ସମସ୍ୟା ଘେରରେ ଗୋରଖପୁର

 

ଗୋରଖପୁର ଗ୍ରାମ ସମସ୍ୟା ସମାଧାନ ନହେଲେ ୮ତାରିଖରୁ ରାସ୍ତା ରୋକ ନେଇ ଗ୍ରାମବାସୀଙ୍କ ଚେତାବନୀ। ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଗୋରଖପୁର ପଞ୍ଚାୟତ ଗୋରଖପୁର ଗ୍ରାମ ରେ ବିଭିନ୍ନ ସମସ୍ୟା ରହିଥିବା ନେଇ ଗ୍ରାମ ବାସୀ ଙ୍କ ଅଭିଯୋଗ।

ସୂଚନା ଅନୁଯାୟୀ ଗୋରଖପୁର ଗ୍ରାମ ରେ ଲାଗି ରହିଛି ବିଭିନ୍ନ ପ୍ରକାରର ସମସ୍ୟା ଯଥା ପିଇବା ପାଣି,ରାସ୍ତା, ମୋବାଇଲ୍ ଟାୱାର ଇତ୍ୟାଦି ଏହା ସହ ସ୍ଥାନୀୟ ମେଡିକାଲରେ ଡାକ୍ତର ପଦବୀ ମଧ୍ୟ ଖାଲି ରହିଥିବା କହିଛନ୍ତି ଗ୍ରାମବାସୀ।ଗୋରଖପୁର ବାସିଙ୍କ କହିବା ଅନୁଯାୟୀ ଯେଉଁ ସବୁ ସମସ୍ୟା ରହିଛି ତାହାର ସମାଧାନ ପାଇଁ ବହୁତ ଥର ବ୍ଳକ ଅଧିକାରୀ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ଙ୍କୁ ମଧ୍ୟ ଅବଗତ କରିଥିବା କହିଛନ୍ତି ଗ୍ରାମ ବାସୀ। କିନ୍ତୁ ଆଜି ଯାଏଁ କୌଣସି ସମସ୍ୟାର ସମାଧାନ ହେଇ ପାରୁନାହିଁ।

ଯାହା ଫଳରେ ଗୋରଖପୁର ଗ୍ରାମବାସୀ ବହୁତ୍ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଏଇ ସମସ୍ୟା ଗୁଡ଼ିକ ନେଇ କିଛିଜଣ ଗ୍ରାମବାସୀ ଜିଲା ପାଳଙ୍କ ଉଦ୍ଦେଶ୍ୟରେ କାଶିପୁର ତହସିଲ ଅଫିସ ରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ଯଦି ଏହି ସମସ୍ୟାର ସମାଧାନ ନ ହୁଏ ତାହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାସ୍ତା ରୋକ କରିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ଗୋରଖପୁର ଗ୍ରାମ ବାସୀ।
ରାୟଗଡାରୁ କମଲ ଲୋଚନଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *