ସରକାରଙ୍କ ଦୃଷ୍ଟି ପଡୁ

ଅଧିକାରୀ ଓ କର୍ମଚାରୀ ଶୂନ୍ୟ, କାଶୀପୁର ବ୍ଲକ କାର୍ଯ୍ୟାଳୟ। ବିନା ଅଧିକାରୀ ମଧ୍ୟରେ ଚାଲିଛି ବ୍ଲକ କାର୍ଯ୍ୟାଳୟ l ସେପଟେ ନାହିଁ ନ ଥିବା ହିନସ୍ଥା ର ଶିକାର ହେଉଛନ୍ତି ୨୪ ଗୋଟି ପଞ୍ଚାୟତ ର ଶତାଧିକ ହିତାଧିକାରୀ। ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ବାର୍ଦ୍ଧକ୍ୟ ଭତା, ବିକଳାଙ୍ଗ ଭତା, ବିଧବା ଭତା ଭଳି ଭତା ଟଙ୍କା ପ୍ରାୟ ତିନିମାସ ଧରି ପାଇନଥିବା ଅଭିଯୋଗ ନେଇଁ ବ୍ଲକ ଅଧିକାରୀଙ୍କ ନିକଟକୁ ଗ୍ରାମବାସୀ ମାନେ ଆସିଥିଲେ। କିନ୍ତୁ ଅଭିଯୋଗ ଓ ଗୁହାରି ଶୁଣିବାକୁ କାଶୀପୁର ବ୍ଲକ କାର୍ଯ୍ୟାଳୟ ରେ କେବଳ କେଶରେକର୍ଡ କର୍ମଚାରୀ ଜଣକ ବ୍ୟତୀତ କୌଣସି ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ନଥିବା ଦେଖିବାକୁ ମିଳିଛି।


କର୍ମଚାରୀ ମାନେ ଏହି ଭଳି ଅନେକାଂଶ ରେ ଅନୁପସ୍ଥିତ ରହି ନିଜ କାର୍ଯ୍ୟ ରେ ଅବହେଳା କରୁଛନ୍ତ। ଉପସ୍ଥିତ ରହିବା ପାଇଁ ଉପସ୍ଥାନ ଯନ୍ତ୍ର ( ପୋଞ୍ଚିଙ୍ଗ ସିଷ୍ଟମ ) ଲଗାଯାଇଛି। କିନ୍ତୁ ଏହାର ସୁଫଳ ମିଳୁନାହିଁ। ଏହିପରି ଦେବାଳିଆ ସ୍ଥିତି ଦେଇ ଗତି କରୁଥିବା କାଶୀପୁର ବ୍ଲକ କାର୍ଯ୍ୟାଳୟ ରେ ଉନ୍ନୟନ ମୂଳକ କାର୍ଯ୍ୟ ଗେଣ୍ଡା ଗତିରେ ଚାଲିଛି। ବାରମ୍ବାର ଏହି ଘଟଣା କୁ କେନ୍ଦ୍ର କରି ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ଅଞ୍ଚଳ ବାସୀ ଅନେକ ଲିଖିତ ଅଭିଯୋଗ କରି ଆସିଛନ୍ତି। ଅଧିକାରୀ ଓ କର୍ମଚାରୀ ଙ୍କ ଅନୁପସ୍ଥିତ ଘଟଣା କୁ ବିଭିନ୍ନ ରାଜନେତା ସ୍ତରରୁ ମଧ୍ୟ ରାୟଗଡା ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।


କାଶୀପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ପ୍ରଶାସନିକ ବିଭାଗ ରେ ଅଧିକାରୀ ସମେତ କର୍ମଚାରୀ ଙ୍କର ଅଭାବୀ ମରୁଡି l ଜିଲ୍ଲା ମଧ୍ୟରେ କାଶୀପୁର ଏକ ବଡ଼ ବ୍ଲକ ଭାବେ ବିବେଚିତ ଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ର ଆନ୍ତରିକ ର ଅଭାବ ଲାଗିରହିଥାଏ l
ରାୟଗଡାରୁ କମଳ ଲୋଚନଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *