ସହର ମଝିରେ କଳା କନା ବୁଲାଇଲେ ଦୃର୍ବୁତ୍ତ, ଡାକଘରୁ ଚୋରି

 

କେନ୍ଦ୍ର ସରକାରଙ୍କର ଡାକଘର ହେଉଛି ଏକାଧାରରେ ବ୍ୟାଙ୍କ, ମୂଲ୍ୟବାନ ନଥିପତ୍ରର ପରିବହନ ବ୍ୟବସ୍ଥା ଏବଂ ଜନସାଧାରଣଙ୍କର ଏକ ବିଶ୍ୱାସ ଯୋଗ୍ୟ ସଂସ୍ଥା ଏହାର ସୁପରିଚାଳନା, ଶିଶିଟିଭି ଫୁଟେଜ ଏବଂ ପୋଲିସ ଦ୍ୱାରା ସିକିୟୁରୁଟି ବ୍ୟବସ୍ଥା ରହିବାର ଆବଶ୍ୟକତା ଅଛି। ବୌଦ୍ଧ ଜିଲ୍ଲାରେ ଡାକଘରୁ ହୋଇଥିବା ଚୋରି କେନ୍ଦ୍ର ଏବଂ ରାଜ୍ୟସରକାରଙ୍କର ଏକ ବିଫଳତାର ପ୍ରମାଣ ଦେଉଅଛି। ଆମ ଚ୍ୟାନେଲ ର ନ୍ୟୁଜ ଟି ହେଉଛି “We State You Investigate”।


ବୌଦ୍ଧ ସହରରେ ପ୍ରତିଦିନ ଚୋରି ହେଉଥିବା ଦେଖିବାକୁ ମିଳୁଛି। ତେବେ ସୋମବାର ଦିନ ସହର ମଧ୍ୟରେ ପୁଣି ଏକ ବଡଧରଣର ଚୋରୀ ହୋଇଛି l ଯାହାକି ବୌଦ୍ଧ ରେ ଥିବା ଡାକବିଭାଗ ର ମୁଖ୍ୟ କାର୍ଯ୍ୟାଳୟରେ ତାଲା ଭାଙ୍ଗି ଚୋରି କରିଛନ୍ତି ଦୁର୍ବୃତ୍ତ l

ପୋଷ୍ଟ ଅଫିସ ଭିତର ଟ୍ରେଜେରି କୁ ଗ୍ୟାସ କଟର ମାଧ୍ୟମରେ କଟା ଯାଇ ଲକ୍ଷ ଲକ୍ଷ ଟଙ୍କା ଚୋରି ହୋଇଥିବା ନେଇ ପ୍ରାଥମିକ ସୂଚନା ମିଳିଥିବା ବେଳେ ପୋଷ୍ଟ ମାଷ୍ଟର ଥାନାରେ ଏତଲା ଦେବା ପରେ ଘଟଣା ସ୍ଥଳରେ ପହଞ୍ଚି SDPO ଓ ଆଦର୍ଶ ଥାନା ଅଧିକାରୀ ଙ୍କ ତଦନ୍ତ ଜାରି ରଖିଥିବା ବେଳେ ପୋଷ୍ଟ ଅଫିସ ରେ CCTV କ୍ୟାମେରା ନଥିବାରୁ ତଦନ୍ତ ବାଧାପ୍ରାପ୍ତ ସୃଷ୍ଟି ହୋଇଛି l ସେପଟେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଆଣି ତଦନ୍ତ କରାଯିବ ବୋଲି ପୋଲିସ ସୂଚନା ଦେଇଛି ଏଥି ସହିତ ପୋଷ୍ଟ ଅଫିସ ନିକଟରେ ଥିବା ସମସ୍ତ ସିସିଟିଭି ଫୁଟେଜ କୁ ଯାଞ୍ଚ କରୁଛି ପୋଲିସ l

ତେବେ ବାରମ୍ବାର ସହର ମଧ୍ୟରେ ଚୋରି ହେଉଥିବା ବେଳେ କିଭଳି ଭାବେ ପୋଲିସ କୁ ଚକମା ଦେଇ ଚୋର ମାନେ ଚୋରି କରୁଛନ୍ତି ଏବଂ ପୋଲିସ ଚୋରି କିଭଳି ଭାବରେ ରୋକିବାରେ ଅସଫଳ ହେଉଛି ସେ ନେଇ ଆଦର୍ଶ ଥାନା ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।

Leave a Reply

Your email address will not be published. Required fields are marked *