ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବିଭାଗ ଅଧୀନସ୍ଥ ବିଭିନ୍ନ ଯୋଜନାର ସାମଗ୍ରିକ ପ୍ରଗତି, କାର୍ଯ୍ୟାନ୍ୱୟନ ସ୍ଥିତି ଓ କ୍ଷେତ୍ରସ୍ତରରେ ମୁହାଁ ଦେଉଥିବା ସମସ୍ୟାମାନଙ୍କ ଉପରେ ସବିସ୍ତାର ଆଲୋଚନା କରାଯାଇଛି।

ସଠିକ୍ ଲାଭାର୍ଥି ଚିହ୍ନଟ, ସମୟୋପଯୋଗୀ ଭାବେ ସେବା ପ୍ରଦାନ, ଅଭିଯୋଗର ଶୀଘ୍ର, ପାରଦର୍ଶୀ ଓ କାର୍ଯ୍ୟକାରୀ ନିରାକରଣକୁ ପ୍ରାଥମିକତା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ମାଇଦାନୀ ସ୍ତରରେ ସମନ୍ୱୟ ଓ ନିରୀକ୍ଷଣ ବୃଦ୍ଧି, ନିୟମିତ ଶିବିର ଆୟୋଜନ, ସଚେତନତା କାର୍ଯ୍ୟକ୍ରମକୁ ଅଧିକ ସକ୍ରିୟ କରିବା ସହ ଯୋଜନାମାନଙ୍କର ଲକ୍ଷ୍ୟଭିତ୍ତିକ, ସମୟବଦ୍ଧ ଓ ଗୁଣାତ୍ମକ କାର୍ଯ୍ୟାନ୍ୱୟନ ନିଶ୍ଚିତ କରିବାକୁ ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି।

ଭୁବନେଶ୍ୱର ରୁ ଗିରିଧାରୀ ଲାଲ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫୋଟୋ ନିୟୁଜ ଟାଇମ୍ସ।
