ସାମ୍ବାଦିକ ସମ୍ମିଳନୀରେ ରାଜେନ୍ଦ୍ର ଏବଂ ପ୍ରଦୀପଙ୍କ ଉପରେ ବର୍ଷିଲେ ବିଧାୟକ ଶ୍ରୀ ପ୍ରଶାନ୍ତ।
ଟାଙ୍ଗୀକୁ NAC ମାନ୍ୟତା ମିଳିବା ପରେ ଖୋର୍ଦ୍ଧା ବିଧାୟକ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞ୍ୟାପନ କରିଛନ୍ତି । କିଭଳି ଭାବରେ NAC ଗଠନ ପାଇଁ କାର୍ଯ୍ୟକ୍ରମ କରାଯାଏ ତାହା ତଥ୍ୟ ସହ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପନ କରିଛନ୍ତି । ଏହି ଅବସରରେ ସେ ଖୋର୍ଦ୍ଧାର ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ ଓ ବେଗୁନିଆ ବିଧାୟକ ପ୍ରଦୀପ ସାହୁଙ୍କୁ ସସ୍ତା ରାଜନୀତି କରି ଜନସାଧାରଣଙ୍କୁ ବିଭ୍ରାନ୍ତ ନକରିବାକୁ କହିଛନ୍ତି ।

ପୂର୍ବ ସରକାରରେ ରାଜନୈତିକ ଉଦେଶ୍ୟ ରଖି ନିର୍ବାଚନ ପୂର୍ବରୁ ମାଳ ମାଳ NAC ଘୋଷଣା କରାଯାଇଥିଲା। ଯାହା କେବଳ ମୌଖିକ ଥିଲା । ବିଜେପି ସରକାର ଆସିବା ପରେ ଦୁଇ ନଭେମ୍ବର ୨୦୨୪ ରୁ NAC ପକ୍ରିୟା ଆରମ୍ଭ କରାଯାଇଥିଲା ଯାହାକି ଆଜି ସଫଳ ହୋଇଛି । ଦୁଇଦିନ ତଳେ ଟାଙ୍ଗୀ NAC ଘୋଷଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତ ଶ୍ରେୟ ଦେଇଥିଲେ ବୋଲି ରାଜେନ୍ଦ୍ର ସାହୁ କହିଛନ୍ତି। ଏହାର ପ୍ରତିଉତର ରେ ଖୋର୍ଦ୍ଧା ବିଧାୟକ ସମସ୍ତ ତଥ୍ୟ ପ୍ରଦାନ କରିଛନ୍ତି। ଯଦି ସେମାନଙ୍କ ପାଖରେ ତଥ୍ୟ ଅଛି ତେବେ ଜନସାଧାରଣଙ୍କ ସାମ୍ନାରେ ରଖିବାକୁ କହିଛନ୍ତି । ଆଗକୁ ମଧ୍ୟ ବେଗୁନିଆ ବୋଲଗଡ଼ ପାଇଁ ପକ୍ରିୟା ଜାରି ରହିଥିବା ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ଜିତେନ୍ଦ୍ର ନାଥ ମିତ୍ର ଉପସ୍ଥିତ ଥିଲେ । ଏଥିନେଇ ବିଧାୟକ ପ୍ରଶାନ୍ତ ଜଗଦେବ ନିଜ ପ୍ରତିକ୍ରିୟା ଆମ କ୍ୟାମେରା ଟିମକୁ ଦେଇଛନ୍ତି।
ଖୋର୍ଦ୍ଧାରୁ ସୂର୍ଯ୍ୟନାରାୟଣ ମହାନ୍ତିଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମସ।
