ସାଇବର ସୁରକ୍ଷା ଏବଂ ସାଇବର ବୁଲିଂ

 

ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଫୁଲବାଣୀ ଠାରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ଅନଲାଇନ ସାଇବର ସୁରକ୍ଷା ଏବଂ ସାଇବର ବୁଲିଂ ର ଏକଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ସଭାପତି,ମୁନ୍ସିପାଲଟି ସଭାପତି ଏଡିଏମ ,ଏସଡିପିଓ, ସାଇବର ସେଲ,DSWO,PO cum PO,DCPO, ସମସ୍ତ ବ୍ଲକ ଅଫିସିଆଲ, Women HUB ର ସମସ୍ତ ଷ୍ଟାଫ,SHG Member,ASHAs,AWWs,Adolescent girls ଅଂଶ ଗ୍ରହଣ କରିଥିଲେ ।PO cum PO ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିଲେ ।ରିସୋର୍ସ ପର୍ସନ ସାଇବର ସେଲ ର ସାଇବର କ୍ରାଇମ ସମ୍ବନ୍ଧିତ ବିଭିନ୍ନ ଘଟଣା ତଥା ସେଥିରୁ କେମିତି ସୁରକ୍ଷା ରହିପାରିବ, ଏବଂ ଏଥିପାଇଁ କଣ ଆଇନର ଦିଗ ଅଛି ,ସେଥି ଉପରେ ପୁଙ୍ଖାନୁପୁଙ୍ଖ ଆଲୋକପାତ ହେଲା ।ଶେଷରେ ଜିଲ୍ଲାର ୪ ଜଣ କିଶୋରୀଙ୍କୁ ପୁରଷ୍କୃତ କରାଯାଇଥିଲା।ଜିଲ୍ଲା ସଂଯୋଜକ, ମିଶନ ଶକ୍ତି ସାଇବର ସମ୍ବନ୍ଧିତ କିଛି Video ପରିବେଷଣ କରିଥିଲେ ଏବଂ ଶେଷରେ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ କୁ ଶେଷ କରିଥିଲେ ।
କନ୍ଧମାଳ ଜିଲ୍ଲାରୁ ଫଟୋ ନ୍ୟୁଜ ଟାଇମ୍ସର ଶିବାଜୀ ଜେନାଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *