ସମ୍ବିଧାନ ହତ୍ୟା ଦିବସରେ ଯୋଗଦାନ ପାଇଁ ୪୦ ପ୍ରତିନିଧିଙ୍କୁ ପଠାଇଲା ପ୍ରଶାସନ।

ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ ନିକଟରୁ ରାଜ୍ୟ ସ୍ତରୀୟ ସମ୍ବିଧାନ ହତ୍ୟା ଦିବସରେ ଯୋଗଦାନ ପାଇଁ ୪୦ ପ୍ରତିନିଧିଙ୍କୁ ପଠାଇଲା ପ୍ରଶାସନ।
ବିଜେପି ସରକାର ସମ୍ବିଧାନ ହତ୍ୟା ଦିବସକୁ କଳା ଦିବସ ବୋଲି ପାଳନ କରୁଛି। ସେମାନଙ୍କ ମତରେ କଂଗ୍ରେସ ସମୟରେ ନିର୍ବାଚନକୁ ବନ୍ଦ କରାଯାଇଥିବା ଏବଂ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିବା କୁ ୫୦ ବର୍ଷ ପୁରିଛି। ଏହି ଦିବସକୁ ପାଳନ ଉଦେଶ୍ୟରେ


ଭୁବନେଶ୍ବର ରେଳ ଅଡ଼ିଟୋରିଅମ ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ଗଣତନ୍ତ୍ର ହତ୍ୟା ଦିବସରେ ଯୋଗ ଦେବା ପାଇଁ ଜିଲ୍ଲାର ୪୦ ଜଣ ପ୍ରତିନିଧିଙ୍କୁ ୫ ଟି ବୋଲେରୋ ଯୋଗେ ପଠାଇଛି ଜିଲ୍ଲା ପ୍ରଶାସନ l ଜିଲ୍ଲା ସଂଗ୍ରହାଳୟ ସମ୍ମୁଖରୁ ପତାକା ଦେଖାଇ ସ୍ବତନ୍ତ୍ର ସେନାନୀ ଦୁତୀୟା ଚରଣ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ୍ ଜିଲ୍ଲା ସଂସ୍କୃତି ଅଧିକାରୀ ରତୀକାନ୍ତ ବଳିୟାର ସିଂହ, ସହକାରୀ ଜ଼ିଲ୍ଲା ପାଳ ଅକ୍ରୁର କୁମାର ଜାନୀ ଯାତ୍ରାର ଶୁଭାରମ୍ଭ କରିଥିଲେ l

ଏସକଟ ଅଫିସର ଭାବେ ସହକାରୀ ଜିଲ୍ଲାପାଳ ଏଠାରୁ ଯାଇଛନ୍ତି ଏବଂ ଶ୍ରୀଯୁକ୍ତ ଯାନୀ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ସମସ୍ତେ ଭୁବନେଶ୍ୱର ଅଭିମୁଖେ ଗସ୍ତ କରିଛନ୍ତି l ଦେଶରେ ଜରୁରୀ କାଳିନ ପରିସ୍ଥିତି ଲାଗୁର ୫୦ ବର୍ଷ ପୂର୍ତ୍ତି ଅବସରରେ ଉକ୍ତ କାର୍ଯ୍ୟକ୍ରମରେ ଆୟୋଜିତ ହେଉଥିବା ବେଳେ ସେହି ସମୟରେ ଜେଲ୍ ଦଣ୍ଡ ଭୋଗ କରିଥିବା ବୌଦ୍ଧର ସଚ୍ଚିଦାନନ୍ଦ ଦଲାଲ, କୃଷ୍ଣଚନ୍ଦ୍ର ମହାରଣା ଓ ଦୁତୀୟା ଚରଣ ସାହୁ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହେବେ ବୋଲି ସୂଚନା ମିଳିଛି l

ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।

Leave a Reply

Your email address will not be published. Required fields are marked *