ସାବିତ୍ରୀ ଅମାବାସ୍ୟା ରେ ସ୍ୱାମୀଙ୍କ ଦୀର୍ଘ ଆୟୁଷ କାମନା କରି ଵ୍ରତ ରଖିଥାନ୍ତି ସଧବା ମହିଳା ମାନେ

“ସାବିତ୍ରୀ ଅମାବାସ୍ୟା” ରେ
ସ୍ୱାମୀଙ୍କ ଦୀର୍ଘ ଆୟୁଷ କାମନା କରି ଵ୍ରତ ରଖିଥାନ୍ତି ସଧବା ମହିଳା ମାନେ। ଏହା ଏକ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲପାଇବାର ବ୍ରତ।
ଭାରତୀୟ ସଂସ୍କୃତିରେ ସାବିତ୍ରୀ ବ୍ରତର ଯତେଷ୍ଟ ମହାତ୍ମା ରହିଛି । ଭାରତୀୟ ନାରୀମାନେ ସ୍ବାମୀଙ୍କ ଦୀର୍ଘାୟୁ କାମନା ସହିତ ପରିବାରର ସୁଖ ସମୃଦ୍ଧି କାମନା କରି ଏହି ସାବିତ୍ରୀ ବ୍ରତ ପାଳନ କରାଯାଇଥାଏ । ଜ୍ଯେଷ୍ଠ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ, କାଳ ଦେବତା (ଯମ ଦେବତା)ଙ୍କ ଠାରୁ ସାବିତ୍ରୀ ନିଜେ ଏହି ବ୍ରତ ରଖି ନିଜ ସ୍ବାମୀଙ୍କ ଜୀବନ ଫେରାଇ ଆଣିବା ସହିତ ପରିବାରର ସୁଖ ସମୃଦ୍ଧି ଫେରାଇ ଆଣିଥିବାରୁ ସାବିତ୍ରୀଙ୍କ ନାମ ଅନୁସାରେ ଜ୍ଯେଷ୍ଠ ମାସ କୃଷ୍ଣ ପକ୍ଷ ଅମାବାସ୍ୟାକୁ ସାବିତ୍ରୀ ଅମାବାସ୍ୟା ଭାବରେ ନାମକରଣ କରାଯାଇଛି । ସଧବା ନାରୀମାନେ ଅଖଣ୍ତ ସୌଭାଗ୍ୟ ଓ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ଉପବାସ ରହି ଏହି ଵ୍ରତ ପାଳନ କରିଥାନ୍ତି ।

ଏହି ପୂଜାରେ ଦେବୀ ସାବିତ୍ରୀ ଙ୍କୁ ୯ ପ୍ରକାରର ଫଳ ୯ ପ୍ରକାର ଫୁଲ ଏହି ପୂଜାରେ ଲାଗିଥାଏ । ଓଡ଼ିଆ ଘରର ପରମ୍ପରା ଅନୁସାରେ ଵ୍ରତ ପାଇଁ ସମସ୍ତ ପୂଜା ଜିନିଷ ମହିଳାଙ୍କ ବାପଘରୁ ଆସିଥାଏ । ଯାହା ସାବିତ୍ରୀ ଭାର ନାମରେ ଜଣାଶୁଣା । ସୋମବାର ଏବଂ ସାବିତ୍ରୀ ବ୍ରତ ପଡ଼ିଥିବାରୁ ଅଲାରନାଥ ମନ୍ଦିରରେ ମହିଳା ମାନଙ୍କର ଭିଡ଼ ପରିଲକ୍ଷିତ ହୋଇଥିଲା । ହାତରେ ପିତଳ ଥାଳିରେ ପୂଜା ସାମଗ୍ରୀ ସହିତ ନୂଆ ଲୁଗା ଧରି ମନ୍ଦିରରେ ପ୍ରବେଶ କରୁଥିଲେ । ଠାକୁର ଙ୍କ ପୂଜା ପାଇଁ ନୂଆ ଶାଢୀ, ଶଙ୍ଖା, ସିନ୍ଦୁର ,ଓ ଅଳତା ସହିତ ନଡ଼ିଆ, ଖଜୁରୀ, ତାଳ, ଆମ୍ବ, ପଣସ , ଲିଚୁ ଆଦି ଭୋଗ ଲାଗି କରିଥିଲେ । ସ୍ୱାମୀଙ୍କ ଦୀର୍ଘ ଆୟୁଷ ଏବଂ ଘରେ ସମସ୍ତେ ଶୁଖ ଶାନ୍ତିରେ ରହିବା ପାଇଁ ଏହି ସାବିତ୍ରୀ ବ୍ରତ ପାଳନ କରାଯାଏ ବୋଲି କିଛି ମହିଳା ମାନେ କହିଛନ୍ତି ।
ବାଲିହରଚଣ୍ଡୀ ଙ୍କ ପାଈଁ ବାପ ଘରୁ ପହଞ୍ଚିଲା ସାବିତ୍ରୀ ଭାର।


