ସାଇବର ଠକେଇରୁ ବର୍ତ୍ତିବା ପାଇଁ ସଚେତନତା

 

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ସ୍ନାତକ ମହାବିଦ୍ୟାଳୟ ପରିସରରେ ମୁନିଗୁଡ଼ା ପୋଲିସ ଆୟୋଜିତ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ -୨୦୨୫ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ସାଇବର ସୁରକ୍ଷା ସଚେତନତା ରଥ ମୁନିଗୁଡ଼ା ବଜାର ପରିକ୍ରମା କରି ମହାବିଦ୍ୟାଳୟ ପ୍ରବେଶ ପଥରେ ପହଞ୍ଚିଥିଲା।ସେଠାରେ ମହାବିଦ୍ୟାଳୟ ଦାୟିତ୍ୱରେ ଥିବା ଅତିରିକ୍ତ ଅଧକ୍ଷ ରଜନୀକାନ୍ତ ମିଶ୍ରଙ୍କ ନେତୃତ୍ବରେ ମହାବିଦ୍ୟାଳୟର ଅଧ୍ୟାପକ,ଅଧ୍ୟାପିକା,


ଗଣମାଧ୍ୟମ ପ୍ରତିନିଧି ଏବଂ ଶତାଧିକ ଛାତ୍ରଛାତ୍ରୀ ସଚେତନ ରଥ ଏବଂ ଅତିଥି ମାନଙ୍କୁ ବାଇଦ ଓ ନୃତ୍ୟର ତାଳେ ତାଳେ ଭବ୍ୟ ସ୍ବାଗତ କରି କଲେଜ ପରିସରକୁ ପାଛୋଟି ନେଇଥିଲେ।କଲେଜ ଅଡିଟୋରିୟମରେ ସାଇବର ସୁରକ୍ଷା ସଚେତନତାକୁ ନେଇ ଏକ ଆଲୋଚନା ଚକ୍ର ଅଧକ୍ଷ ଶ୍ରୀଯୁକ୍ତ ମିଶ୍ରଙ୍କ ସଭାପତିତ୍ବ ଓ ସବ ଇନ୍ସପେକ୍ଟର ବିକାଶ ଦେବନାଥଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥିଭାବେ ମୁନିଗୁଡ଼ାରେ ଅବସ୍ଥାପିତ ଉପ ଆରକ୍ଷୀ ଅଧିକ୍ଷକ ସନ୍ତୋସିନୀ ଓରାମ,ମୁଖ୍ୟବକ୍ତା ଏହି ଅଭିଯାନର ଏକ୍ସପୋର୍ଟ ତଥା ଇନ୍ସପେକ୍ଟର ଅଭିନାଶ ରେଡ୍ଡୀ,ସମ୍ମାନିତ ଅତିଥିଭାବେ ମୁନିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ସୌଦାମିନୀ ବେହେରା,ପ୍ରେସ କ୍ଲବ ସଭାପତି ରାଜୀବ ଲୋଚନ ଦାସ ପ୍ରମୁଖ ଉପସ୍ଥିତ ରହି ସାଇବର ସଚେତନତା କାର୍ଯ୍ୟକ୍ରମ ଆଲୋଚନାର ଶୁଭାରମ୍ଭ କରିଥିଲେ।ଅତିଥିମାନେ ବର୍ତ୍ତମାନ ହେଉଥିବା ସାଇବର ଠକେଇ ଉପରେ ସଚେତନ କରିବାକୁ ଯାଇ ଡିଜିଟାଲ ଆରେଷ୍ଟ ଠକେଇ,ନିବେଶ ଓ ଟ୍ରେଡିଂ ଠକେଇ,ପାର୍ଷଲ/କଷ୍ଟମ ଠକେଇ,ସେକ୍ସେଟୋର୍ଶନ ଫାନ୍ଦ,


ନକଲି ଋଣ/ତତ୍କାଳ କ୍ରେଡିଟ ଆପ,ନକଲି ପରିଚୟ ଏବଂ ଓଟିପି ଠକେଇ,ଚାକିରି ଓ ଘରୁ କାମ କରିବାର ଠକେଇ ଏବଂ ଇ – କମର୍ସ ରିଫଣ୍ଡ/ଅଫର୍ ଠକେଇ ଉପରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇବା ସହ ଭବିଷ୍ୟତ ପାଇଁ ସତର୍କ କରାଇଥିଲେ।ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ସହ ଏସ ଆଇ ଜୟଚିନ୍ଦ୍ ସାହୁ,ରବିନାରାୟଣ ସାହୁ,ଅଧ୍ୟାପକ ରମାକାନ୍ତ ଚିଚୁଆନ,ଅସିତ କୁମାର ମହାନ୍ତି,ଅଧ୍ୟାପିକା ମୋନାଲିସା ମହାପାତ୍ର,ପ୍ରମିତା ଗୌଡ଼,ପ୍ରେସ କ୍ଲବ ଉପସଭାପତି ମନୋରଞ୍ଜନ ଦଳାଇ,


ସମ୍ପାଦକ ନନ୍ଦକିଶୋର ପଟ୍ଟନାୟକ,ଧନୁ କୁଶୁଲିଆ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ମୁନିଗୁଡ଼ା ପୋଲିସ,ସ୍ନାତକ ମହାବିଦ୍ୟାଳୟ କର୍ମଚାରୀ ଓ ପ୍ରେସ କ୍ଲବର ସଦସ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ।ଅପରାହ୍ନରେ ସାଇବର ସୁରକ୍ଷା ଅଭିଯାନକୁ ନେଇ ମୁନିଗୁଡ଼ା ସହରରେ ଯୁବକ ମାନଙ୍କୁ ନେଇ ଏକ ସଚେତନତା ବାଇକ ଶୋଭାଯାତ୍ରା କରାଯାଇଥିଲା।ସନ୍ଧ୍ୟାରେ ତିନିକୋଣୀଆ ଛକ ନିକଟରେ ସାଇବର ସଚେତନତା ଉପରେ ପୋଲିସ ତରଫରୁ ଏକ ଷ୍ଟ୍ରୀଟ କର୍ଣର ପ୍ରଚାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ମୁନିଗୁଡାରୁ ଫଟୋ ନ୍ୟୁଜ ଟାଇମ୍ସର ସାମ୍ବାଦିକ ଆନନ୍ଦ ରାଓ ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *