ସାଇବର ସୁରକ୍ଷା ସଚେତନତା

 

ସାଇବର ସୁରକ୍ଷା ସଚେତନତା ନିମନ୍ତେ “ରୋଡ଼ ରନ ୫. କିମି ଓ ୱାକଥନ ୧. ୦୦କିମି ଅନୁଷ୍ଠିତ”। ସାମ୍ପ୍ରତିକ ଦୈନ୍ଦନଦିନ ସାଇବର ଅପରାଧ ବୃଦ୍ଧି ପାଉଥିବାରୁ ଏବଂ ଏହାଦ୍ୱାରା ବହୁତ ନିରୀହ ଜନସାଧାରଣ ଠକେଇର ଶିକାର ହେଉଥିବାରୁ ସେମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ସରକାରଙ୍କ ନିର୍ଦେଶ କ୍ରମେ ଜିଲ୍ଲାରେ ଗତ ଅକ୍ଟୋବର ୧୯ ତାରିଖରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଅଛି l ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ୱାତୀ.ଏସ.କୁମାରଙ୍କ ପ୍ରତେକ୍ଷ ତତ୍ୱାବଧାନରେ ପ୍ରଚାର ରଥ ମାଧ୍ୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ କରି ପ୍ରତ୍ୟେକ ଥାନା ଅଂଚଳରେ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି l ସାଇବର ସୁରକ୍ଷା ନିମନ୍ତେ ଦାୟିତ୍ୱରେ ଥିବା ଅଧିକାରୀ ଶ୍ରୀ ଅଭିନାଶ ରେଡି ଏହାର ସଫଳ ଆୟୋଜନ କରିଥିଲେ l ସାଇବର ଅପରାଦ୍ଧ ରୋକିବା ନିମନ୍ତେ ଜନସଚେତନତା ଜିଲ୍ଲାସ୍ତରରୁ ଆରମ୍ଭ ହୋଇ ବ୍ଲକ ସ୍ତର ପର୍ଯ୍ୟନ୍ତ କରାଯାଉଛି l ସନ୍ଧ୍ୟା ସମୟରେ ବିଶିଷ୍ଠ ହାସ୍ୟ ଅଭିନେତା ପ୍ରଭାକର ମିଶ୍ର (ଟୁନା ଟୁନ ଟୁନ )ଓ କାଳୀ ରଥଙ୍କ ଦ୍ୱାରା ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ଆରକ୍ଷୀ ଅଧିକ୍ଷକ ରାୟଗଡ଼,ବରିଷ୍ଠ ନାଗରିକ ବିନୋଦ ଚନ୍ଦ୍ର ପଣ୍ଡା ଓ ବହୁତ ଜନସାଧାରଣ ଯୋଗଦାନ କରି ଉପଭୋଗ କରିଥିଲେ l
ରାୟଗଡାରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

 

Leave a Reply

Your email address will not be published. Required fields are marked *