ସରକାରୀ ସହାୟତାର ଦାବୀ

ଧାନ ଗଦା ରେ ନିଆଁ ଲାଗି ୩୫ କ୍ୟୁଣ୍ଟାଲ ଧାନ ଜଳି ପୋଡ଼ି ଭସ୍ମୀଭୂତ l ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଖଟଖଟିଆ ଗ୍ରାମ ପଞ୍ଚାୟତ ରୁଗୁଡ଼ିପାଲି ଗ୍ରାମରେ ନିଆଁ ଲାଗି ଏକ ଧାନ ଖରି ପୋଡ଼ି ପାଉଁଶ ହୋଇଯାଇଛି l ସୂଚନା ଅନୁସାରେ ଖଟଖଟିଆ ଗ୍ରାମର ସାର୍ଦୁଳ ଭୋଇ ଧାନ ଫସଲ ଅମଳ କରି ରଖିଥିଲେ। ତାଙ୍କ ଖରୀକୁ ଲାଗି ତାଙ୍କ ଗ୍ରାମର ସୁରୁ ମହାକୁଡଙ୍କ ମଧ୍ୟ ୧୨ ଭରା ଧାନ ମଧ୍ୟ ରହିଥିଲା। ରବିବାର ସକାଳ ପ୍ରାୟ ୮ ଟା ସମୟ ରେ ସାର୍ଦୂଳ ଙ୍କ ଧାନ ଖରୀରେ କୌଣସି ପ୍ରକାରେ ନିଆଁ ଲାଗି ଯାଇଥିଲା।

ଧାନ ଖରିରୀ ନିଆଁ ଲାଗି ଯାଇଥିବା ଖବର ପାଇ କଣ୍ଟାମାଳ ଅଗ୍ନିଶମ ବିଭାଗ କୁ ଖବର ଦେଇ ଥିଲେ l ଖବର ପାଇ କଣ୍ଟାମାଳ ଅଗ୍ନିଶମ ବାହିନୀ ଆସି ନିଆଁ ଲିଭାଇଥିଲେ । ଧାନ ଖାରି ରେ ଥିବା ପ୍ରାୟ ୩୫ କ୍ୟୁଣ୍ଟାଲ ଧାନ ଜଳି ପୋଡ଼ି ଭସ୍ମୀଭୂତ ହୋଇଯାଇଥିଲା। ଚାଷୀ ଜଣକ ଗ୍ରୁପ ଋଣ ଉଠାଇ ବା ସହ ଲୋକଙ୍କ ଠୁ ଧାର କରଜ ଆଣି ଚାଷ କରିଥିବା ଚାଷୀ ସାର୍ଦୂଳ ଭୋଇ ଏବେ ସେ ଅସହାୟ ହୋଇ ପଡ଼ିଛନ୍ତି l ସେ କିପରି ଭାବରେ ପରିବାର କୁ ଚେଲେବେ, ଋଣ କିପରି ପରିଶୋଧ କରିବେ ସେନେଇ ଚିନ୍ତାରେ ପଡ଼ି ଯାଇଛନ୍ତି । ପ୍ରଶାସନ ତରଫରୁ ତାଙ୍କୁ ଏନେଇ କିଛି ସହାୟତା ପ୍ରଦାନ କରାଯିବାକୁ ସାଧାରଣ ରେ ଦାବି ହୋଇଛି। ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।

Leave a Reply

Your email address will not be published. Required fields are marked *