ମଡ଼ର କେଶ ଇନ କୋସଚୀନ ‘ ନମ୍ବର -6113/DHRTP (General)ର ଦାଖଲ ତାରିଖ ହେଉଛି Oct-2-2024। ଏହି କେଶଟି ଖଣ୍ଡଗିରି ପୋଲିସ ଷ୍ଟେସନକୁ ତଦନ୍ତ ଭାର ଦିଆଯାଇଅଛି। ପ୍ରାପ୍ତ ଖବର ଅନୁଯାଇ ଅଶୀ ବର୍ଷୀୟ ମହିଳା ସୋର୍ଗତା ଗୋଲାପ ଅଚାଯ୍ୟଙ୍କ ପାଇଁ କାଳ ହେଲା,ତାଙ୍କ ସ୍ୱାମୀଙ୍କ ପେନସନ ଟଙ୍କା। ଗୋଲାପ ଙ୍କ ପୁଅ ବିରଞ୍ଚି ଆଚାର୍ଯ୍ୟ ଏବଂ ତାଙ୍କ ଭିଣୋଇ ରାଜ ମିଶ୍ରଙ୍କ ପରାମର୍ଶ କ୍ରମେ ଅଶି ବର୍ଷୀୟା ଗୋଲାପଙ୍କୁ ତଣ୍ଟି ଚିପି ହତ୍ୟା କରିଛନ୍ତି ବୋଲି ବିରଞ୍ଚି ର ଭାଉଜ ସୁଧାମଣୀ ତ୍ରିପାଠୀ ଯେକି ସରକାରୀ ସ୍କୁଲ ଶିକ୍ଷୟତ୍ରୀ ପ୍ରକାଶ କରିଛନ୍ତି। ସେ ମଧ୍ୟ କହିଛନ୍ତି ପୋଲିସ କାହିଁକି ଏହାର ତଦନ୍ତ ନକରି ଚୁପ ବସିଛି।

ଖବର ଟି ହେଉଛି ଯେ, ବିରଞ୍ଚି ଓ ରାଜ ମିଶ୍ର ନରସିଂହପୁର ୟୁକୋ ବ୍ୟାଙ୍କ ରୁ ଗୋଲାପ ଙ୍କ ଆକାଉଣ୍ଟରେ ଥିବା ଦୁଇ ଲକ୍ଷ୍ୟ ଟଙ୍କା ଉଠାଇ ଥିଲେ। ଏମେନେ ତାଙ୍କ ସାଙ୍ଗରେ ଟଙ୍କା ଉଠାଇବାକୁ ଗୋଲାପ ଆଚାର୍ଯ୍ୟ ଙ୍କୁ ନେଇଥିଲେ।ସେହି ଟଙ୍କାକୁ ରାଜ ମିଶ୍ର ନେଲେ ଏବଂ ବିରଞ୍ଚି କୁ ମାସିକ ତିନି ପ୍ରତିଶତ ହାରରେ ମାସିକ 6ହଜାର ଟଙ୍କା ଦେବାପାଇଁ ଚୁକ୍ତି ହୋଇଥିଲା। ପୁନର୍ବାର ଲୋଭ ର ବଶବର୍ତ୍ତୀ ହୋଇ ଆକାଉଣ୍ଟ ରୁ ଏକ ଲକ୍ଷ୍ୟ ଟଙ୍କା ଉଠାଇବା ପାଇଁ ଗୋଲାପ ଙ୍କୁ ବାଧ୍ୟ କରିଥିଲେ। ରାଜି ନହେବାରୁ ଏବଂ ବଡପୁଅ ଶାନ୍ତନୁକୁ ଫୋନ ଯୋଗେ ଜଣାଇବା ପାଇଁ ଚେଷ୍ଟା କରିବାରୁ, ରାଜ ମିଶ୍ର ଙ୍କ ଉପଦେଶ କ୍ରମେ ବିରଞ୍ଚି ତଣ୍ଟି ଚିପି ହତ୍ୟା କରିଥିଲେ ବୋଲି ସୁଦ୍ଧାମାଣି ତ୍ରିପାଠୀ (ଭାଉଜ)ଦୃଢ଼କ୍ତି ପ୍ରକାଶ କରିଛନ୍ତି। ଯାହାରକି audio recording ଆମ ଚାନେଲ ର ହସ୍ତଗତ ହୋଇଅଛି ଏବଂ ତାହା ପୋଲିସ କୁ ହସ୍ତାନ୍ତର କରାଯାଇଅଛି।

ବିରଞ୍ଚି ଏବଂ ରାଜ ମିଶ୍ର ପୋଷ୍ଟବଟମ ନକରାଇ,ମୃତ ସାର୍ଟିଫିକେଟ ନନେଇ ମୃତ ଦେହ କୁ କମଳାଡିହ ମସାଣି ରେ ଶବ ସତ୍କାର କରାଇଥିଲେ।ଏମ୍ସ ରେ ମୃତ ଗୋଲାପଙ୍କ ଫୋଟୋ ଆମେ ପ୍ରସାରିତ କରୁଅଛୁ। ଏହି ଫୋଟୋ ମଧ୍ୟ ପୋଲିସ କୁ ଅଡିଓ ରେକର୍ଡିଙ୍ଗ ସହିତ ଦିଆଯାଇଅଛି।

ଏହି ବ୍ୟକ୍ତି ରାଜ ମିଶ୍ର ଜଣେ ନିଶା ମାଫିଆ, କାଠ ଚୋର ଏବଂ ଅଶି ବର୍ଷୀୟା ବୃଦ୍ଧଆ ଙ୍କ ମାଡ଼ର କେଶ ର ମାଷ୍ଟର ମାଇଣ୍ଡ ଅଟନ୍ତି। ସେ ନିଜକୁ ବିଜେଡି ର ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା ଙ୍କ ନିଜ ଲୋକର ପରିଚୟ ଦେଇ ଏବଂ ଟଙ୍କା ବଳରେ ଖସିଯିବାକୁ ସକ୍ଷମ ହୋଇଛନ୍ତି। ସୁଦ୍ଧାମଣି ଥ୍ରିପାଠୀ ଙ୍କ ଭଏସ ରେକର୍ଡିଙ୍ଗ କୁ ଆମେ ଆମ ୟୁଟୁବ channel “photonewstimes. com”ରେ ପ୍ରସାରଣ କରୁଅଛୁ।

ଏହି ଆଲେଖ୍ୟ ଏବଂ ତଥ୍ୟ ଶଗ୍ରହକୁ ଗିରିଧାରୀ ଲାଲ ଷଡ଼ଙ୍ଗୀ ଯେକି ରାଜ୍ୟ ସ୍ତରୀୟ ଅଧି ସ୍ୱୀକୃତି ପ୍ରାପ୍ତ ସାମ୍ବାଦିକ କରିଛନ୍ତି।
