ସରକାରୀ ସ୍ତର ହେଉ ଅବା ବେସରକାରୀ ସ୍ତର ହେଉ ନେଟୱାର୍କ ନଥିବା ହେତୁ ଡିଜିଟାଲ ଭାରତର କୌଣସି ପ୍ରଭାବ ପଡୁନାହିଁ।

ଫଟୋ ନ୍ୟୁଜ ଟାଇମସ୍ ର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ସୁଶାନ୍ତ ମାଝୀଙ୍କ ରିପୋର୍ଟ।ସରକାରଙ୍କ ନିର୍ଦେଶ ରହିଛି ପଞ୍ଚାୟତର ପ୍ରତ୍ୟୋକ ଗାଁକୁ ଯାଇ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟକରି ତାଙ୍କୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଅନଲାଇନ ସର୍ଭେ କରି ତାଲିକାର୍ଭୁକ୍ତ କରିବା ପାଇଁ l ଏହି ସର୍ଭେ ପଞ୍ଚାୟତ ନିର୍ବାହୀଅଧିକାରୀ, ଗ୍ରାମ ରୋଜଗାର ସେବକ ଓ ଜିଓ ଟେକ ର କର୍ମଚାରୀ ମାନଙ୍କୁ ଦାୟିତ୍ୱ ଦିଆଯାଇଛି l ସରକାରୀ ସ୍ତର ହେଉ ଅବା ବେସରକାରୀ ସ୍ତର ହେଉ ନେଟୱାର୍କ ନଥିବା ହେତୁ ସୁପରିଚାଳନା ସମ୍ଭବ ହେଉନାହିଁ। ଏଠାରେ ପ୍ରକାଶ ଥାଉକି ଡିଜିଟାଲ ଭାରତର କୌଣସି ପ୍ରଭାବ ପଡୁନାହିଁ।
ବିଜେପି ଦଳ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ଭତ୍ତା ୩୦୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ନିର୍ବାଚନ ଇସ୍ତାହାରରେ ପ୍ରକାଶ କରିଥିଲେ। କିନ୍ତୁ ଏହା ସଠିକ ଭାବେ ଏହି ଜିଲ୍ଲାରେ ହୋଇନଥିବାରୁ ହଲିଆପଡା ଠାରେ ମୁନିସିପାଲଟି ତରଫରୁ ଭତ୍ତା ଟଙ୍କା ବାଣ୍ଟିବା ସମୟରେ “ମୁଇଁ କଲାହାଣ୍ଡିୟା ଫର କଳାହାଣ୍ଡି” ସଂଗଠନ ତରଫରୁ ଭବାନୀ ପାଟଣା ମୁନିସିପାଲଟି ୱାର୍ଡ ନମ୍ବର ୧୮ ଏବଂ କରନ ପିଟାର ୧୦୦ ରୁ ଉର୍ଦ୍ଧ ୬୦ ବର୍ଷରୁ ଉର୍ଦ୍ଧ୍ବ ବୁଢ଼ାବୁଢ଼ୀ, ବିଧବା, ଅବିବାହିତା ମହିଳା ଏବଂ ଭିନ୍ନକ୍ଷମ ମାନେ ଏକଜୁଟ ହୋଇ ଏକ ସଭା କରିଥିଲେ। ବୈଠକରେ ଲକ୍ଷ୍ମିନାରାୟଣ ପଣ୍ଡା ନେତୃତ୍ୱ ନେଇଥିଲେ। ଜାତୀୟ ଶିକ୍ଷା ନିତୀ ୨୦୨୦ ମୌଳିକ ସାକ୍ଷରତା ସଂଖ୍ୟାଜ୍ଞାନ ଓ ନିପୁଣ ଓଡ଼ିଆ ଶିକ୍ଷାର ଆବଶ୍ୟକତା ଆସିଛି। କାର୍ଯ୍ୟକ୍ରମ ପ୍ରତି ଲୋକଙ୍କ ଭିତରେ ଆଗ୍ରହ ବଢିଛି। ଏହି କାର୍ଯ୍ୟକ୍ରମରେ କମିଟି ସଦସ୍ୟ, ଅଭିଭାବକ ତଥା ୧୮ ଟି ସ୍କୁଲରୁ ୧୭୦ ଜଣ ଭାଗ ନେଇଥିଲେ। ଓଡ଼ିଆ ଭାଷା, ଗଣିତ,ଲାଇବ୍ରେରୀ ଓ ବିଜ୍ଞାନ ଆଦି ପ୍ରଦର୍ଶନ କରାଯାଇଥିଲା। ଏବଂ କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ଜୋନ୍-୨ ଜିଲ୍ଲାପରିଷଦ ସଦସ୍ୟ ପରୀକ୍ଷିତ ନାୟକ, ଗୋଷ୍ଠୀଶିକ୍ଷା ଅଧିକାରୀ ଭରତ ଭୂଷଣ ସାହୁ, ବେନଗାଁ ସରପଞ୍ଚ ପୂରାଣା ମାଝୀ, ପ୍ରଧାନ ଶିକ୍ଷକ, ଭବାନୀ ଶଙ୍କର ନାଗ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଆଦିବାସୀ ଅଧ୍ଯୁଷିତ ଲାଞ୍ଜିଗଡ଼ ବ୍ଳକରେ ବାଟ ମାରଣା ଅଭିଯୋଗ। ଏଠାରେ ପୃଷ୍ଟିକର ଖାଦ୍ୟ ମିଳୁନାହିଁ। ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ଅଣ୍ଡା ଛତୁଆ ମିଳୁନାହିଁ। ଏହି ଅଭିଯୋଗ ଆସିଛି ସୁନାଖଡିକା ଅଙ୍ଗନବାଡି କେନ୍ଦ୍ରରେ।

Leave a Reply

Your email address will not be published. Required fields are marked *