ସରକାରୀ ଅବହେଳା

 

ବାଣ ବାନ୍ଧୁଥିବା ସମୟରେ ବିସ୍ଫୋରଣ। ଚାରି ଜଣ ଆହତ। ଗତକାଲି ରାତିରେ ତେଲୁଗୁ ସମ୍ପ୍ରଦାୟ ତରଫରୁ ୟେଦୁ ସାହିରେ ଭୋଗି ଉତ୍ସବ ପାଳନ କରିବା ସସମୟରେ ବାଣ ଫୁଟାଇ 4 ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଗତକାଲି ବିଳମ୍ବିତ ରାତିରେ ରାୟଗଡା ସହର କାମ୍ପ ସାହିରେ ଘଟିଛି। ଆହାତ ମାନଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି।

ସେଥିମଧ୍ୟରୁ 2 ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି। ଆହାତଙ୍କ ମଧ୍ଯରେ କାମ୍ପସାହି ର କେ.ୟଗି,ଡି.ଶଙ୍କର, ଜି.ନିଖିଲ, ସୋନୁ ରହିଛନ୍ତି। ସମସ୍ତଙ୍କ ବୟସ 13ରୁ 18 ବର୍ଷ ବୟସ ହୋଇଥିବା ଜଣାପଡିଛି। ତେବେ ଗତକାଲି ରାତିରେ ଏମାନେ ଏକ ସ୍ଥାନରେ ବାଣ ବାନ୍ଧୁଥିବା ବେଳେ ବିସ୍ପୋରଣ ହୋଇଥିବା ଜଣାପଡିଛି।

ବିସ୍ପୋରଣ ଏତେ ତୀବ୍ର ଥିଲା ଯେ,ପାଖ ଘରର ଛାତର ସିମେଣ୍ଟ ଖଣ୍ଡ,ଝରକା ଓ କବାଟ ଭାଙ୍ଗି ଯାଇଥିବା ସହ ପାଖରେ ଥିବା ଏକ ଅଟୋ ମଧ୍ୟ କ୍ଷତି ହୋଇଛି ।ଖବର ପାଇଁ ପୋଲିସ ପହଞ୍ଚି ତଦନ୍ତ ଆରୋମ୍ଭ କରିଛି। ବାସ୍ତବ କ୍ଷେତ୍ରରେ ଏଭଳି ଘଟଣା ଘଟିବା ପୂର୍ବରୁ ପୋଲିସର ଅବହେଳା ଏବଂ ନିଜ କର୍ତ୍ତବ୍ୟ ପ୍ରତି ଦୃଷ୍ଟି ଦେଉନାହାନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ସରକାର ଏଥିରେ ରୋକ ନ ଲଗାଇଲେ ଡବଲ ଇଞ୍ଜିନ ସରକାର ବଦନାମ ହେବ।


ରାୟଗଡାରୁ କମଳ ଲୋଚନ ଏବଂ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *