ସେନଚୁରିଅନ ମୈତ୍ରୀ କମ୍ପାନି ର କୌଶଳ ବିକାଶ କାର୍ଯ୍ୟକ୍ରମ ଶୁଭାରମ୍ଭ
ମୈତ୍ରୀ ଇନ୍ଫ୍ରାଷ୍ଟ୍ରକଚର ଆଣ୍ଡ ମାଇନିଙ୍ଗ ଇଣ୍ଡିଆ ପ୍ରାଇଭେଟେ ଲିମିଟେଡର ସଂସ୍ଥାପକ ଶ୍ରୀ, ଟି.ଶ୍ରୀନିବାସ ରାଓ ଙ୍କର ମାର୍ଗ ଦର୍ଶନ ରେ ଏବଂ ମୈତ୍ରୀ କମ୍ପାନି ର ପରିଚାଳନା ନିର୍ଦେଶକ ଶ୍ରୀ ଟି. ବାଲପବନ ଙ୍କ ତତ୍ଵାବଧାନ ରେ ମୈତ୍ରୀ କୌଶଳ ବିକାଶ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇ ଅଛି । ଏହି କାର୍ଯ୍ୟକ୍ରମ ଜରିଆରେ ସିଜିମାଳୀ, ବଫଳିମାଳି ଏବଂ କୋଡିଙ୍ଗା ମାଳୀ ବକ୍ସାଇଟ ଖଣୀ ପ୍ରଭାବିତ ଅଞ୍ଚଳର ଯୁବକ ମାନଙ୍କୁ ମୈତ୍ରୀ କମ୍ପାନି ତରଫରୁ ସେଞ୍ଚୁରିଆନ ବିଶ୍ବ ବିଦ୍ୟାଳୟ ପାରଳାଖେମୁଣ୍ଡି ଠାରେ ମାଗଣାରେ, ଦକ୍ଷତା ବିକାଶ ତାଲିମ ସହ ଅନ୍ୟାନ୍ୟ ନିଯୁକ୍ତି ଭିତ୍ତିକ ଚାଲିମ ପ୍ରଦାନ ନିମନ୍ତେ ଲକ୍ଷ୍ୟ ରଖାଯାଇଛି । ଏ ନେଇ ମୈତ୍ରୀ କମ୍ପାନି ଏବଂ ସେଞ୍ଚୁରିଆନ ବିଶ୍ଵ ବିଦ୍ୟାଳୟ ମଧ୍ୟରେ ଚୁକ୍ତିନାମା ହୋଇଥୁବାର ପ୍ରକାଶ ପାଇଛି ।
ଏହି କାର୍ଯ୍ୟକ୍ରମର ଆରମ୍ଭ ରେ ମୈତ୍ରୀ କମ୍ପାନି ଉପୋରକ୍ତ ଖଣି ପ୍ରଭାବିତ ଅଞ୍ଚଳର ପ୍ରାଯ 16 ଜଣ ଯୁବକକୁ ସେନଚୁରିଆନ ବିଶ୍ୱ ବିଦ୍ୟାଳୟ ପାରଳାଖେମୁଣ୍ଡି ଠାରେ ମାଗଣାରେ ଦକ୍ଷତା ବିକାଶ ତାଲିମ, କମ୍ପୁଟର ଶିକ୍ଷା ଏବଂ ଅନ୍ୟାନ୍ୟ ନିଯୁକ୍ତି ଭିତିକ ଶିକ୍ଷା ପ୍ରଦାନ ଏବଂ ସେମାନଙ୍କର ରହିବା, ଖାଇବା ଏବଂ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରିଅଛି ।
ମୈତ୍ରୀ କମ୍ପାନି କୌଶଳ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଖଣି ପ୍ରଭାବିତ ଅଞ୍ଚଳର ଯୁବକ ମାନଙ୍କର ଆର୍ଥିକ ଅଭିବୃଦ୍ଧି, ବେକାରି ସମସ୍ୟା ହ୍ରାସ ଏବଂ ସାମଗ୍ରିକ ଜୀବନ ଧାରଣ ର ଉନ୍ନତି କରିବାର ଲକ୍ଷ୍ୟ ରଖୁଛି । ଏହିପରି ଉନ୍ନତି ମୂଳକ କାର୍ଯ୍ୟକ୍ରମକୁ ଖଣି ପ୍ରଭାବିତ ଅଞ୍ଚଳ ବାସୀ ସ୍ବାଗତ କରୁଛନ୍ତି, ଏହା ବୁଦ୍ଧିଜୀବୀ ମହଲରେ ବୁହୁତ ସ୍ବାଗତ ଯୋଗ୍ୟ ବୋଲି ମତ ପ୍ରକାଶ ପାଇଛି ।
