ସୁନାଖଳା ଛକ ଉପରେ ଚଢ଼ଉ

ଓଡ଼ିଶାର ଅବକାରୀ ବିଭାଗ ଯଦି
ଚଳଚଞ୍ଚଳ ନ ହୁଅନ୍ତି ସାଧାରଣ ଜନତା ବହୁ ଅସୁବିଧାର ସମ୍ମୁଖୀନ ହେବେ। ଯୁବ ସମାଜକୁ ଗଞ୍ଜେଇ ବ୍ରାଉନସୁଗାର ଏକ ପ୍ରକାର ବିପଥଗାମୀ କରିଦେଉଛି।
ଖୋର୍ଦ୍ଧା ଅବକାରୀ ବିଭାଗ ୧୬ନମ୍ବର ଜାତୀୟ ରାଜପଥ ସୁନାଖଳା ଛକ ଉପରେ ଚଢ଼ଉ କରି ଏକ ପିକ୍‌ଅପ୍ ଭ୍ୟାନ୍‌ରୁ ଦୁଇ କୁଇଣ୍ଟାଲ୍ ଗଞ୍ଜେଇ ଜବତ କରିଛି। ଘଟଣାରେ ପିକ୍ ଅପ୍ ଗାଡ଼ି ସହିତ ଦୁଇ ଜଣ ଗିରଫ ବି ହୋଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ, ବିହାର ରାଜ୍ୟ ରସଲପୁର ଗାଁର ଫିରୋଜ ଖାନ ଓ ବୌଦ୍ଧ ଜିଲ୍ଲା ଭରତପୁରର ସୁଶାନ୍ତ ମେଣ୍ଡିଲି। ପକୀରର ବର୍ତ୍ତମାନ ଠିକଣା କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳରେ ବୋଲି ଅବକାରୀ ବିଭାଗ ଜାଣିବାକୁ ପାଇଛି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨୦ଲକ୍ଷ ଟଙ୍କା ବୋଲି ଆକଳନ କରାଯାଉଛି। ଘଟଣାସ୍ଥଳରୁ ପିକ୍ ଅପ୍ ଭ୍ୟାନ୍‌କୁ ଏସ୍‌ସ୍କର୍ଟ ଦେଉଥିବା ଦୁଇଟା କାର୍ ଫେରାର୍ ହୋଇଯାଇଛନ୍ତି।

ସୂଚନା ମୁତାବକ, ଏହି ଧରପଗଡ଼ ଘଟଣା ଭୋର୍ ପ୍ରାୟ ୫ଟା ସମୟରେ ଘଟିଥିଲା। ବୌଦ୍ଧ ଜିଲ୍ଲାରୁ ଗଞ୍ଜେଇ ସଂଗ୍ରହ କରି ମାଫିଆମାନେ ଭୁବନେଶ୍ଵରକୁ ଚାଲାଣ କରିବାକୁ ଯୋଜନା କରିଥିଲେ । ଯୋଜନା ମୁତାବକ, ଦୁଇ କୁଇଣ୍ଟାଲ ଗଞ୍ଜେଇକୁ ୩ଟି ଗାଡ଼ିରେ ୩ ଭାଗ କରାଯାଇଥିଲା। ପ୍ରଥମ ଦୁଇଟି ଗାଡି ଥିଲା ଦୁଇଟି କାର (ଓଡି ୦୨ବି-୪୮୮୩, ଓଡି-୦୨ସିକ୍ୟୁ-୮୫୨୩)। ପ୍ରତି କାର୍‌ରେ ୨୫ କେଜିର ଗଞ୍ଜେଇକୁ ବଡ଼ ବଡ଼ ପୁଡ଼ିଆ କରି ବନ୍ଧା ହୋଇଥିଲା। ତୃତୀୟ ପିକ୍ ଅପ୍ ଭ୍ୟାନ୍ ଗାଡ଼ିଟି ଥିଲା ମୁଖ୍ୟ ପରିବହନକାରୀ। ଯେଉଁଥିରେ, ଦେଢ଼ କୁଇଣ୍ଟାଲ୍ ଗଞ୍ଜେଇ ପୁଡ଼ିଆ ଲୋଡ଼ କରାଯାଇଥିଲା | ଗଞ୍ଜେଇ ନ ଦେଖା ଯିବା ପାଇଁ ତଳେ ମାଲ୍ ରଖି ଉପରେ ପନିପରିବା ଟ୍ରେ ସବୁ ଖଞ୍ଜି ଦିଆଯାଇଥିଲା। ବାହାରୁ ଯିଏ ଦେଖିଲେ, ଏହା ପରିବା ଗାଡ଼ି ବୋଲି ଅନୁଭବ ହେଉଥିଲା। ତିନି ଗାଡ଼ି ମଧ୍ୟରୁ ଦୁଇଟି କାରର ଦାୟିତ୍ଵ ଥିଲା, ତୃତୀୟ ପିକ୍ ଅପ୍ ଭ୍ୟାନ୍ (ଓଡି-୦୨ ସିଜେଡ୍-୪୬୨୯)କୁ ଏସ୍‌ସ୍କର୍ଟରେ ନେବା ସେହି ଅନୁସାରେ ବୌଦ୍ଧରୁ ଗାଡ଼ି ଭାୟା ଗଞ୍ଜାମ ଦେଇ ଭୁବନେଶ୍ଵର ଅଭିମୁଖେ ରାତାରାତି ବାହାରିଥିଲା |

