର ସମସ୍ୟା ଥିବା ସ୍ଥାନୀୟ ଅଧିବାସୀ ଓ ସ୍କୁଲ କତୃପକ୍ଷ ପାଖରୁ ଶୁଣିବାକୁ ମିଳୁଛି ।ଏହି ବିଦ୍ୟାଳୟ ଦୀର୍ଘ ୧୪/୦୩/୧୯୮୮ ମସିହା ସ୍ଥାପିତ ହୋଇଥିଲେ ସୁଧା ୩୭ ବର୍ଷ ହେଲା ଆଜିଯାଏ ବିଭିନ୍ନ ପ୍ରକାର ସମସ୍ୟା ଘେରରେ ସ୍କୁଲ ଚାଲୁ ଅଛି । ସ୍କୁଲ୍ ରେ ମୁଖ୍ୟ ପିଇବା ପାଣିର ସମସ୍ୟା ରହିଅଛି ।ସ୍କୁଲ ରେ ପିଲାଙ୍କ ପାଇଁ ପିଇବା ପାଣି ନାହିଁ , ମଧ୍ୟାହ୍ନ ଭୋଜନ ପାଇଁ ସ୍କୁଲ ବାହାରୁ ପାଣି ଆଣିବାକୁ ପଡୁଛି ।ସ୍କୁଲରେ ପାଚେରୀ ନଥିବାରୁ ସ୍କୁଲ ଭିତରକୁ ଗାଈଗୋରୁ, ଓ ବିଶେଷ କରି ମଦ୍ୟପ ଲୋକମାନେ ସନ୍ଧ୍ୟାରେ ସ୍କୁଲ ପରିସର ମଧ୍ୟରେ ମଦ୍ୟପାନ କରି ପରିବେଶକୁ ଖରାପ୍ କରିବାକୁ ଲାଗିଛନ୍ତି ।

ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବୀଣାପାଣି ସାହାଣୀ ଙ୍କ କହିବାନୁଯାୟୀ ବିଦ୍ୟାଳୟରେ ମୋଟ ପ୍ରଥମରୁ ପଞ୍ଚମ ଶ୍ରେଣୀ ଓ ଚଳିତ ବର୍ଷ ବ୍।ଲ ବାଟିକା ମିଶି ଛଅଟି ଶ୍ରେଣୀ ରେ ମୋଟ ୨୮ ଟି ପିଲା ପାଠ ପଡ଼ୁଛନ୍ତି ।୨୮ ପିଲାଙ୍କ ପାଇଁ ମୋଟ ଦୁଇଟି ଶ୍ରେଣୀ ଗୃହ ରହିଛି ।ଗୋଟିଏ ଶ୍ରେଣୀରେ ବାଲ ବାଟିକା, ପ୍ରଥମ, ଦୂତୀୟ, ତୃତୀୟ, ଓ ଅନ୍ୟ ଶ୍ରେଣୀରେ ଚତୁର୍ଥ, ଓ ପଞ୍ଚମ ଶ୍ରେଣୀ ପିଲା ପାଠ ପଡ଼ୁଛନ୍ତି ।ଯଦି ଗୋଟିଏ ଶ୍ରେଣୀରେ ଚାରୋଟି ଶ୍ରେଣୀର ପିଲା ପାଠ ପଡିବେ କିପରି ଭାବରେ ପାଠ ପଢ଼ା ହେବ । ସେନେଇ ପ୍ରଧାନ ଶିକ୍ଷୟତ୍ରୀ ପ୍ରତିକ୍ରିୟା ଦେଇ କହିଲେ ଛଅଟି ଶ୍ରେଣୀରେ ଦୁଇଟି ଶିକ୍ଷୟତ୍ରୀ କିଭଳି ଭାବରେ ପାଠ ପଢା ହେବ ବୋଲି ମତ ଦେଇଥିଲେ ।ସରକାର ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବା ପାଇଁ ବିଭିନ୍ନ ଯୋଜନା କରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସ୍ଥାନୀୟ ଇରିଗେସନ୍ ପ୍ରାଥମିକ ବିଦ୍ୟାଳୟର ଏହି ସବୁ ସମସ୍ୟା କେବେ ସମାଧାନ ହେବ ତାହା ଦେଖିବାକୁ ବାକି ରହିଲା ବୋଲି ବୁଦ୍ଧିଯିବି ମାନେ ମତ ଦିଅନ୍ତି।

କନ୍ଧମାଳ ଜିଲ୍ଲା ରୁ ଫଟୋ ନ୍ୟୁଜ ଟାଇମ୍ସ ର ପ୍ରତିନିଧି ଦାରୁଣ ବେହେରା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *