ସୌଚ ହେବାକୁ ଯାଇ ଗୋବରୀ ନଦୀରେ ଭାସିଗଲେ ବୃଦ୍ଧା

ସୌଚ ହେବାକୁ ଯାଇ ଗୋବରୀ ନଦୀରେ ଭାସିଗଲେ ବୃଦ୍ଧା l କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ନୀଳିକଣା ଠାରେ ଶନିବାର ସନ୍ଧ୍ୟାରେ ଘଟିଛି ଏହି ଘଟଣା l ନୀଳିକଣା ଗାଁର ୬୨ ବର୍ଷୀୟା ବୃଦ୍ଧା ବିଦୁଲତା ପ୍ରଧାନ ସନ୍ଧ୍ୟାରେ ନଦୀକୁ ସୌଚ ହେବାକୁ ଯାଇଥିଲେ l ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ l ତେବେ ବିଦୁଲତା ସୌଚ ହେବା ପାଇଁ ନଦୀକୁ ଯାଇଥିବାର କିଛି ଲୋକ ଦେଖିଥିବା କହିବା ପରେ ପରିବାର ଲୋକେ ଅଗ୍ନିଶମ ବିଭାଗକୁ ଖବର୍ ଦେଇଥିଲେ l ଅଗ୍ନିଶମ ଓ ଓଡ୍ରାଫ ଟିମ୍ ଗୋବରୀ ରେ ଖୋଜାଖୋଜି ଚଳାଇଛନ୍ତି l ବିଦୁଲତାଙ୍କୁ କୁଂଭୀର ଟାଣି ନେଇଥିବା ସେଠିକାର ଗ୍ରାମ ବାସୀମାନେ ଓ ପରିବାର ଲୋକେ ଅନୁମାନ କରୁଛନ୍ତି l ଆଜି ପର୍ଯ୍ୟନ୍ତ ତାଙ୍କର ଶବ ମିଳି ନାହିଁ ।

କେନ୍ଦ୍ରାପଡ଼ାରୁ ଲକ୍ଷ୍ମୀ କାନ୍ତ ନାୟକ

Leave a Reply

Your email address will not be published. Required fields are marked *