ସ୍କୁଲ ଛାତ୍ର ହାତରେ ଜୀବନ୍ତ ଗୁଳି ଓ ବନ୍ଧୁକ

 

କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁକ କାଣ୍ଡ। ନବମ ଶ୍ରେଣୀ ଛାତ୍ରଙ୍କ ଅଣ୍ଟାରୁ ବନ୍ଧୁକ ଜବତ। ଜିଲ୍ଲାରେ ଚୋରା ବନ୍ଧୁକ କାରବାର ନେଇ ଉଦବେଗ। କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ଅଞ୍ଚଳର କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି l ଧାନମଣ୍ଡଳ ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ଅଣ୍ଟାରୁ ଏକ ବନ୍ଧୁକ ଏବଂ ଗୁଳି ଜବତ ହେବା ସହିତ ବିଦ୍ୟାଳୟ ପରିସରରେ ଭୟର ବାତାବରଣ ସୃଷ୍ଟି ହୋଇଛି l ସୁଚନା ଅନୁଯାୟୀ, ବିଦ୍ୟାଳୟର ଖେଳ ଶିକ୍ଷକ ବିରୋଧରେ ଛାତ୍ର ଧମକ ଦେଇଥିବା ଅଭିଯୋଗ ମଧ୍ୟ ଆସିଛି l
ପୂର୍ବରୁ ମଧ୍ୟ ଏହି ଛାତ୍ର ବିଦ୍ୟାଳୟକୁ ଅନେକଥର ବନ୍ଧୁକ ଆଣିଥିବା ଅଭିଯୋଗ ଉଠିଥିବାରୁ ଘଟଣାର ଗୁରୁତ୍ୱ ଅଧିକ ବୃଦ୍ଧି ପାଇଛି l ଖେଳ ଶିକ୍ଷକ ବନ୍ଧୁକ ଜବତ କରିବା ପରେ ଛାତ୍ର ସ୍କୁଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଧମକ ଦେଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି l ଶିକ୍ଷା ବିଭାଗର ନିର୍ଦ୍ଦେଶରେ ଏତଲା। ଘଟଣାସ୍ଥଳରେ ପହଞ୍ଚିଲା ପୋଲିସ। ଘଟଣା ପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ କୁଦାନଗରୀ ଥାନାରେ ଏତଲା ଦାଖଲ ହୋଇଛି l


ପୋଲିସ ବିଦ୍ୟାଳୟକୁ ପହଞ୍ଚିବା ସମୟରେ ଅଭିଯୁକ୍ତ ଛାତ୍ର ଖସି ପଳାଇବାକୁ ଚେଷ୍ଟା କରିଥିଲେ l ପୋଲିସ ପ୍ରୟାସରେ ସେ ଅବଶେଷରେ ନାକେଦମ କରି ଧରାପଡ଼ିଛି l ଅଭିଭାବକଙ୍କୁ ଖବର, ସ୍ଵଧାର ଆଶ୍ରୟ ସ୍ଥଳକୁ ଯିବ ଛାତ୍ର। ଘଟଣା ବିଷୟରେ ଅଭିଭାବକଙ୍କୁ ଖବର ଦିଆଯାଇଛି l ନିୟମାନୁସାରେ, ଏପରି ଗୁରୁତ୍ୱ ଆଚରଣ କରୁଥିବା ଅବୟସ୍କଙ୍କୁ ସ୍ଵଧାର ଆଶ୍ରୟ ସ୍ଥଳକୁ ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି l ବନ୍ଧୁକ କେଉଁଠୁ ଆସିଲା, ତଦନ୍ତ ଆରମ୍ଭ କରିଛି
ପୋଲିସ। ବନ୍ଧୁକ ଏବଂ ଗୁଳି ଜବତ କରି ଏହାକୁ କିଏ ଦେଇଛି, କେଉଁଠୁ ଆସିଛି, ଏବଂ ପଛ ପଟର ଉଦ୍ଦେଶ୍ୟ କଣ, ଏନେଇ ତଦନ୍ତ ଆରମ୍ଭ କରିଛି ପୋଲିସ l
କେନ୍ଦ୍ରାପଡ଼ା ଜିଲ୍ଲା ବିଭିନ୍ନ ଅଞ୍ଚଳରେ ଶତାଧିକ ଚୋରା ବନ୍ଧୁକ ଚାଲାଣ ହେଉଛି l ଜଣେ ଛାତ୍ରଙ୍କ ହାତରେ ଏପରି ବିପଜ୍ଜନକ ଅସ୍ତ୍ର ପହଞ୍ଚିଯିବା ଏହି ଚୋରା ବନ୍ଧୁକ ଜାଲର ଗଭୀରତାକୁ ଇଙ୍ଗିତ କରିଛି l ଜିଲ୍ଲାବାସୀଙ୍କ ମଧ୍ୟରେ ଅଶାନ୍ତି। ଏହି ଘଟଣା ପରେ ଅଭିଭାବକଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ବୃଦ୍ଧି ପାଇଛି l ବିଦ୍ୟାଳୟ ପରିସରରେ ଶିକ୍ଷା ପରିବେଶ ନିରାପଦ କରିବା ପାଇଁ ପୋଲିସ ଓ ଶିକ୍ଷା ବିଭାଗ ଦୁହିଁଙ୍କୁ ସୁଦ୍ଧାର ଓ ନିରୀକ୍ଷଣ ବଢ଼ାଇବା ଦାବି ଉଠିଛି।


ପ୍ରକାଶ ଥାଉକି ସ୍କୁଲ ପିଲାଙ୍କ ହାତରେ ବନ୍ଧୁକ ଏକ ପ୍ରକାର ପୋଲିସ ଏବଂ ପ୍ରଶାସନର ବିଫଳତାକୁ ପ୍ରମାଣ କରୁଛି। ଏହା ଏକ ଗୁରୁତ୍ୱର ଘଟଣା। ଏହାର ପଛପଟରେ ଥିବା ବ୍ୟକ୍ତି ବିଶେଷ ମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବାର ଆବଶ୍ୟକତା ଅଛି।
କେନ୍ଦ୍ରାପଡ଼ାରୁ ଫଟୋ ନ୍ୟୁଜ ଟାଇମ୍ସର ସାମ୍ବାଦିକ ଲକ୍ଷ୍ମୀକାନ୍ତ ନାୟକଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *