ସୋସିଆଲ ମିଡ଼ିଆର ପ୍ରଭାବ ଆଜିକା ଦିନରେ ସମସ୍ତଙ୍କୁ ପ୍ରଭାବିତ କରୁଛି। କିନ୍ତୁ ସୋସିଆଲ ମିଡ଼ିଆ ପାଇଁ କୌଣସି ଲଖ୍ମଣ ରେଖା ନଥିବା ଯୋଗୁଁ କିଛି ସୋସିଆଲ ମିଡ଼ିଆ ନିଜକୁ କଙ୍ଗାରୁ କୋର୍ଟ ବୋଲି ଭାବୁଛନ୍ତି। ନିଜ ପାଇଁ ନିଜେ ଏହାର ଅପବ୍ୟବହାର କରୁଛନ୍ତି। ଏହା ଦ୍ଵାରା ସେମାନେ ଜାଣିରଖିବା ଉଚିତ ଯେ ଆବଶ୍ୟକ ସ୍ଥଳେ ସତ୍ୟାସତ୍ୟ ର ପ୍ରମାଣ ଦେଇ ନପାରିଲେ ବିଚାରବିଭାଗ ଦ୍ୱାରା ଦଣ୍ଡିତ ହେବେ। ସେ ଯାହାବି ହେଉ ଆଜିକା ଦିନରେ ସୋସିଆଲ ମିଡ଼ିଆ ହେଉଛି ସନସନି ଏବଂ ସୁପର ଫାଷ୍ଟ ଗଣମାଧ୍ୟମ।
ରାଜଗାଙ୍ଗପୁର ପୈରପାଳିକା ର ବିକାଶ ମୂଳକ କାର୍ଯ୍ୟକ୍ରମ କୁ ବିରୋଧ। ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ୧ ନଂ ୱାର୍ଡର ବାବା ତଲାବ ପୋଖରୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅମୃତ ଯୋଜନାରେ ଚାଲୁଥିବା କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ପୁର୍ବତନ କାଉନସିଲର ପ୍ରମ ପ୍ରକାଶ ପ୍ରସାଦ ଦୃଢ଼ ବିରୋଧ କରି ଦୋଷୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଥିବାବେଳେ ଏହାକୁ ପୌରପାଳିକା ଚେୟାରମେନ ଶ୍ରୀ ମତି ମାଧୁରୀ ଲୁଗୁନ,କର୍ଯନୀର୍ବାହି ଅଧିକାରୀ ଭିକ୍ଟୋର ସୋରେନ,୯ ନଂ ୱାର୍ଡର କାଉନସିଲର ପୁର୍ଣ୍ଣ ଚନ୍ଦ୍ର ରାଉତ ଓ ୧ ନଂ ୱାର୍ଡର କାଉନସିଲର କୋଶାଲ ସିଂ ଦୃଢକ୍ତି ସହ ଖଣ୍ଡନ କରିଛନ୍ତି।
ରାଜଗାଙ୍ଗପୁରରୁ ଫଟୋ ନ୍ୟୁଜ ଟାଇମ୍ସ ର ସାମ୍ବାଦିକ ଦେବବ୍ରତ ମିତ୍ରଙ୍କ ରିପୋର୍ଟ।