ସେବା ହିଁ ସଙ୍କଳ୍ପ, ପୌର ପ୍ରଶାସନ ଜନତା ଙ୍କ ସହ ସିଧା ସମ୍ପର୍କ

 

ଦିନକୁ ଦିନ ଵୃଦ୍ଧି ପାଉଥିବା ଦୁର୍ଘଟଣା ବର୍ତ୍ତମାନ ଚିନ୍ତା ର ବିଷୟ ହୋଇଛି। ଖବର ରେ ସବୁବେଳେ ଦୁର୍ଘଟଣା ଜନିତ ମୃତାହତ ହୋଇଥିବା ଦେଖିବାକୁ ମିଳୁଛି।ସରକାରୀ ସ୍ତରରେ ହେଉ କିମ୍ବା ବେସରକାରୀ ସ୍ତରରେ ହେଉ ଏହି ଦୁର୍ଘଟଣା କୁ ରୋକିବାକୁ ଅନେକ ଯୋଜନା ହେଇଛି, ଅନେକ ଆଇନ ପ୍ରଣୟନ ହେଉଛି କିନ୍ତୁ ଏଥିରେ ଲାଗୁନି ବ୍ରେକ।ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ବର୍ଷ ରାଜ୍ୟ ସଡକ ପରିବହନ ବିଭାଗ ତରଫରୁ ସଡକ ସୁରକ୍ଷା ମାସ ପ୍ରତ୍ୟେକ ସ୍ଥାନରେ ପାଳନ କରାଯାଉଛି।ଜିରୋ ମୃତାହତ ସହ ସୁରକ୍ଷିତ ଗାଡି ଚାଳନା ବାର୍ତ୍ତା ଦେଉ ଥିବା ଏହି କାର୍ଯ୍ୟକ୍ରମ ରେ ବହୁ ବିଦ୍ୟାଳୟ ଛାତ୍ରଛାତ୍ରୀ ଭାଗ ନେଉଛନ୍ତି।ବିଭିନ୍ନ ଲୋକ ନୃତ୍ୟ ଦଳ ଦ୍ୱାରା ନାଚ ଗୀତ ମାଧ୍ୟମରେ ସଡକ ସୁରକ୍ଷା ର ବାର୍ତ୍ତା ଦିଆ ଯାଇଥିଲା।ସେହିପରି ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ପ୍ଲାକ କାର୍ଡ ଧରି ନାଚ ଗୀତ ମାଧ୍ୟମରେ ସଚେତନ କରାଇଥିଲେ।ଭଞ୍ଜନଗର ସହର ବିଭିନ୍ନ ସ୍ବେଛାସେବୀ ସଙ୍ଘ, ଦିବ୍ୟ ଶକ୍ତି ସ୍କୁଲ, ମହିଳା ମହା ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସଚେତନତା ବାର୍ତ୍ତା ଦିଆଯାଇଛି।ଘୁମୁସର ଅଞ୍ଚଳର ଅଗ୍ରଣୀ ନୀଳ କଣ୍ଠେଶ୍ୱର ଭାରତ ଲୀଳା, କଣ୍ଢେଇ ନାଚ, ପଶୁ ମୁଖା ମାଙ୍କଡ, ଯମରାଜ ଙ୍କ ଦ୍ଵାରା ନୃତ୍ୟ ପରିବେଷଣ ହୋଇଥିଲା।ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ରଙ୍ଗୋଲି ମାଧ୍ୟମରେ ମଧ୍ୟ ସଚେତନ ବାର୍ତ୍ତା ଦେଇଥିଲେ।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ମାନ୍ୟବର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଭଞ୍ଜନଗର ଉପଜିଲ୍ଲାପାଳ ଉମା ଶଙ୍କର ବେହେରା,ପରିବହନ ଅଧିକାରୀ ଭାଗିରଥି ନାୟକ,ସ୍ୱାସ୍ଥ୍ୟ ଅଧିକାରୀ,ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ମୂରଲୀ କୃଷ୍ଣ ପଣ୍ଡା,ବ୍ଲକ ଉନ୍ନୟନ ଅଧିକାରୀ ଭାରତୀ ଦେବୀ,ତଥା ବହୁ ଗଣ୍ୟମଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।ଭଞ୍ଜନଗର ସଡକ ପରିବହନ ବିଭାଗ ଦ୍ଵାରା ପରିଚାଳିତ ଏହି ସଚେତନ କାର୍ଯ୍ୟକ୍ରମ କୁ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
ଭଞ୍ଜନଗର ରୁ ପୁରୁଷୋତ୍ତମ ମହାପାତ୍ରଙ୍କ ରିପୋର୍ଟ ଫୋଟୋ ନିଉଜ ଟାଇମ୍ସ।

Leave a Reply

Your email address will not be published. Required fields are marked *