ମା ବାଲିହରଚଣ୍ଡୀ ଙ୍କ ବାପ ଘରୁ ଆସିଲା ସାବିତ୍ରୀ ଭାର । ଓଡ଼ିଆ ଘର ପରମ୍ପରା ଅନୁଯାୟୀ ସାବିତ୍ରୀ ବ୍ରତ ପାଳନ କରିବା ପାଇଁ ସାବିତ୍ରୀ ଭାର ନେଇ ପାଞ୍ଚପଡା ଗ୍ରାମର ମୁରବି ମାନେ ପହଁଚିଛନ୍ତି ମାଙ୍କ ପୀଠରେ । ସେମାନେ ଆଣିଥିବା ନୁଆ ଲୁଗା ଏବଂ ଆସିଥିବା ଫଳ ଭାର ରେ ମାଙ୍କ ସାବିତ୍ରୀ ବ୍ରତ ପାଳନ କରାଯାଇଛି । ମା’ ବାଲିହରଚଣ୍ଡୀ, ବ୍ରହ୍ମଗିରିର ଅଞ୍ଚଳର ରକ୍ଷା କବଚ ରୂପେ ପରିଚିତ । ସମୁଦ୍ର କୂଳର ବାଲି ବନ୍ତ ଉପରେ ରହି ବନ୍ୟା ବାତ୍ୟା ଦାଉରୁ ରକ୍ଷା କରିଥାନ୍ତି । କିମ୍ବଦନ୍ତୀ ଅନୁସାରେ ଧରଣୀ କୁଦି ଗ୍ରାମପଞ୍ଚାୟତର ଧରାଣୀକୁଦ, ମତଲାପୁର, କହଳପଦା, ଖେତାଣ୍ଡି ଏବଂ ନହରବାଲି ଏହି ପାଞ୍ଚପଡ଼ାକୁ ମା’ଙ୍କ ବାପଘର ବୋଲି କୁହାଯାଇଥାଏ ।

ଓଡ଼ିଆ ଘରର ପରମ୍ପରା ଅନୁଯାୟୀ, ମାଙ୍କ ସବିତ୍ରୀ ବ୍ରତ ପାଇଁ ବାପଘର ଅନୁସାରେ ପାଞ୍ଚପଡ଼ା ମୁରବି ମାନେ ନୂଆ ଶାଢୀ, ଶଙ୍ଖା, ସିନ୍ଦୁର ,ଓ ଅଳତା ସହିତ ନଡ଼ିଆ, କଦଳୀ , ଖଜୁରୀ, ତାଳ, ଆମ୍ବ, ପଣସ , ଲିଚୁ ଆଦି ଭୋଗ ଲାଗି ନେଇ ମାଙ୍କ ମନ୍ଦିରରେ ପହଞ୍ଚିଥିଲେ ।

ସେଠାରେ ପୁରହିତ ମାନେ ବାପ ଘରୁ ଆସିଥିବା ପୂଜା ସାମଗ୍ରୀ ମାଙ୍କୁ ସମର୍ପଣ କରିଥିଲେ ।ଏହି ପରମ୍ପରା କାହିଁ କେତେ ଯୁଗରୁ ଚାଲି ଆସୁଥିବା ଗବେଷକ ନୀଳମଣି ସୁଆର କହିଛନ୍ତି।
ପୁରୀରୁ ଫଟୋ ନ୍ୟୁଜ ଟାଇମସ୍ ର ସାମ୍ବାଦିକ ପ୍ରସନ୍ନ କୁମାର ଲେଙ୍କାଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *