ସୁନ୍ଦରଗଡ଼ ଜିଲ୍ଲାରେ ଅଭିଯୋଗ ଶୁଣାଣି ହେଉଛି

ସୁନ୍ଦରଗଡ଼ ଜିଲ୍ଲାରେ ଅଭିଯୋଗ ଶୁଣାଣି ହେଉଛି। କିନ୍ତୁ ଏହି ଡବଲ ଇଞ୍ଜିନ ସରକାରଙ୍କ ସମୟରେ ଯୁଗ୍ମ ଅଭିଯୋଗ ଶୁଣାଣିକୁ ପଞ୍ଚାୟତ ସ୍ତରରେ ପହଞ୍ଚାଇବା ଦ୍ୱାରା ସାଧାରଣରେ ଖୁସିବ୍ୟକ୍ତ କରିଛନ୍ତି। ଏହା ଏକ ଭଲ ଖବର। କିନ୍ତୁ ସାଧାରଣରେ ବୁଦ୍ଧିଜୀବୀ ମାନେ ଏହି କାର୍ଯ୍ୟକ୍ରମକୁ ନିୟମିତ ବ୍ୟବଧାନରେ ଦେଖିବାକୁ ଚାହୁଁଛନ୍ତି।


ଜିଲ୍ଲାପାଳ ସୁନ୍ଦରଗଡ଼ଙ୍କ ପଞ୍ଚାୟତ ସମିତି ସ୍ତରୀୟ ଯୁଗ୍ମ ଅଭିଯୋଗ ଶିବିର ଅନୁଷ୍ଠିତ। ରାଜଗାଙ୍ଗପୁର ପଞ୍ଚାୟତ ସମିତି ସଭାଗୃହ ଠାରେ ସୁନ୍ଦରଗଡ଼ ଜିଲ୍ଲାପାଳ ଙ୍କ ଅଦଖ୍ୟତା ରେ ପଞ୍ଚାୟତ ସମିତି ସ୍ତରୀୟ ଯୁଗ୍ମ ଅଭିଯୋଗ ଶିବିର ଅନୁଷ୍ଠିତ କରାଯାଇ ରାଜଗାଙ୍ଗପୁର ଓ ଆଖପାଖ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ବନ୍ଧରେ ସାଧାରଣ ନାଗରିକ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ଦସରଥି ଶରାବୁ, ଏଡିଏମ୍ ରବିନାରାୟଣ ସାହୁ,ସିଡିଓ ଶୁରଞନ ସାହୁ, ଜିଲ୍ଲା ଏସପି ପ୍ରିତୁୟସ ଦିବାକର, ଏସଡିପିଓ ବିଭୁତି ଭୁଷଣ ଭୋଇ, ବିଡ଼ିଓ ଅକ୍ଷୟ କୁମାର ବାଗ, ତହସିଲଦାର ଜଗବନ୍ଧୁ ମଲ୍ଲିକ, ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନ, ବିଧାୟକ ବ୍ଳକ ପ୍ରତିନିଧି ଅରୁଣ ସାମଳ, ଉପାଧ୍ୟକ୍ଷ ଏମଡି ଇରଫାନଙ୍କ ସହ ସ୍ଥାନୀୟ ବିଭିନ୍ନ ବିଭାଗର ସରକାରୀ ଅଧିକାରୀ, କର୍ମଚାରୀ ଉପସ୍ଥିତ ଥିଲେ।


ରାଜଗାଙ୍ଗପୁରରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ଦେବବ୍ରତ ମିତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *