ସୁନା ଓ ଟଙ୍କା ଥିବା ବ୍ୟାଗ୍ ଯଦି କେହି ରାସ୍ତାରୁ ପାଏ ଭାବିନିୟ ଯେ ତାର କିଛି ଭଲକର୍ମ ଯୋଗୁଁ ପ୍ରାପ୍ତ ହୋଇଛି। ସେ ଖୁସି ହୋଇଯାଏ। କିନ୍ତୁ ଆଇନ୍ ଦୃଷ୍ଟିରେ ଏହା ଏକ ଅପରାଧ କାରଣ ଏଭଳି କୌଣସି ମୂଲ୍ୟବାନ ଜିନିଷ ରାସ୍ତାଉପରୁ ପାଇଲେ ତାହାକୁ ନିକଟସ୍ଥ ପୋଲିସ ଷ୍ଟେସନରେ ଦେବା ଦରକାର।
ଏଭଳି ଏକ ଘଟଣା ଘଟିଛି ଭୁବନେଶ୍ବରର ଖଣ୍ଡଗିରି ଥାନାଅଞ୍ଚଳରେ ଜଣେ ମହିଳା ସୁନା ଓ ରୂପା ଅଳଙ୍କାର ରହିଥିବା ଏକ ବ୍ୟାଗ୍ କୁ ଅଟୋରେ ନେଇ ଯାଉଥିବା ସମୟରେ ଅନ୍ୟମନସ୍କ ହୋଇ ତଳେ ପକାଇଦେଇଥିଲେ। ଅନ୍ୟ ଏକ ଅଟୋ ଡ୍ରାଇଭର ଏହି ବ୍ୟାଗ୍ କୁ ପାଇଥିଲା। ଲୋଭର ବଶବର୍ତ୍ତୀ ହେଉ କିମ୍ବା ଆଇନ୍ ବିଷୟରେ ଜାଣିନଥିବାରୁ ବ୍ୟାଗଟିକୁ ନେଇ ଘରକୁ ପଳାଇଯାଇଥିଲା।
ପୋଲିସ ଏଇ ସମ୍ପର୍କରେ ଏତଲା ପାଇବା ପରେ କେସ୍ ରୁଜୁକରି ଟିମ୍ ଗଠନ କରି ସୁନା ଓ ରୂପା ଭର୍ତି ବ୍ୟାଗ୍ କୁ ସିଜ୍ କରିପାରିଥିଲା। ସେ ଯାହାବି ହେଉ ଭୁବନେଶ୍ବରର ସିସିଟିଭି ଫୁଟେଜ ଆଧାରରେ ପୋଲିସ ଏହି ସଫଳତା ପାଇପାରିଛି। ଆମେ ଏଠାରେ ଜନସାଧାରଣଙ୍କୁ ଅବଗତ କରାଇବାକୁ ଚାହୁଁଛୁ ଯେ ଭୁବନେଶ୍ୱରର ପ୍ରାୟ ସମସ୍ତ ମୁଖ୍ୟ ଏରିଆ ସିସିଟିଭି ଫୋକସ ରେ ଅଛି। କୌଣସି ଜିନିଷ ହଜାଇଥିବା ବ୍ୟକ୍ତି କିମ୍ବା ପାଇଥିବା ବ୍ୟକ୍ତି ଆଇନ୍ ଠାରୁ ଉର୍ଦ୍ଧ୍ଵରେ ନୁହଁ। ତେଣୁ ନିକଟସ୍ଥ ପୋଲିସ ଷ୍ଟେସନରେ ଏହା ପୈଠ କରିବା ଉଚିତ୍।
ଭୁବନେଶ୍ବରରୁ ସୂର୍ଯ୍ୟନାରାୟଣ ମହାନ୍ତିଙ୍କ ରିପୋର୍ଟ।