ସାଥୁଆ ଆଲମିରା ଓ ବାକ୍ସ ଦୋକାନରୁ ଗଂଜେଇ ଜବତ କଲା ପୁରୁଣା କଟକ ପୋଲିସ

ବୌଦ୍ଧ ଜିଲ୍ଲାରେ ବର୍ତମାନ ସବୁଠାରୁ ଆଗରେ ଅଛି ଗଞ୍ଜେଇ ବେପାର। ଏଠାରେ ଗଞ୍ଜେଇ ଚାଷ ହେଉଛି ଅର୍ଥକାରୀ ଫସଲ। ଗଞ୍ଜେଇ ପ୍ରକ୍ରିୟାକରଣ ହେଉଛି କୁଟୀର ଶିଳ୍ପ। ଗଞ୍ଜେଇ ଚାଲାଣ ହେଉଛି ଯୁବପିଢିଙ୍କ ପାଇଁ ଏକ ଉତ୍ତମ ରୋଜଗାର। କିନ୍ତୁ ଏଇ ସବୁଗୁଡିକ ସମାଜ, ଜିଲ୍ଲା, ତଥା ଓଡିଶା ରାଜ୍ୟର ବହୁ କ୍ଷତିକରୁଛି। ଏଥିରେ ସବୁଠାରୁ ଲାଭବାନ ହେଉଛନ୍ତି ଜିଲ୍ଲାର ଅବକାରୀ ବିଭାଗ ଏବଂ ପୋଲିସ ପ୍ରଶାସନ। ଏଥିପ୍ରତି ସରକାର କଠୋର ମନୋଭାବ ରଖିବା ସହିତ ଆଉ ପାଦେ ଆଗକୁ ଯାଇ ଅସାଧୁ ଅବକାରୀ କର୍ମଚାରୀ ଏବଂ ପୋଲିସ କୁ ଦଣ୍ଡିତ କରିବା ଉଚିତ।
ସାଥୁଆ ଆଲମିରା ଓ ବାକ୍ସ ଦୋକାନରୁ ଗଂଜେଇ ଜବତ କଲା ପୁରୁଣା କଟକ ପୋଲିସ l


ବାକ୍ସ ଦୋକାନ ରୁ ବାହାରିଲା ୬ଲକ୍ଷ ଟଙ୍କାର ଗଞ୍ଜେଇ l ବୌଦ୍ଧ ଜିଲ୍ଲା ପୁରୁଣା କଟକ ପୋଲିସ କୌଣସି ସୂତ୍ରରୁ ଖବର ପାଇ ସାଥୁଆ ଆଲମିରା ଓ ବାକ୍ସ ଦୋକାନ ରେ ବିଳମ୍ବିତ ରାତ୍ରରେ ପୁରୁଣା କଟକ ପୋଲିସ ପକ୍ଷରୁ ରେଡ କରିଥିଲେ l ଉକ୍ତ ରେଡ଼ ରେ ଦୋକାନ ମାଲିକ ରଞ୍ଜନ ସାଥୁଆ ଙ୍କୁ ଗିରଫ କରା ଯାଇଥିବା ବେଳେ ତାଙ୍କ ଦୋକାନରୁ ୭୮.୪ କେଜି ର ଗଞ୍ଜେଇ ଜବତ କରିଛି ପୋଲିସ l ଯାହାର ଆନୁମାନିକ ମୂଲ୍ୟ ୬ଲକ୍ଷ ଟଙ୍କା ହେବ l ବାକ୍ସ ଦୋକାନ ନା ରେ ଚାଲିଥିଲା ଗଞ୍ଜେଇ ବେପାର । ତେବେ ପୋଲିସ ପକ୍ଷରୁ ୧୪୦/୨୫ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା କହିଛି ପୋଲିସ l
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।

Leave a Reply

Your email address will not be published. Required fields are marked *