ଅପେରସନ ସିନ୍ଦୁରକୁ ସମର୍ଥନ ଜଣାଇ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଇକ ରାଲିର ଶୁଭାରମ୍ଭ କରିବା ପରେ ପ୍ରାୟ ପ୍ରତ୍ୟେକ ଜିଲ୍ଲାରେ ଏହାର ଅନୁରୂପ କାର୍ଯ୍ୟକ୍ରମ କରାଯାଉଅଛି। କନ୍ଧମାଳ ଜିଲ୍ଲାରେ ମଧ୍ୟ ଅପେରସନ ସିନ୍ଦୁର କୁ ସମର୍ଥନ କରି ଏବଂ ଯବାନ ମାନଙ୍କ ମନୋବଳ ବଢାଇବା ପାଇଁ ଏକ ବାଇକ ରାଲି କରିଛନ୍ତି। ଏହାର ଉଦ୍ୟାଶ ହେଉଛି ଯେ କନ୍ଧମାଳ ବାସୀମାନେ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଯେ ସେମାନେ ବୀର ଯବାନ ମାନଙ୍କ ପଛରେ ଅଛନ୍ତି।
ପହେଲଗାଓ ନରସଂହାର ପରେ ଭାରତ ସେନା ଦ୍ଵାରା ପାକିସ୍ଥାନ ଉପରେ “ଅପେରସନ ସିନ୍ଦୂର” ଦ୍ଵାରା ବଦଲା ନିଆଯାଉଛି l ସେନା ଓ କେନ୍ଦ୍ର ସରକାରଙ୍କ ପଛରେ କନ୍ଧମାଳ ବାସି ରହିଛନ୍ତି l
ଏହି ପରିପ୍ରେକ୍ଷୀ ରେ ଭାରତୀୟ ଯବାନ ଙ୍କ ମନବଳ ବୃଦ୍ଧି ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବାଇକ୍। ରାଲୀ ଗୁରୁବାର ସକାଳ ୮ଟାରୁ ଫୁଲବାଣୀ ଷ୍ଟାଡିୟମ୍ ରୁ ବାହାରି ସହର ପରିକର୍ମା କରିଛନ୍ତି। ଏହି କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ପତାକା ଦେଖାଇ ରାଲି ଉଦ୍ଘାଟନ କରିଥିଲେ l
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ରମେଶ ଚନ୍ଦ୍ର ଜେନା, କୁଶଳ ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ଭିକାରୀ ଚରଣ ସାହୁ, ଆପତ୍କାଳୀନ ଅଧିକାରୀ ରଞ୍ଜନ କୁମାର୍ ମାର୍ଥା ଙ୍କ ସମେତ ଜିଲ୍ଲାପ୍ରଶାସନ ଅଧିକାରୀ ଓ କର୍ମଚାରୀମାନେ ସାମିଲ ଥିଲେ।
କନ୍ଧମାଳ ସାଂସଦ ସାମ୍ବାଦିକ ମାନଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଆମେ ମାନେ ହେଉଛୁ ଭାରତ ର ସିଭିଲ ଡେ଼ଫେନ୍ସ। ମୋଦୀ ସରକାର ଏବଂ ଓଡିଶାର ଡବଲ ଇଂଜିନ ସରକାରଙ୍କୁ ଆମେ ପୂର୍ଣ୍ଣ ମନ ପ୍ରାଣଦେଇ ସମର୍ଥନ କରୁଅଛୁ।
କନ୍ଧମାଳ ଜିଲ୍ଲାରୁ ଫଟୋ ନ୍ୟୁଜ ଟାଇମ୍ସର ସ୍ୱତନ୍ତ୍ର ପ୍ରତିନିଧି ସୁନୀଲ ବିଶ୍ୱାଳ ଙ୍କ ରିପୋର୍ଟ।