ଗୁଇନ୍ଦା ଖବର ପାଇ ଅବକାରୀ ବିଭାଗ ସୁନାଖଳା ଛକ ଉପରେ ଜଗି ବସିଥିଲା। ଖବର ମୁତାବକ, ପ୍ରଥମେ ଆସିଥିଲା ଦୁଇ ଏସ୍‌‌ସ୍କର୍ଟ କାର୍। କିନ୍ତୁ, ଅବକାରୀ ବିଭାଗକୁ ଦେଖି କାରରୁ ୨୫ କେଜି ଗଞ୍ଜେଇ ସବୁ ଫୋପାଡ଼ି ଦେଇ କାର୍ ଦୁଇ ଗୋଟି ପଳାୟନ କରିଛି ବୋଲି ଜିଲ୍ଲା ଅବକାରୀ ଅଧୀକ୍ଷକ ସୁମତି ତ୍ରିପାଠୀ ଆଜି ଜିଲ୍ଲା ଅବକାରୀ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। କିନ୍ତୁ, ଦେଢ଼ କୁଇଣ୍ଟାଲ ଗଞ୍ଜେଇ ଧରି ଆସୁଥିବା ପିକ୍ ଅପ୍ ଭ୍ୟାନ୍ ଗାଡ଼ିଟି ଅବକାରୀ ହାବୁଡ଼ରେ ଧରାପଡ଼ିଛି ଘଟଣାସ୍ଥଳରୁ ବିନୋଦ ନାଏକ ନାମକ ଜଣେ ଅଭିଯୁକ୍ତ ଫେରାର୍ ଅଛି ବୋଲି ଅବକାରୀ ଅଧୀକ୍ଷକ ଶ୍ରୀମତୀ ତ୍ରିପାଠୀ ପ୍ରକାଶ କରିଛନ୍ତି । ଶ୍ରୀମତୀ ତ୍ରିପାଠୀଙ୍କ କହିବା କଥା, ଏହି ତିନି ଗୋଟି ଗାଡ଼ି ଗୋଟିଏ ଗଞ୍ଜେଇ ଚାଲାଣ ଗ୍ୟାଙ୍ଗର ଯାହାର ମୁଖିଆ ଥିଲା, ଫିରୋଜ ଖାନ ଦ୍ବିତୀୟ ଅଭିଯୁକ୍ତ ସୁଶାନ୍ତ ଚାଷୀମାନଙ୍କ ସହିତ ଯୋଗାଯୋଗରେ ରହୁଥିଲା। ଚାଷୀଙ୍କଠାରୁ ଗଞ୍ଜେଇ ଏକାଠି କରିବା ଦାୟିତ୍ଵ ସୁଶାନ୍ତ ମୁଣ୍ଡାଉଥିବା ଅବକାରୀ ଅଧୀକ୍ଷକ ଶ୍ରୀମତୀ ତ୍ରିପାଠୀ ପ୍ରକାଶ କରିଛନ୍ତି |
ଖୋର୍ଦ୍ଧାରୁ ଫଟୋ ନ୍ୟୁଜ ଟାଇମସ୍ ର ଜିଲ୍ଲା ପ୍ରତିନିଧି ସୂର୍ଯ୍ୟନାରାୟଣ ମହାନ୍ତିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *